ବର୍ଷାରେ ବେହାଲ ମାଲକାନଗିରି, ଏମ-ଭି ୯୬ ପୋଲ ଉପରେ ୧ ଫୁଟର ବର୍ଷା ପାଣି

1 min read

 ମାଲକାନଗିରି : ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଫଳରେ ମାଲକାନଗିରିରୁ ମୋଟୁ ଯିବା ରାସ୍ତାର ଥିବା ଏମ-ଭି ୯୬ ପୋଲ ଉପରେ ୧ ଫୁଟର ବର୍ଷା ଜଳ ଚାଲୁଛି । ବର୍ଷା ଲାଗି ରହିଲେ ପୋଲ ଉପରେ ଆହୁରି ଜଳ ପ୍ରବାହ ବଢିବାର ଆଶଙ୍କା ରହିଛି । ସାମାନ୍ୟ ଜଳ ପ୍ରବାହ ଯୋଗୁ କିଛି ଯାନବାହନ ବିପଦ ସଂକୁଳ ଅବସ୍ଥାରେ ପୋଲ ପାର ହେଉଥିବା ଦେଖିବାକୁ ମିଳିଛି ।

ଲଗାଣ ବର୍ଷା ଜାରି ରହିଥିବାରୁ ପାଣି ବଢିବାରେ ଲାଗିଛି  । ପୋଲ ଉପରେ ଏକ ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି  । ଯାହା ଫଳରେ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଛି  । ଦୁର୍ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହିଛି  । ଏପରି ସ୍ଥିତିରେ ବର୍ଷା ମଧ୍ୟ କମ୍ ହେଉନାହିଁ  । ସେପଟେ ପାହାଡିଆ ଅଞ୍ଚଳରେ ପାହାଡ ଧସିବା ଆଶଙ୍କା ମଧ୍ୟ ବଢୁଛି  ।