କୋହିନୂର ହୀରାର ଅଧିକାରିଣୀ ହେବେ କାମିଲା

1 min read

ନନ୍ଦିଘୋଷ ବ୍ୟୁରୋ: ଏଲିଜାବେଥ ଦ୍ବିତୀୟଙ୍କ ପରେ ବିଶ୍ବପ୍ରସିଦ୍ଧ କୋହିନୂର ହୀରାର ଅଧିକାରିଣୀ ହେବେ ଚାର୍ଲସଙ୍କ ପତ୍ନୀ କାମିଲା । ଚଳିତ ବର୍ଷ ପ୍ରଥମ ଭାଗରେ ଏଲିଜାବେଥ ଘୋଷଣା କରିଥିଲେ- ତାଙ୍କ ପରେ ଚାର୍ଲସଙ୍କ ପତ୍ନୀ କାମିଲା ପରବର୍ତ୍ତୀ କୁଇନ କନସର୍ଟ ହେବେ । 195 ଦଶମିକ 6 କ୍ୟାରେଟର ଏହି ବିଶ୍ବପ୍ରସିଦ୍ଧ କୋହିନୂର ହୀରା ୧୮୪୯ ମସିହାରେ ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀ ପଞ୍ଜାବକୁ ନିଜ ଅକ୍ତିଆରକୁ ଆଣିବା ପରେ, ତତ୍କାଳୀନ ମହାରାଜା ଦଲିତ ସିଂ କୋହେନୂର ହୀରାକୁ ପ୍ରିନ୍ସ ଏଡୱାର୍ଡଙ୍କୁ ସମର୍ପଣ କରିଦେଇଥିଲେ ।

୧୮୫୦ ମସିହାରେ ପ୍ରିନ୍ସ ଏଡୱାର୍ଡ ଏହାକୁ ମହାରାଣୀ ଭିକ୍ଟୋରିଆଙ୍କୁ ଭେଟି ଦେଇଥିଲେ । ୧୭୦ବର୍ଷ ହେବ ଏହି ହୀରା ଏବେ ଇଂଲଣ୍ଡ ରାଣୀଙ୍କ ମୁକୁଟରେ ଶୋଭାପାଉଛି । କୋହେନୂର ହୀରାକୁ ନିଜ ଦେଶକୁ ଫେରାଇ ଆଣିବାକୁ ଭାରତ ସମେତ ପାକିସ୍ଥାନ,ଇରାନ ଓ ଆଫଗାନିସ୍ଥାନ ଦାବି କରି ଆସୁଛନ୍ତି । କିନ୍ତୁ, କୋହେନୂର ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପତ୍ତି ବୋଲି ଦାବି କରାଯାଉଛି । ଏ ନେଇ ତଥ୍ୟଗତ ପ୍ରମାଣ ଦେଇଛନ୍ତି ଭାରତ ସରକାର । ବିଶିଷ୍ଟ ଐତିହାସିକ ତଥା ଗବେଷକ ଅନୀଲ ଧିରଙ୍କ ମତରେ ଶିଖ ସଂପ୍ରଦାୟ ସହ ଶ୍ରୀଜଗନ୍ନାଥ ମନ୍ଦିରର ନିବିଡ ସଂପର୍କ ରହିଛି ।

ମହାରାଜା ରଣଜିତ ସିଂ କୋହିନୂର ହୀରାକୁ ଜଗନ୍ନାଥ ମନ୍ଦିରକୁ ଦେବା ନେଇ ଉଇଲ କରିଥିଲେ । ମହାରାଜା ରଣଜିତ ସିଂ ସ୍ବର୍ଣ୍ଣ ମନ୍ଦିରଠାରୁ ଅଧିକ ମୂଲ୍ୟର ସମ୍ପତ୍ତି ଶ୍ରୀଜଗନ୍ନାଥ ମନ୍ଦିରକୁ ଦେଇଆସୁଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିରକୁ କୋହିନୂର ହୀରା ଫେରାଇ ଆଣିବା ଦିଗରେ ୨୦୧୬ ମସିହାରେ ସୁପ୍ରିମକୋର୍ଟରେ ଏକ ପିଆଇଏଲ କରାଯାଇଥିଲା । କିନ୍ତୁ ମାମଲାର ବିଚାର କରି କୋର୍ଟ ଯେଉଁ ରାୟ ଦେଇଥିଲେ ତାହା କୋହିନୂର ହୀରା ଫେରାଇ ଆଣିବା ଦିଗରେ ରାସ୍ତା ସୁଗମ ବଦଳରେ ପ୍ରତିବନ୍ଧକ ସାଜିଥିଲା । ସେହିପରି ASI ମଧ୍ୟ ଏହି ମୂଲ୍ୟବାନ ହୀରା ଫେରାଇ ଆଣିବା ଦିଗରେ କୌଣସି ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ ।