ଶିଶୁପାଳ ଗଡ଼ ଖୋଜିଥିବା ଐତିହାସିକଙ୍କ ୧୦୧ ବର୍ଷରେ ଦେହାନ୍ତ

ଲକ୍ଷ୍ନୌ: ୧୦୧ ବର୍ଷ ବୟସରେ ଐତିହାସିକ ପ୍ରଫେସର ବିବି ଲାଲଙ୍କ ପରଲୋକ । ପୂରୁଣା ତତ୍ତ୍ୱ ଓ ସହର ଖୋଜିବା ପାଇଁ ସେ ବେସ୍ ପ୍ରସିଦ୍ଧ ଥିଲେ । ତାଙ୍କ ଜନ୍ମ ୨ ମଇ ୧୯୨୧ରେ ଉତ୍ତରପ୍ରଦେଶର ଝାନ୍ସି ଜିଲ୍ଲାର ବାଡୋରା ଗାଁରେ ହୋଇଥିଲା । ଏଏସଆଇ ବିଭାଗର ପୂର୍ବତନ ଡିଜି ପ୍ରଫେସର ଲାଲଙ୍କୁ ତାଙ୍କ ଗବେଷଣା ଆଧାରରେ ୨୦୦୦ ମସିହାରେ ପଦ୍ମ ଭୂଷଣ ସମ୍ମାନ ଦିଆଯାଇଥିଲା । ସେହିପରି ୨୦୨୧ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ପ୍ରଫେସର ଲାଲ ୟୁପିର ହସ୍ତିନାପୁର, ଓଡ଼ିଶାର ଶିଶୁପାଳଗଡ଼, ଦିଲ୍ଲୀର ପୂରାଣ କିଲା, ରାଜସ୍ତାନର କାଲିବଙ୍ଗନ ସହିତ ଅନେକ ଐତିହାସିକ ସ୍ଥଳ ଖନନର ନେତୃତ୍ୱ ନେଇଥିଲେ । ଓଡ଼ିଶାର ଭୁବନେଶ୍ୱର ସହର ପାଖରେ ଏହି ଶିଶୁପାଳଗଡ଼ ନଗରର ସନ୍ଧାନ କରିଥିଲେ । ସନ୍ଧାନ ପରେ ବିବି ଲାଲ କହିଥିଲେ ଯେ, ଏହି ସହର ତୃତୀୟ ଶତାବ୍ଦି ବିସି ଏବଂ ୪ର୍ଥ ଶତାବ୍ଦି ଏଡି ମସିହା ମଧ୍ୟରେ ସକ୍ରିୟା ରହିଥିଲା ।

ଶିଶୁପାଳଗଡ଼ ନଗର

ଏହାପରେ ପରେ ଏହି ସହର ଲୋପ ପାଇଯାଇଥିଲା । ପୂରାତନ କଳିଙ୍ଗର ଏହା ରାଜଧାନୀ ଭାବରେ ମଧ୍ୟ ଜଣାଯାଉଥିବା କଥା ସାମ୍ନାକୁ ଆସିଥିଲା । ବିବି ଲାଲ ଇତିହାସର ଅନେକ ପ୍ରମାଣ ବିଶ୍ୱ ସମ୍ମୁଖରେ ରଖିଥିଲେ । ତାଙ୍କର ସବୁଠୁ ମହତ୍ତ୍ୱପୂର୍ଣ୍ଣ ସନ୍ଧାନ ଥିଲା ବାବରୀ ମସଜିଦ୍ ତଳୁ ରାମ ମନ୍ଦିରର ସନ୍ଧାନ । ସେ ବାବରୀ ମସଜିଦର ଭିତ୍ତିପ୍ରସ୍ତର ରାମ ମନ୍ଦିର ଉପରେ ଛିଡା କରାଯାଇଥିବା କଥା କହିଥିଲେ । ନିଜର ଏହି ଗବେଷଣା ପାଇଁ ସେ ଇତିହାସର ପୃଷ୍ଟାରେ ଦାଖଲ ହୋଇଯାଇଥିଲେ ।