spot_img
Home Blog Page 4071

ଆଜି ଜାତୀୟ କ୍ରୀଡା ଦିବସ: ବିଜୁ କ୍ରୀଡ଼ା ସମ୍ମାନ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା କ୍ରୀଡାବିତଙ୍କୁ ମନେ ପକାଉଛି ଦେଶ । ଏହି ଅବସରେ ବିଜୁ କ୍ରୀଡା ସମ୍ମାନ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ ।

ସେହିପରି କ୍ରୀଡାରେ ଉତ୍ତମ ପ୍ରଦର୍ଶନ ପାଇଁ ଝିଲ୍ଲୀ ଦଳବେହେରା ଓ ଶ୍ରେଷ୍ଠ କୋଚିଂ ପାଇଁ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ପୁରସ୍କାର ଦିଆଯିବ । କ୍ରୀଡା ସାମ୍ବାଦିକତା ପାଇଁ ବେଣୁଧର ଦାସଙ୍କୁ ପୁରସ୍କାର ଦିଆଯିବାକୁ ଥିବାବେଳେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପୁରସ୍କାର ଦିଆଯିବ । ତେବେ ପାଞ୍ଚ ବର୍ଷ ପରେ ଜଣେ କ୍ରୀଡ଼ା ସାମ୍ବାଦିକ ଏହି ସମ୍ମାନଜନକ ପୁରସ୍କାର ପାଇବେ ।

୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ କୌଣସି କ୍ରୀଡ଼ା ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇ ନଥିଲା । ଏହାପୂର୍ବରୁ ୧୯ ଜଣ କ୍ରୀଡ଼ା ସାମ୍ବାଦିକ ଏହି ସମ୍ମାନଜନକ ପୁରସ୍କାର ପାଇସାରିଛନ୍ତି । ଆଜି କ୍ରୀଡା ଦିବସ ପାଳିତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନ ପ୍ରଦାନ କରିବେ । ରାଜ୍ୟରେ କ୍ରୀଡ଼ାକୁ ପ୍ରତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଏହି ପୁରସ୍କାର ଘୋଷଣା କରିଥିଲେ ।

ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ସୁନ୍ଦରଗଡ଼: ଗୁଣି ଗାରେଡ଼ି ସନ୍ଦେହ ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା, ଅଭିଯୁକ୍ତ ଗିରଫ । ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଖରିଆବାହାଳ ଗାଁରେ ଗତକାଲି ରାତିରେ ଘଟିଛି ଏହି ହତ୍ୟାକାଣ୍ଡ  । ଗୁଣି ଗାରେଡ଼ି ସନ୍ଦେହରୁ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଅଭିଯୁକ୍ତ ଗାମୁଗାକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ । ଖରିଆବାହାଳ ଗାଁର ମଙ୍ଗଳ ମୁଣ୍ଡା ଗୁଣି ଗାରେଡ଼ି କରି ଗାମୁଗା ମୁଣ୍ଡାର ପରିବାରକୁ ହନ୍ତସନ୍ତ କରୁଥିବା ନେଇ ଗାମୁଗା ପୂର୍ବରୁ ଅନେକ ଥର ମଙ୍ଗଳ ସହ ଝଗଡା କରୁଥିଲା  ।

ଗତକାଲିର ଝଗଡ଼ା ଉଗ୍ର ରୂପ ନେବା ପରେ ଗାମୁଗା ମଙ୍ଗଳକୁ କଟୁରୀରେ ହାଣି ପକାଇଥିଲା । ଖବର ପାଇ କେ ବଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ଆଜି ଶବ ବ୍ୟବଚ୍ଛେଦ ଓ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ । ବାରମ୍ବାର ବଣାଇଁ ଅଞ୍ଚଳରେ ଗୁଣି ଗାରେଡ଼ି ଏବଂ ତନ୍ତ୍ରମନ୍ତ୍ର ପ୍ରତି ଏବେବି ଲୋକଙ୍କ ବିଶ୍ଵାସ ଏଭଳି ଘଟଣାର କାରଣ ବୋଲି ଅଭିହିତ କରି ସଚେତନତା ସୃଷ୍ଟି ପାଇଁ ପ୍ରଶାସନିକ ପଦକ୍ଷେପ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି  ।

୩୧ରେ ନୂଆଦିଲ୍ଲୀରେ ନିବେଶକ ସମ୍ମେଳନ, ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ ଇନ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି । ଏହି କନକ୍ଲେଭକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି । ଏହି କ୍ରମରେ ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରଥମ ଦିନରେ ସେଠାରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ଆଣ୍ଡ ଆମ୍ବାସାଡର ମିଟରେ ଯୋଗଦେବେ ବୋଲି ସୂଚନା ।

ଆମେରିକା, ୟୁଏଇ, କତାର, ଓମାନ, ବାହାରିନ୍, ସାଉଦି ଆରବ, ୟୁକେ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଇକ୍ସେମବର୍ଗ, ବେଲଜିୟମ, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଭଳି ଦେଶ ପ୍ରତିନିଧମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧିଗଣ ସିଧାସଳଖ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଉପରୋକ୍ତ ଦେଶଗୁଡ଼ିକର ଶିଳ୍ପପତିଙ୍କୁ ଆଗାମୀ ମେକ୍ ଇନ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କକରିବାକୁ ଆମନ୍ତ୍ରଣ କରାଯିବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇରେ ମଧ୍ୟ ଇନଭେଷ୍ଟର୍ସ ମିଟରେ ଯୋଗ ଦେଇଥିଲେ । ସେହି କାର୍ଯ୍ୟକ୍ରମରେ ରାଜ୍ୟରେ ୨୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିଥିଲା ।

ମଧ୍ୟ ପ୍ରାଚ୍ୟ ଏବଂ ଅନ୍ତର୍ଜାତୀୟ ଶିଳ୍ପ ସଂସ୍ଥା ମେକ ଇନ କନକ୍ଲେଭରେ ଅଂଶଗ୍ରହଣ କରିବା ନେଇ ସେ ସମୟରେ ସମ୍ମତି ପ୍ରଦାନ କରିଥିଲେ । ଏଫଆଇସିସିଆଇ (ଫିକି) ଡିଜି ଅରୁଣ ଚାୱଲା, ଇନଭେଷ୍ଟ ଇଣ୍ଡିଆର ସିଇଓ ଏବଂ ଏମଡି ଦୀପକ ବଗଲା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରଦାପ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମମନ୍ତ କୁମାର ଶର୍ମା, ଇଡକୋ ଏମଡି ଭୂପେନ୍ଦ୍ର ସିଂ ପୁନିଆ ଏବଂ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ ପ୍ରମୁଖ ଉପସ୍ଥିତ ରହିବେ ।

ମୁଖ୍ୟମନ୍ତ୍ରୀ ମେକ୍ ଇନ ଓଡ଼ିଶା କନକ୍ଲେବ ତୃତୀୟ ସଂସ୍କରଣ ସମ୍ପର୍କିତ ଏକ ପ୍ରେଜେଣ୍ଟେସନ କାର୍ଯ୍ୟକ୍ରମରେ ଉପସ୍ଥାପନ କରିବେ । ମନ୍ତ୍ରୀ ପ୍ରତାବ ଦେବ ନିର୍ଦ୍ଦିଷ୍ଟ ଭାବେ ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କରିବେ । ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ି ରହିଥିବା କେତେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ସେପ୍ଟେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି ।

 

ଚନ୍ଦ୍ର ମିଶନ: ସନ୍ଧ୍ୟାରେ ଆର୍ଟେମିସ-୧ ଲଞ୍ଚ କରିବ ନାସା

ୱାସିଂଟନ ଡିସି: ଚନ୍ଦ୍ର ଅଭିଯାନରେ ଆଉ ପାଦେ ଆଗକୁ ଯିବ ଆମେରିକା । ଦୀର୍ଘବର୍ଷ ଧରି ଆର୍ଟେମିସ ଓ୍ବାନ ମିଶନକୁ ସଫଳ କରିବା ପାଇଁ ନାସାର ପ୍ରୟାସ ଆଜି ପୂରଣ ହେବାକୁ ଯାଉଛି । ଆଜି ଓରିୟନ ସ୍ପେଶକ୍ରାଫ୍ଟ ଉତକ୍ଷେପଣ କରାଯିବ । ଏହି ମିଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚନ୍ଦ୍ର ପୃଷ୍ଠକୁ ମନୁଷ୍ୟ ପଠାଇବା ପୂର୍ବରୁ ନାସାର ଏହା ଗୁରୁତ୍ବପୂର୍ଣ୍ଣ ମିଶନ । ଆଜିର ସ୍ପେଶକ୍ରାଫ୍ଟରେ କେହି ମନୁଷ୍ୟ ଯିବେ ନାହିଁ ।

ନାସାର ଏହାକୁ ସବୁଠାରୁ ଶକ୍ତିଶାଳୀ ସ୍ପେଶକ୍ରାଫ୍ଟ ବୋଲି କୁହାଯାଉଛି । ୫୦ ବର୍ଷର ଲମ୍ବା ସମୟ ପରେ ମନୁଷ୍ୟଙ୍କୁ ଚନ୍ଦ୍ର ପଠେଇବା ପାଇଁ ପ୍ରୟାସ କରୁଛି ଆମେରିକା । ୧୯୭୨ ପରେ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ମନୁଷ୍ୟ ପାଦ ଥାପିବାକୁ ଯାଉଛି । ଆଜି ଫ୍ଳୋରିଡା ସ୍ଥିତ ଲଞ୍ଚପ୍ୟାଡରୁ ସ୍ପେଶକ୍ରାଫ୍ଟ ଉତକ୍ଷେପଣ ହେବ । ଏହି ସ୍ପେଶକ୍ରାଫ୍ଟ ୩୨୨ ଫୁଟ୍ ଲମ୍ବା ଏବଂ ୨ ହଜାର ୬୦୦ ଟନ୍ ଓଜନ। ଆଜି ସକାଳ ସାଢେ ୮ଟାରେ ଉତକ୍ଷେପଣ କରାଯିବ । ଏହା କେବଳ ଆମେରିକା ପାଇଁ ନୁହେଁ ସାରା ବିଶ୍ବ ପାଇଁ ଏକ ନୂଆ ଅଭିଜ୍ଞତା ଆଣିବାକୁ ଯାଉଛି ।

ସୋରେନଙ୍କ ସଦସ୍ୟତାକୁ ନେଇ ଆଜି ଆସିପାରେ ରାଜ୍ୟପାଳଙ୍କ ନିଷ୍ପତ୍ତି

ରାଞ୍ଚି: ସଙ୍କଟରେ ସୋରେନ ସରକାର । ମାଇନିଂ ଲିଜକୁ ନେଇ ସୂତାଖିଅରେ ସୋରେନଙ୍କ ଭାଗ୍ୟ । ଆଜି ଆସିପାରେ ରାଜ୍ୟପାଳଙ୍କ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଦସ୍ୟତା ରଦ୍ଦକୁ ନେଇ ବଡ଼ ଘୋଷଣା କରିପାରନ୍ତି ରାଜ୍ୟପାଳ ରମେଶ ବୈଶ । ସେପଟେ ଘୋର ରାଜନୈତିକ ସଙ୍କଟ ଭିତରେ ବିଧାୟକଙ୍କ ସହ ପିକନିକ କରୁଛନ୍ତି ସୋରେନ୍ ।

କଂଗ୍ରେସ ବିଧାୟକଙ୍କ ଦଳ ବଦଳ ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀ ପୁଣି ବିଧାୟକଙ୍କ ସହ ଛୁଟିରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟପାଳଙ୍କ ନିଷ୍ପତ୍ତିରେ ବିଳମ୍ବକୁ ନେଇ ଉଦବେଗ ବ୍ୟକ୍ତ କରିଛି ରାଜ୍ୟ କଂଗ୍ରେସ । ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ରାଜଭବନ ପକ୍ଷରୁ ତୁରନ୍ତ ନିଷ୍ପତ୍ତି ଘୋଷଣା କରାଯାଉ ବୋଲି ଅପିଲ କରିଛନ୍ତି ଝାଡଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ରାଜେଶ ଠାକୁର । ସରକାର ଭାଙ୍ଗିବା ଆଶଙ୍କା ଭିତରେ ଝାଡଖଣ୍ଡରେ ଡେରା ପକାଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ । ସରକାର ଭାଙ୍ଗିବା ଆଶଙ୍କା ଭିତରେ ବିଧାୟକମାନଙ୍କୁ ପଶ୍ଚିମବଙ୍ଗ କିମ୍ବା ଛତିଶଗଡ଼ ପଠାଇବାକୁ ଯୋଜନା ଚାଲିଛି ବୋଲି ଚର୍ଚ୍ଚା ହେଉଛି ।

ଆଜି ସୁପ୍ରିମକୋର୍ଟରେ ହିଜାବ ମାମଲାର ଶୁଣାଣି

ନୂଆଦିଲ୍ଲୀ: ହିଜାବ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । କର୍ଣ୍ଣାଟକ ହାଇକୋର୍ଟଙ୍କ ହିଜାବ କଟକଣା ଉପରେ ରୋକ ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି ହେବ । ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ବେଞ୍ଚ ମାମଲାର ଶୁଣାଣି କରିବେ । ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ପ୍ରଥମ କାର୍ଯ୍ୟ ଦିବସ ହୋଇଥିବା ବେଳେ ଏହି ମାମଲା ଉପରେ ହିଜାବ ସପକ୍ଷବାଦୀଙ୍କ ନଜର ରହିଛି ।

ପୂର୍ବରୁ ଏନଭି ରମଣାଙ୍କ ଅନେକ ସମୟରେ ହିଜାବ ମାମଲା ଶୁଣାଣି ପାଇଁ ଆବେଦନ ହୋଇଥିବା ବେଳେ ଏହା ଲିଷ୍ଟିଂ ହୋଇପାରୁନଥିଲା । ଗତ ଜାନୁଆରୀରେ କର୍ଣ୍ଣାଟକରେ ହିଜାବ ବିବାଦ ଆରମ୍ଭ ହୋଇଥିଲା । ଉଡୁପିରେ ଥିବା ଏକ ସରକାରୀ କଲେଜରେ କିଛି ଛାତ୍ରୀଙ୍କୁ ହିଜାବ ପିନ୍ଧି ଶ୍ରେଣୀରେ ବସିବାକୁ ବାରଣ କରାଯାଇଥିଲା । ପରେ ଏହି ମାମଲା କର୍ଣ୍ଣାଟକ ହାଇକୋର୍ଟରେ ପହଞ୍ଚିଥିଲା । ଶୁଣାଣି ପରେ ହାଇକୋର୍ଟ ହିଜାବ ଇସଲାମର ଏକ ଅଂଶ ନୁହେଁ ବୋଲି ଦର୍ଶାଇ ଶିକ୍ଷାନୁଷ୍ଠାନରେ ଏହା ଉପରେ କଟକଣାକୁ କାଏମ ରଖିଥିଲେ । ହାଇକୋର୍ଟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ।

ପାଣ୍ଡ୍ୟାଙ୍କ ଛକାରେ ଜିତିଲା ଭାରତ

ଦୁବାଇ:  ପ୍ରତିଶୋଧ ନେଲା ଭାରତ  । ୱାର୍ଲକପର ପ୍ରତିଶୋଧକୁ ଏସିଆକପରେ ନେଇଛି ଭାରତ  । ପାକିସ୍ତାନକୁ ଦୁବାଇରେ ଧୁଳି ଚଟାଇଛି ଟିମ୍ ଇଣ୍ଡିଆ  । ଅନ୍ତିମ ଓଭରରେ ପାଣ୍ଡ୍ୟାଙ୍କ ସୁପର ବ୍ୟାଟିଂରେ ଭାରତ ବିଜୟ ହାସଲ କରିଛି  । ପ୍ରଥମ ଇଂନିସରେ ପାକିସ୍ତାନ  ବ୍ୟାଟିଂ କରିବା ସହ ୧୪୭ ରନ୍ କରିଥିଲା  । ସେପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ  ଛକା ସହ ଭାରତ ଦ୍ୱିତୀୟ ପାଳିରେ ୧୪୮ ରନ କରି ବିଜୟ ବାନା ଉଡାଇଛି  ।

୧୯ ଓଭର ୫ ବଲ ସୁଦ୍ଧା ପାକିସ୍ତାନ ସମସ୍ତ ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଛି  । ସେପଟେ ଭୁବନେଶ୍ୱର କୁମାର ଭାରତ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ହାସଲ କରିଛନ୍ତି  ।  ପାକିସ୍ତାନ ପକ୍ଷରୁ ବ୍ୟାଟ୍ସମ୍ୟାନ ରିଜୱାନ ସ୍ରବାଧିକ ୪୨ ରନ୍ କରିଥିବାବେଳେ ଇଫ୍ଥଖର ମହମ୍ମଦ ୨୮ ରନ କରିଛନ୍ତି  । ଭାରତ ପ୍ରଥମେ ଟସ ଜିତିଥିଲା  । ଅଧିନାୟକ ରୋହିତ ଶର୍ମା  ବୋଲିଂ ନିଷ୍ପତ୍ତି ନେଇଥିଲେ ।

ଗଣ-ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲେ ଦୁଇ ଯବାନ

କୋଲକାତା: ଯବାନ ଭୁଲିଗଲେ ମାନବିକତା । ମହିଳାଙ୍କ ଛୁଆକୁ ରାସ୍ତାକଡରେ ଫୋପାଡି  । କୋଳରୁ ସନ୍ତାନ କୁ ଫୋପାଡି ମହିଳାକୁ ଗଣ ଧର୍ଷଣରେ 2 ବିଏସଏଫ ଜବାନ ଗିରଫ ହୋଇଛନ୍ତି । ପଶ୍ଚିମବଙ୍ଗ ଉତ୍ତର 24 ପ୍ରଗଣା ଜିଲ୍ଲା ସ୍ଥିତ ବାଗଦା ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି ଏହି ଘଟଣା  । ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶର ସୀମନ୍ତରେ ଥିବା ଜିତପୁର୍ ସୀମାନ୍ତରେ ଜଣେ ମହିଳା ତାଙ୍କର ଶିଶୁ ପୁତ୍ରକୁ ନେଇ ବଙ୍ଗଳାଦେଶ ଯିବାକୁ ଚେଷ୍ଟା କରିଥିଲେ  । ସେହି ସମୟରେ ସୀମନ୍ତ ସୁରକ୍ଷା ଭାବରେ ଥିବା ବିଏସଏଫ ଜବାନ  ମହିଳାକୁ ଅଟକାଇ ନିକଟରେ ଥିବା ଏକ ଚାଷ ଜମିରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି  ।

ସେପଟେ ମହିଳାଙ୍କ କୋଳରେ ଥିବା ଶିଶୁକୁ ଫୋପାଡି ମହିଳାଙ୍କ ସହ ଦୁଇ ଜଣ ବିଏସଏଫ ଯବାନ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି  ।    ଅନ୍ୟପଟେ ମହିଳାଙ୍କ ଅଭିଯୋଗରେ ପୋଲିସ ଦୁଇ ବିଏସଏଫ ଜବାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ବିଏସଏଫ ଯବାନ ଙ୍କ ଘଟଣାକୁ ନେଇ ବିଏସଏଫ ବରିଷ୍ଠ ଅଧିକାରୀ କୁ ମଧ୍ଯ ଅବଗତ କରାଇଛନ୍ତି  । ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନେଇ ରାଜନୀତି ଜୋର ଧରିଛି  । ଟିଏମସି ଏହାକୁ ନେଇ ଜୋରଦାର କରିଛି  ।

ସମସ୍ତ ୱିକେଟ ହରାଇ ପାକିସ୍ତାନ କଲା ୧୪୭

ଦୁବାଇ: ଭାରତ ଆଗରେ ୧୪୮ ରନର ଟାର୍ଗେଟ  । ୧୯ ଓଭର ୫ ବଲ ସୁଦ୍ଧା ପାକିସ୍ତାନ ସମସ୍ତ ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଛି  । ସେପଟେ ଭୁବନେଶ୍ୱର କୁମାର ଭାରତ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ହାସଲ କରିଛନ୍ତି  ।  ପାକିସ୍ତାନ ପକ୍ଷରୁ ବ୍ୟାଟ୍ସମ୍ୟାନ ରିଜୱାନ ସ୍ରବାଧିକ ୪୨ ରନ୍ କରିଥିବାବେଳେ ଇଫ୍ଥଖର ମହମ୍ମଦ ୨୮ ରନ କରିଛନ୍ତି  ।

ଭାରତ ପ୍ରଥମେ ଟସ ଜିତିଥିଲା  । ଅଧିନାୟକ ରୋହିତ ଶର୍ମା  ବୋଲିଂ ନିଷ୍ପତ୍ତି ନେଇଥିଲେ । ସେପଟେ ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ  । ପାକିସ୍ତାନ ପ୍ରଥମ ଇଂନିସରେ ବ୍ୟାଟିଂ କରିବା ସହିତ ୧୯ ଓଭର ୫ ଟି ବଲରେ ସମସ୍ତ ୱିକେଟ ହରାଇ ୧୪୭ ରନ୍ କରିବାରେ ସଫଳ ହୋଇଥିଲା  । ପୂର୍ବରୁ ପାକିସ୍ତାନ ସହ ଭାରତ ସମୁଦାୟ ୧୪ଟି ମ୍ୟାଚ ଖେଳିଥିବାବେଳେ ୮ଟି ମ୍ୟାଚରେ ବିଜୟ ହାସଲ କରିଛି  । ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି  ।

ରାଜ୍ୟରେ ବଜ୍ରପାତ ନେଲା ୫ ଜୀବନ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ଜଣ ପ୍ରାଣ ହରାଇଛନ୍ତି । ମୟୂରଭଞ୍ଜର ୨ଟି ସ୍ଥାନରେ ବଜ୍ରପାତ ଘଟି ୩ଜଣଙ୍କର ଜୀବନ ଯାଇଛି । ବହଳଦା ଥାନା ନିମାଡ଼ିହାରେ ଗାଧୋଇବାକୁ ଯିବାବେଳେ ବଜ୍ରାଘାତରେ ମାଆଝିଅ ପ୍ରାଣ ହରାଇଛନ୍ତି । ଆଉ ଜଣେ ଝିଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି ।

ସେହିପରି ତିରିଂ ଥାନା ବାରୁଡ଼ିହି ଗାଁରେ ଯାଇଛି ଜଣେ ଯୁବକଙ୍କ ଜୀବନ । ସେହିପରି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଦର୍ଲିପାଲିରେ ବଜ୍ରପାତରେ ମାଆପୁଅଙ୍କ ମୃତ୍ୟୁ ହୋଇଛି । ବାସୁପାଲି ଗାଁକୁ ଏକ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଯାଉଥିବାବେଳେ ବଜ୍ରପାତରେ ଉଭୟ ପ୍ରାଣ ହରାଇଛନ୍ତି ।