ଋଷରେ ମିଶିବ ୟୁକ୍ରେନର ୪ ବୃହତ ଅଞ୍ଚଳ, ବିରୋଧ ସତ୍ତ୍ୱେ ହୋଇଥିଲା ଗଣଭୋଟ ହୋଇଥିଲା

ନୂଆଦିଲ୍ଲୀ: ଆଜି ବିଧିବଦ୍ଧ ଭାବେ ଋଷରେ ମିଶିବ ୟୁକ୍ରେନର ୪ ବୃହତ ଅଞ୍ଚଳ। ଅନୁଷ୍ଠିତ ଗଣଭୋଟରେ ଋଷର ବିପୁଳ ବିଜୟ ପରେ ଋଷରେ ମିଶିବେ ଖେରସନ, ଦୋନେସ୍କ, ଲୁଗାନସ୍କ ଓ ଜେପୋରଜିୟା। ୟୁକ୍ରେନର ବିରୋଧ ସତ୍ତ୍ୱେ ଏହି ୪ ଅଞ୍ଚଳରେ ଗଣଭୋଟ ହୋଇଥିଲା। ଗ୍ରାଣ୍ଡ କ୍ରେମଲିନ ପ୍ୟାଲେସର ସେଣ୍ଟ ଜର୍ଜିଆନ ହଲରେ  ମିଶ୍ରଣ ଉତ୍ସବ ହେବ। ମିଶ୍ରଣ ପର୍ବରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଦବୋଧନ ଦେବେ। ଉତ୍ସବ ପାଳନ ଲାଗି ମସ୍କୋ ଲାଲ ଚୌକକୁ ସଜ୍ଜିତ କରାଯାଇଛି ।

ମିଶ୍ରଣ ଓ ଯୁଦ୍ଧର ଅଗ୍ରଗତି ପ୍ରସଙ୍ଗରେ ଆସନ୍ତା ଅକ୍ଟୋବର ୪ରେ ସଂସଦରେ ଉଦବୋଧନ ଦେବେ ପୁଟିନ । ଜେପୋରଜିୟାରେ ହୋଇଥିବା ଗଣଭୋଟରେ ଋଷ ସପକ୍ଷରେ ୯୩ ଦଶମିକ ୧୧ ପ୍ରତିଶତ ଭୋଟ ମିଳିଥିଲା । ଖେରସନରେ ପ୍ରସ୍ତାବ ସପକ୍ଷରେ ୮୭ ଦଶମିକ ୫ ପ୍ରତିଶତ ଭୋଟ ମିଳିଥିଲା । ଲୁଗାନସ୍କରେ ୯୮ ଦଶମିକ ୪୨ ପ୍ରତିଶତ ଓ ଦୋନେସ୍କରେ ୯୯ ଦଶମିକ ୨୩ ପ୍ରତିଶତ ଲୋକ ବି ଚାହିଁଥିଲେ ଋଷ ସହ ମିଶିବାକୁ । ଫଳାଫଳକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶବାସୀଙ୍କୁ ବିଜୟ ବାର୍ତ୍ତା ଦେଇଥିଲେ। ମସ୍କୋର ଏହି ପଦକ୍ଷେପକୁ ଏକ ଫାର୍ସ ବୋଲି କହିଥିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ସେହିପରି ଗଣଭୋଟକୁ ବିରୋଧ କରିଥିଲେ ଆମେରିକା, ନାଟୋ, ଫ୍ରାନ୍ସ ସମେତ ବିଭିନ୍ନ ରାଷ୍ଟ୍ର।