ପୁରୀ ହୋଟେଲରେ ଐଶ୍ୱର୍ଯ୍ୟାଙ୍କ ମୃତଦେହ

1 min read

ପୁରୀ:  ହୋଟେଲରେ ମହିଳାଙ୍କ ଆତ୍ମହତ୍ୟା ଘଟଣା । ପୁରୀରେ ପହଞ୍ଚିଲେ ମୃତା ମହିଳା ଐଶ୍ବର୍ଯ୍ୟା ସାହାନାବାଗଙ୍କ ସ୍ବାମୀ ଓ ଭାଇ । ସେମାନଙ୍କ ଉପସ୍ଥିତିରେ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ୍ । ଗୁରୁବାର ସକାଳେ ପୁରୀର ଏକ ହୋଟେଲରେ ଜଣେ ମହିଳା ଆତ୍ମହତ୍ୟା କରିଥିଲେ । ମୃତା ମହିଳା ଜଣଙ୍କ ହେଲେ ବେଙ୍ଗାଳୁରରୁ ଐଶ୍ବର୍ଯ୍ୟା ସାହାନାବାଗ । GIZ କମ୍ପାନିର ଓ୍ବାଟର ରିସୋର୍ସ କନଫରେନ୍ସରେ ଯୋଗ ଦେବାକୁ ସେ ଗତକାଲି ରାତିରେ କମ୍ପାନୀ କର୍ମଚାରୀଙ୍କ ସହ ପୁରୀ ଆସି ପହଞ୍ଚିଥିଲେ ।

ରୁମ ନମ୍ବର 1111ରେ ରାତିରେ ଚେକ୍ ଇନ୍ କରିଥିଲେ । ରାତିରେ ପରିବାର ଲୋକଙ୍କ କଲ ରିସିଭ କରିନଥିଲେ । ପରେ ସାଥି କର୍ମଚାରୀ କବାଟ ନକ କରିଥିଲେ ମଧ୍ୟ ନ ଖୋଲିବାରୁ ସନ୍ଦେହ କରି ହୋଟେଲ କର୍ମଚାରୀଙ୍କ ସହାୟତାରେ ରୁମ ଖୋଲାଯିବା ପରେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଜାରି ରଖିଛି ।