ବିଜେଡିର ପଦଯାତ୍ରା ପ୍ରସ୍ତୁତି କର୍ମଶାଳା, ପୌର ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ହେବ ଆଲୋଚନା

ଭୁବନେଶ୍ୱର: ଚାଲିଛି ବିଜେଡିର ପଦଯାତ୍ରା ପ୍ରସ୍ତୁତି କର୍ମଶାଳା । ଆଜି ଦୁଇଦିନିଆ ପ୍ରସ୍ତୁତି ବୈଠର ଉଦଯାପନୀ ଦିବସ । ଆଜି ପୌର ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ଆମ ଗାଁ ଆମ ବିକାଶ, ଆମ ସହର ଆମ ଉନ୍ନତି ପରି ବିଷୟବସ୍ତୁ ଉପରେ ଆଲୋଚନା ହେବ । ତୃଣମୂଳ ସ୍ତରରୁ ସ୍ବଚ୍ଛ ଶାସନ ନେଇ ସମସ୍ତଙ୍କ ମତାମତ ନିଆଯିବ । ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ସକାଳ ୯ ସୁଦ୍ଧା ପହଞ୍ଚିବେ ନେତା ଓ କର୍ମୀ । ୯.୪୫ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ ।

ଏହି ଉଦଯାପନୀ ଉତ୍ସବରେ ଭର୍ଚୁଆଲରେ ଯୋଗେ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ହୋଇ ସଂଧ୍ୟା ୫ଟାରେ ସରିବ । କିପରି ମାସେ ବ୍ୟାପୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ, ସେ ଦିଗରେ ଦଳର ବରିଷ୍ଠ ନେତା ଉଦବୋଧନ ଦେବେ । ସଂଗଠିତ ହୋଇ କାମ କରି ପଦଯାତ୍ରାକୁ ସଫଳ କରିବା ପାଇଁ ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି କରିବେ ମୋଟିଭେସନାଲ ସ୍ପିକର । ସେମାନେ ଦ୍ବିତୀୟ ପର୍ଯ୍ୟାୟରେ ଉଦବୋଧନ ଦେବା ସହ ମତ ବିନିମୟ କରିବେ ।