ବଢୁଛି ରାଜସ୍ଥାନ ସସପେନ୍ସ, ସୋନିଆଙ୍କୁ ଭେଟିଲେ ସଚିନ ପାଇଲଟ

1 min read

ନୂଆଦିଲ୍ଲୀ : କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ସଚିନ ପାଇଲଟ। କହିଛନ୍ତି- ରାଜ୍ୟରେ କଂଗ୍ରେସକୁ ଶକ୍ତିଶାଳୀ କରିବା ଲାଗି ସାମୂହିକ ଉଦ୍ୟମ କରାଯିବ । ୨୦୨୩ରେ କଂଗ୍ରେସ ସରକାର ଲାଗି ଏବଠାରୁ ଯୋଜନା ପ୍ରସ୍ତୁତ କରାଯିବ। ତେବେ ମୁଖ୍ୟମନ୍ତ୍ରୀତ୍ୱ  ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡ଼ାଇଯାଇଥିଲେ ପାଇଲଟ। ସେପଟେ ଏଆଇସିସି ସଭାପତି ରେସରୁ ଅଶୋକ ଗେହଲଟ ହୋଇଛନ୍ତି ଆଉଟ। କେବଳ ଏତିକି ନୁହେଁ ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ନିକଟରେ କ୍ଷମା ମାଗିଛନ୍ତି ଗେହଲଟ।

ରାଜ୍ୟରେ ଘଟିଥିବା ଦଳୀୟ ବିଶୃଙ୍ଖଳା ଲାଗି ଗେହଲଟଙ୍କ ଉପରେ କ୍ଷୁବ୍ଧ ଥିଲେ ହାଇକମାଣ୍ଡ । ଦିନେ ଦୁଇଦିନ ମଧ୍ୟରେ ଗେହଲଟ ପ୍ରସଙ୍ଗରେ ହାଇକମାଣ୍ଡ ନିଷ୍ପତ୍ତି ନେବେ । ଗେହଲଟ ଯଦି ସଭାପତି ହୁଅନ୍ତି ଏବଂ ତାଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ଯଦି ମୁଖ୍ୟମନ୍ତ୍ରୀ କରାଯାଏ ତେବେ ଇସ୍ତଫା ଦେବାକୁ ଧମକ ଦେଇଥିଲେ ୯୦ରୁ ଅଧିକ ବିଧାୟକ। ତେଣେ ଏଆଇସିସି ସଭାପତି ରେସରେ ସାମିଲ ହୋଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ। ସେ ପ୍ରାର୍ଥିପତ୍ର ଭରିବା ଲାଗି ୧୦ ସେଟ୍ ନାମାଙ୍କନ ଫର୍ମ ନେଇଛନ୍ତି । ଆଜି ଦିଗବିଜୟ ଓ ଶଶୀ ଥରୁର ଭରିବେ ନାମାଙ୍କନ । ଶଶୀ କହିଛନ୍ତି- ଦିଗବିଜୟଙ୍କ ପ୍ରାର୍ଥିତ୍ୱକୁ ସେ ସ୍ୱାଗତ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ହେବ। ସେହିପରି ଦିଗବିଜୟ କହିଛନ୍ତି- ଉଭୟ ଶଶୀ ଓ ସେ ଗାନ୍ଧି-ନେହରୁ ଆଦର୍ଶରେ ଅନୁପ୍ରାଣୀତ । ତେଣେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ବି ନାମାଙ୍କନ ପତ୍ର କରିଛନ୍ତି ସଂଗ୍ରହ।