କାଲି ବଙ୍ଗୋପସାଗରରେ ପ୍ରବେଶ କରିବ ଟାଇଫୁନ୍ ’ନୋରୁ’, ଭିଜିବ ଦଶହରା

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତାକାଲି ପଡ଼ିବ ମୂଳଦୂଆ । ଲଘୁଚାପରେ ପରିଣତ ହୋଇଥିବା ଟାଇଫୁନ୍ ’ନୋରୁ’ ବଙ୍ଗୋପସାଗରରେ ପ୍ରବେଶ କରିବ। ପ୍ରଭାବରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କାଲି ପ୍ରବଳ ବର୍ଷା ପାଇଁ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଏବଂ ପୁରୀକୁ ୟେଲୋ ଆଲର୍ଟ ଜାରି ହୋଇଛି।

ପରେ ୨ ତାରିଖରୁ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି । ୨ ଏବଂ ୩ ତାରିଖରେ ରାଜ୍ୟରେ ସର୍ବାଧିକ ବର୍ଷା ହେବ । ୩ରୁ ୪ ତାରିଖ ମଧ୍ୟରେ ଉତ୍ତର, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଫଳରେ ଏଥର ବର୍ଷାରେ ଭିଜିବ ପୂଜା । ଅକ୍ଟୋବରରେ ସିରିଜ୍ ଲଘୁଚାପ ନେଇ ଆକଳନ କରାଯାଇଛି ।