ବଢିଲା ମୁକେଶ ଅମ୍ବାନୀଙ୍କ ସୁରକ୍ଷା, ଏଣିକି Z ପ୍ଲସ୍ ସିକ୍ୟୁରିଟ୍

1 min read

 ମୁମ୍ବାଇ: ବଢିଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ନିରାପତ୍ତା । ମୁକେଶଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ତାଙ୍କ ସୁରକ୍ଷା ଜେଡ ପ୍ଲସ କାଟାଗୋରୀକୁ ଉନ୍ନୀତ କରାଯାଇଛି । ରିଲାଏନସ ଇଣ୍ଡିଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ତଥା ଏମଡି ମୁକେଶଙ୍କୁ ପୂର୍ବରୁ ଜେଡ କାଟାଗୋରୀ ସୁରକ୍ଷା ପ୍ରଦାନ କରାଯାଇଥିଲା । ମାତ୍ର ଜୀବନ ବିପଦ ଥିବାରୁ ତାଙ୍କ ସୁରକ୍ଷା ଜେଡ ପ୍ଲସକୁ ବୃଦ୍ଧି କରାଯାଇଛି ।

ଗତବର୍ଷ ମୁମ୍ବାଇସ୍ଥିତ ତାଙ୍କ ବାସଭବନ ଆଣ୍ଟିଲିଆ ସମ୍ମୁଖରେ ଏକ ସନ୍ଦିଗ୍ଧ ଗାଡ଼ିରୁ ବିସ୍ଫୋରକ ଜବତ ହୋଇଥିଲା । ଦେଶରେ ବର୍ତ୍ତମାନ ଭିଭିଆଇପିଙ୍କ ଲାଗି ୫ ପ୍ରକାର ନିରାପତ୍ତା ରହିଛି । ସେଗୁଡିକ ହେଲା X, Y, Z, Z+, SPG । ଭିଆଇପି, ଭିଭିଆଇପି, କ୍ରୀଡ଼ାବିତ, ଶିଳ୍ପପତି, ରାଜନେତା ପ୍ରମୁଖଙ୍କୁ ବିଭିନ୍ନ ଧରଣର ସୁରକ୍ଷା ପ୍ରଦାନ କରାଯାଉଛି । ଜେଡ ପ୍ଲସ କାଟାଗୋରୀ ଅନୁସାରେ ମୁକେଶଙ୍କ ସୁରକ୍ଷା ଦାୟିତ୍ବରେ ରହିବେ ୫୫ ଜଣ କର୍ମଚାରୀ । ସେମାନଙ୍କ ମଧ୍ୟରେ ଅଛନ୍ତି ୧୦ରୁ ଅଧିକ ଏନଏସଜି କମାଣ୍ଡୋ ଓ ପୋଲିସ ଅଧିକାରୀ ।