spot_img
Home Blog Page 4057

କୋହଲିଙ୍କ ଖରାପ ଫର୍ମକୁ ନେଇ ବାଦ ବିବାଦ, ସମର୍ଥନ ଓ ବିରୋଧରେ ବାହାରିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ଏକ ଚର୍ଚ୍ଚିତ ଚେହେରା ଭାରତୀୟ କ୍ରିକେଟ ଟିମର ବ୍ଯାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନେଇ ଏବେ ବିବାଦ ଘନାଉଛି । ଲଗାତାର ଖରାପ ପ୍ରଦର୍ଶନ କରି ନିଜେ କୋହଲି ସମାଲୋଚନା ଘେରକୁ ଟାଣି ହୋଇଯାଇଛନ୍ତି । ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଭାରତୀୟ ଟିମ୍ ଯାଇଛି । ଟେଷ୍ଟ ଓ ଟି-୨୦ ମ୍ୟାଚରେ ବିରାଟ ଲଜ୍ଜାଜନକ ପ୍ରଦର୍ଶନ କରିଥିଲେ । ଏହାପରେ ତାଙ୍କୁ ଦଳରୁ ବସାଇ ଦେବା ପାଇଁ ଦାବି ହେଉଛି । ପୂର୍ବତନ କ୍ରିକେଟର ମାନେ ମଧ୍ୟ ତାଙ୍କୁ କିଛି ଦିନ ଦଳରୁ ବାହାର କରି ତାଙ୍କ ସ୍ଥାନରେ ଯୁବ ଚେହେରାଙ୍କୁ ସୁଯୋଗ ଦେବା ପାଇଁ ଦାବି କରିଛନ୍ତି । ଆଗକୁ ଟି-୨୦ ବିଶ୍ୱକପ ରହିଛି ଏହି ପରିପେକ୍ଷିରେ ଯଦି ବିରାଟଙ୍କର ଲଗାତାର ଖରାପ ପ୍ରଦର୍ଶନ କରନ୍ତି ଦଳରୁ ତାଙ୍କୁ ଡ୍ରପ କରିବା ନେଇ ଚର୍ଚ୍ଚା ଜାରି ରହିଛି ।

କପିଲ ଦେବଙ୍କ ଟିପ୍ପଣୀ ପରେ କୋହଲିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା  । ୧୯୮୩ରେ ପ୍ରଥମଥର ଭାରତକୁ ବିଶ୍ୱକପ୍ ଦେଇଥିବା କପିଲ ଦେବ ବିରାଟ କୋହଲିଙ୍କୁ ଡ୍ରପ କରିବା କଥା କହିଛନ୍ତି । ତାଙ୍କର ଏହି ଟିପ୍ପଣୀ ପରେ କିଛି ପୂର୍ବତନ କ୍ରିକେଟର ବିରାଟଙ୍କ ସମର୍ଥନରେ ବାହାରିଥିବା ବେଳେ ଆଉ କିଛି କପିଲଙ୍କ ପରାମର୍ଶକୁ ସମର୍ଥନ କରିଛନ୍ତି  । କପିଲ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଥିଲେ, ଆପଣଙ୍କ ପାଖରେ ଅନେକ ବିକଳ୍ପ ଅଛନ୍ତି । ଯିଏ ଫର୍ମରେ ଅଛନ୍ତି ସେମାନଙ୍କୁ ଖେଳାନ୍ତୁ । କେବଳ ବଡ଼ ନାଁ ଆଧାରରେ ଯାଆନ୍ତୁ ନାହିଁ, ଆପଣଙ୍କୁ ଦେଖିବାର ଅଛି ଯେ ଏବେ କିଏ ଫର୍ମରେ ଅଛି । ଆପଣ ପ୍ରତିଷ୍ଠିତ ଖେଳାଳି ହୋଇପାରନ୍ତି କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଲଗାତାର ୫ଟି ମ୍ୟାଚରେ ଖରାପ ପ୍ରଦର୍ଶନ କରି ପୁଣି ଆପଣଙ୍କୁ ସ୍ଥାନ ମିଳିବ । ଯଦି ବିଶ୍ୱର ନମ୍ବର ଦୁଇ ବୋଲର ରବିଚନ୍ଦନ ଅଶ୍ୱିନୀ ଟେଷ୍ଟ ଟିମରୁ ବାହାରି ପାରୁଛନ୍ତି ତେବେ ବିଶ୍ୱର ନମ୍ବର ୧ ଖେଳାଳି ଡ୍ରପ ହେବାରେ ଅସୁବିଧା କେଉଁଠି । କପିଲଙ୍କ ଏହି ବୟାନ ପରେ କୋହଲିଙ୍କୁ ଟିମ୍ ରେ ସାମିଲକୁ ନେଇ ପ୍ରଶ୍ନ ଛିଡା ହୋଇଛି  । ଅବଶ୍ୟ କପିଲ କୋହଲିଙ୍କ ନାଁ ପ୍ରତ୍ୟେକ୍ଷ ନେଇ ନଥିଲେ  । ହେଲେ ଇସାରା ସମ୍ପୂର୍ଣ୍ଣ ଭାବେ କୋହଲିଙ୍କୁ ଆଡକୁ ରହିଥିଲା  ।

ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟର ଦୁଇଟି ଯାକ ଇନିଂସରେ ମୋଟ ୩୧ ରନ୍ କରିଥିଲେ । ଏହାପରେ ଦ୍ୱିତୀୟ ଟି୨୦ ମ୍ୟାଚରେ ୧ ରନ୍ ଏବଂ ତୃତୀୟ ମ୍ୟାଚରେ ୧୧ ରନ୍ କରିଥିଲେ । ପ୍ରଥମ ଟି-୨୦ରେ ଦୀପକ ହୁଡା ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ କୋହଲିଙ୍କ ପାଇଁ ତାଙ୍କୁ ଅନ୍ୟ ଦୁଇଟି ମ୍ୟାଚରେ ବସିବାକୁ ପଡିଥିଲା ।

ତେବେ କପିଲ ଦେବଙ୍କ ଏହି ବୟାନ ପରେ ରୋହିତ ଶର୍ମା ପ୍ରତିକ୍ରିୟାଶୀଳ ହୋଇଛନ୍ତି । ସେ କହିଛନ୍ତି ସେ ବାହାରେ ବସି ମ୍ୟାଚ ଦେଖୁଛନ୍ତି , ଭିତରେ କଣ ଚାଲୁଛି ତାଙ୍କୁ କିଛି ଜଣା ନାହିଁ । ଆମର ଏକ ବିଚାର ଏବଂ ପ୍ରକ୍ରିୟା ରହିଛି । ଆମେ ଦଳ ପ୍ରସ୍ତୁତ କରିଛୁ ଏବଂ ଏହା ପଛରେ ଅନେକ ବିଚାର ବିମର୍ଶ ରହିଛି  । ଆମେ ସୁଯୋଗ ଦେଇଥାଉ ଏବଂ ସାଥିରେ ଛିଡା ରହିଥାଉ । ଏ ସବୁ ଜିନିଷ ଆପଣ ବାହାରେ ବସି ଜାଣି ପାରିବେ ନାହିଁ । ବାହାରେ ଯେଉଁ ଆଲୋଚନା ଚାଲିଛି ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ରୋହିତ କହିଛନ୍ତି ।

ସେପଟେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାନ ଟି-୨୦ ବିଶ୍ୱକପରେ ଭାରତୀୟ ଦଳରେ ବିରାଟ କୋହଲିଙ୍କୁ ସ୍ଥାନ ମିଳିବା ସପକ୍ଷରେ ନାହାନ୍ତି । ସେ କହିଛନ୍ତି ଯଦି ମୋତେ ଟିମ୍ ଚୟନ କରିବା ପାଇଁ ଦାୟିତ୍ୱ ମିଳିବ ତେବେ ବୋଧହୁଏ ଏହି ଟିମରେ ବିରାଟ କୋହଲି ସ୍ଥାନ ରହିବନାହିଁ  । ବର୍ତ୍ତମାନର ଫର୍ମ ଆଧାରରେ ଟିମ୍ ଚୟନ କରାଯିବ  ।

ଅନ୍ୟପକ୍ଷରେ ଭାରତୀୟ ବୋଲର ଭେଙ୍କଟେଶ ପ୍ରସାଦ ମଧ୍ୟ କୋହିଲଙ୍କ ଦଳରେ ସ୍ଥାନ ପାଇବା ସପକ୍ଷରେ ନାହାନ୍ତି  । ସେ କହିଛନ୍ତି ଏକଦା ଭାରତୀୟ ଦଳର ପୂର୍ବତନ ଖେଳାଳି ଯୁବରାଜ, ହରବଜନ, ସେହୱାଗ, ଓ ଅନ୍ୟ ଦିଗଜ ଖେଳାଳି ଖରାପ ଫର୍ମ ପାଇଁ ଦଳରୁ ଡ୍ରପ ହୋଇଛନ୍ତି  । ଡୋମେଷ୍ଟିକ କ୍ରିକେଟ ଖେଳି ଭଲ ପ୍ରଦର୍ଶନ କରିବା ପରେ ପୁଣି ଦଳକୁ ଫେରିଛନ୍ତି । ଏପରି ସ୍ଥିତିରେ ଖରାପ ଖେଳୁଥିବା ଖେଳାଳିଙ୍କୁ ବସେଇଦେବା ଆବଶ୍ୟକ  । କାହାର ପୂର୍ବ ରେକର୍ଡକୁ ନେଇ ଦଳରେ ସ୍ଥାନ ନଦିଆଯିବା ଆବଶ୍ୟକ  ।

ବିରାଟଙ୍କଙ୍କୁ ପୂର୍ବତନ କ୍ରିକେଟର ମାନେ ସମାଲୋଚନା କରୁଥିବା ବେଳେ ପୂର୍ବତନ କ୍ରିକେଟର ସୁନୀଲ ଗାଭାଷ୍କର ତାଙ୍କ ସପକ୍ଷରେ ବାହାରିଛନ୍ତି । ସୁନୀଲ କହିଛନ୍ତି, ଯେତବେଳେ ରୋହିତ ଶର୍ମା ରନ୍ କରିପାରୁନଥିଲେ ସେସମୟରେ ତ କେହି ପାଟି ଫିଟାଉନଥିଲେ  ।  ଅନ୍ୟ ଖେଳାଳି ରନ୍ ନକଲେ ସେତବେଳେ କେହି କିଛି କହୁନଥିଲେ କଣ ପାଇଁ  । ଆପଣ କେବଳ ଫର୍ମ କଥା କହୁଛନ୍ତି, ହେଲେ ଏବେ ଟିମ୍ ଯେଉଁ ସ୍ଥିତିରେ ଖେଳୁଛି ସେଠାରେ ଆପଣ ଅନେକ ବିଫଳ ହୋଇପାରନ୍ତି । ବିଶ୍ୱକପ ପାଇଁ ଟିମ୍ ଚୟନ କରିବାକୁ ଏବେବି ୨ମାସ ସମୟ ହାତରେ ଅଛି । ଏବେଠୁ କାହାକୁ ବାହର କରିବା ବା କାହାକୁ ଖେଳାଇବା କହିବା ଠିକ୍ ହେବ ନାହିଁ । ସେପର୍ଯନ୍ତ ଅପେକ୍ଷା କରି ଫର୍ମ ଦେଖି ସିଲେକ୍ସନ କରାଯିବା ଆବଶ୍ୟକ  ।

କୋହିଲଙ୍କ ପୂର୍ବ ରେକର୍ଡ ଯଦି ଦେଖିବା ତେବେ ୩ ବର୍ଷ ପୂର୍ବେ ବିରାଟ ଜୋ’ ରୁଟ୍, କେନ ୱିଲିୟମସନ ଏବଂ ଷ୍ଟିଭେନ ସ୍ମିତଙ୍କ ସହ ବିଶ୍ୱର ୪ ଉତ୍ତମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ତାଙ୍କ ନାଁ ଗଣାଯାଉଥିଲା  । ୩ ବର୍ଷ ପୂର୍ବ ପର୍ଯ୍ୟନ୍ତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରାୟ ସମସ୍ତ ରେକର୍ଡ ବିପଦରେ ଥିବା ନଜର ଆସିଥିଲା  । କାରଣ ବିରାଟ ଗୋଟିଏ ପରେ ଗୋଟିଏ ସଫଳତା ପାଇବାରେ ଲାଗିଥିଲେ । ପ୍ରତି ୪ଟି ମ୍ୟାଚ ମଧ୍ୟରୁ ଗୋଟିଏ ମ୍ୟାଚରେ ଶତକ ଅବଶ୍ୟ ମାରୁଥିଲେ । କିନ୍ତୁ ୨୦୧୯ ପରେ ସବୁକିଛି ଥମିଯାଇଥିଲା  । ୩ ବର୍ଷ ହେବ ଗୋଟିଏ ବି ଶତକ କରିବାରେ ସକ୍ଷମ ହୋଇନାହାନ୍ତି କୋହଲି । ଶେଷଥର ପାଇଁ ସେ ୨୦୧୯ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ ଶତକ କରିଥିଲେ  ।

ରାଉରକେଲା ରେଲୱେ ଡିଭିଜନକୁ ରେଲୱେ ବୋର୍ଡ ଚେୟାରମ୍ୟାନଙ୍କୁ ବିରୋଧ

ଭୁବନେଶ୍ୱର: ରାଉରକେଲା ରେଲୱେ କହିଲେ ଡିଭିଜନ ହେଲେ କିଛି ଲାଭ ହେବନି । କେବଳ ଅଯଥାରେ ଅର୍ଥ ଖର୍ଚ୍ଚ ହେବ । ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରେଲଓ୍ବେ ବୋର୍ଡ ଚେୟାରମ୍ୟାନ ତଥା ସିଇଓ ବିନୟ କୁମାର ତ୍ରିପାଠୀ । ଏପରି ମନ୍ତବ୍ୟ ପରେ ବିଭିନ୍ନ ମହଲରୁ ସୃଷ୍ଟି ହୋଇଛି ଅସନ୍ତୋଷ । ରାଉରକେଲାକୁ ରେଲଓ୍ବେ ଡିଭିଜନ କରିବା ପାଇଁ ଦୀର୍ଘବର୍ଷ ହେଲା ଦାବି ହୋଇ ଆସୁଛି । ସହରର ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ରାଉରକେଲା ସହରଵାସୀ ଦାବି କରି ଆସୁଛନ୍ତି ।

କିନ୍ତୁ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଅବହେଳା ଯୋଗୁଁ ଏଗା ହୋଇ ପାରୁନଥିବା ଅଭିଯୋଗ ହେଉଛି । ଏପରି ସ୍ଥିତିରେ ସିଇଓ ଵିନୟ କୁମାର ତ୍ରିପାଠୀ ଗତକାଲି ରାଉରକେଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରରେ ବିଧାୟକଙ୍କ ସହ ବିଭିନ୍ନ ସଂଗଠନ ତାଙ୍କ ସହ ଆଲୋଚନା କରିଥିଲେ । ସିଇଓଙ୍କ ମନ୍ତବ୍ୟ ଦୁର୍ଭାଗ୍ୟ ଜନକ । ଯଦି ଡିଭିଜନ କଲେ ଖାଲି ଅର୍ଥ ଖର୍ଚ୍ଚ ହେଉଛି ତେଵେ ଦେଶରେ ଥିବା ଡିଭିଜନ ଵନ୍ଦ କରିବା ପାଇଁ ଦାବି କରିଛନ୍ତି ସହରବାସୀ ।

ବିଶ୍ୱ ଚେସ୍ ଫେଡେରେସନର ଫେୟାର ପ୍ଲେ ପ୍ୟାନେଲକୁ ମନୋନୀତ ହେଲେ ଅପରାଜିତା

ନନ୍ଦିଘୋଷ ବ୍ୟୁରୋ: ୨୮ ଜୁଲାଇରୁ ୧୦ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଚେନ୍ନାଇର ମହାବାଲିପୁରମ୍ଠାଚର ଅନୁଷ୍ଠିତ ହେବାକୁ ଯାଉଛି । ଏଫଆଇଡିଇ ଚେସ୍ ଅଲିମ୍ପିଆଡ୍ ୨୦୨୨ ପାଇଁ ୱାର୍ଲଡ ଚେସ୍ ଫେଡେରେସନ୍ (ଏଫଆଇଡିଇ) ଫେୟାର ପ୍ଲେ ପ୍ୟାନେଲରେ ଫେୟାର ପ୍ଲେ ଏକ୍ସପର୍ଟ ଭାବରେ ଓଡିଶାର କ୍ୟାଣ୍ଡିଡେଟ ମାଷ୍ଟର ତଥା ଫିଡ ଆର୍ବିଟର ଅପରାଜିତା ଗୋଚିକାରଙ୍କୁ ମନୋନୀତ କରିଛି ।  ଚେସ୍ ଅଲିମ୍ପିଆଡ୍ ହେଉଛି ବିଶ୍ୱ ଚେସ୍ କ୍ୟାଲେଣ୍ଡରର ସବୁଠାରୁ ବଡ ପ୍ରତିଯୋଗିତା । ଏଠି ୧୮୮ଟି କାଉଣ୍ଟିରେ ଦଳ ଅଂଶଗ୍ରହଣ କରିବେ ।  ସମଗ୍ର ବିଶ୍ୱରୁ ଅଷ୍ଟାଦଶ ଫେୟାର ପ୍ଲେ ବିଶେଷଜ୍ଞଙ୍କୁ ଏଫଆଇଡିଇ ଦ୍ୱାରା ମନୋନୀତ କରାଯାଉଛି । ଅପରାଜିତା ଫେୟାର ପ୍ଲେ ପ୍ୟାନେଲ (ଏଫପିପି)ରେ ଡ୍ୟୁଟି ସହିତ ନିଯୁକ୍ତ ଅଷ୍ଟାଦଶ ଫେୟାର ପ୍ଲେ ଏକ୍ସପର୍ଟଙ୍କ ମଧ୍ୟରୁ ଜଣେ ଭାବରେ ମନୋନୀତ ହୋଇଥିଲେ ।

ୱାର୍ଲଡ ଚେସ୍ ଫେଡେରେସନ (ଏଫଆଇଡିଇ) ଦ୍ୱାରା ଫେୟାର ଅଲମ୍ପିଆଡ୍ ସୁନିଶ୍ଚିତ କରିବାକୁ ୨୯ ବର୍ଷାୟା ଅପରାଜିତାଙ୍କ ଉପରେ ଏହା ଏକ ବଡ଼ ଦାୟିତ୍ୱ  । ଅପରାଜିତା ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହା ମୋ ପାଇଁ ଏକ ବଡ଼ ଦାୟିତ୍ୱ  । ସେ କହିଛନ୍ତି ଏତେ ବଡ଼ ଦାୟିତ୍ୱ ମତେ ଦେଇଥିବାରୁ ଅଲ ଇଣ୍ଡିଆ ଚେସ୍ ଫେଡେରସନ (ଏଆଇସିଏଫ), ଅଲ ଓଡିଶା ଚେସ୍ ଆସୋସିଏସନ (ଏଓସିଏ) ଏବଂ ତାଙ୍କ କମ୍ପାନୀ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ଓ ବିଶ୍ୱ ଚେସ୍ ଫେଡେରେସନ କୁ ଧନ୍ୟବାଦ । ସେ ଏହି ଚ୍ୟାଲେଞ୍ଜ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି । ଓଡିଆ ଝିଅ ୱାର୍ଲଡ ଚେସ୍ ଫେଡେରେସନ ସହିତ କାମ କରିବାର ସୁଯୋଗ ପାଇଥିବାରୁ ଏହା ରାଜ୍ୟ ପାଇଁ ଗର୍ବର ବିଷୟ ।

ରାଜୀବ ଗାନ୍ଧି ହତ୍ୟା ମାମଲା: ଜେଲରୁ ମୁକୁଳିବାକୁ ଆଉ ଜଣେ ଦୋଷୀ ରବିଚନ୍ଦ୍ରନଙ୍କ ଆବେଦନ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ଘଟଣାରେ ଆଉଜଣେ ଦୋଷୀ ଜେଲରୁ ମୁକୁଳିବା ପାଇଁ ଆବେଦନ କରିଛନ୍ତି । ଦୋଷୀ ରବିଚନ୍ଦ୍ରନଙ୍କ ପକ୍ଷରୁ ତାଙ୍କ ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ନିଜ ଆବେଦନରେ ରବିଚନ୍ଦ୍ରନ ଉଲ୍ଲେଖ କରିଛନ୍ତି, ପେରାରିବଲନଙ୍କୁ ଯେଉଁଭଳି ଭାବେ ମୁକ୍ତ କରାଯାଇଛି ସେହିପରି ତାଙ୍କୁ ମଧ୍ୟ ଜେଲରୁ ମୁକ୍ତ କରାଯାଉ ।

ଏଥିସହ କୋର୍ଟଙ୍କୁ ଅନୁରୋଧ କରିଛନ୍ତି, ଜେଲରୁ ମୁକୁଳିବା ପ୍ରକ୍ରିୟା ସମ୍ପନ୍ନ ହେବା ପର୍ଯନ୍ତ ତାଙ୍କୁ ଅନ୍ତରୀଣ ଜାମିନ ଦିଆଯାଉ  । ସୂଚନା ଥାଉକି, ଗତ ମେ ମାସ ୧୮ ତାରିଖରେ ରାଜୀବ ଗାନ୍ଧିଙ୍କ ହତ୍ୟାକାଣ୍ଡର ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ପେରାରିବଲନଙ୍କୁ କୋର୍ଟ ମୁକ୍ତ କରିଥିଲେ । ଏବେ ୬ ଦୋଷୀଙ୍କ ମଧ୍ୟରୁ ଆଉ ଜଣେ ଦୋଷୀ ରବିଚନ୍ଦ୍ରନ ସୁପ୍ରିମକୋର୍ଟଙ୍କ ପେରାରିବଲନ ଆଦେଶର ଉଲ୍ଲେଖ କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଚବିଚନ୍ଦ୍ରନଙ୍କ ପକ୍ଷରୁ ଓକିଲ ଆନନ୍ଦ ସେଲବନ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଆବେଦନରେ କହିଛନ୍ତି, ରବିଚନ୍ଦ୍ରନଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଛି ।

୨୦୧୬ ଏବଂ ୨୦୧୭ ମଧ୍ୟରେ ରବିଚନ୍ଦ୍ରନ ଜେଲରେ କାମ କରି ୨୦ ହଜାର ଟଙ୍କା ରାଶି ଅର୍ଜନ କରିଥିଲେ । ଏହି ରାଶିକୁ ସେ ନିକଟରେ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ଗଠିତ ତାମିଲ ଚେୟାରକୁ ଦାନ କରିଥିଲେ । ଏଥିସହିତ ଆବେଦନରେ କୁହାଯାଇଛି, ରବିଚନ୍ଦ୍ରନ ସାମାଜିକ ଭାବେ ଜଣେ ସଚେତନ ଥିବା ବ୍ୟକ୍ତି ଏବଂ ଯଦି ସେ ଜେଲରୁ ବାହାରକୁ ଆସନ୍ତି ତେବେ ବି କୌଣସି ଲୋକ ପାଇଁ ବିପଦ ସୃଷ୍ଟି କରିବେ ନାହିଁ ।

ସୁପ୍ରିମକୋର୍ଟ ଆବେଦନ ଉପରେ ବିଚାର କରି ତାଙ୍କୁ ମୁକ୍ତ କରନ୍ତୁ । ତେବେ ସୁପ୍ରିମକୋର୍ଟ ଏହା ଉପରେ ବର୍ତ୍ତାମାନ କିଛି ନିଷ୍ପତ୍ତି ନେଇନାହାନ୍ତି । ଆଗାମୀ ଦିନରେ କଣ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି  ।  ପେରାରିବଲନଙ୍କ ମାମଲାରେ ତାମିଲନାଡ଼ୁ ସରକାର, ରାଜ୍ୟପାଳ ଏବଂ ସୁପ୍ରିମକୋର୍ଟଙ୍କ ଅନୁମତି କ୍ରମେ ଜେଲରୁ ଖଲାସ କରାଯାଇଥିଲା  ।  ସମସ୍ତ ଦୋଷୀ ୧୯୯୧ ମସିହାରୁ ଏଯାବତ ଜେଲଦଣ୍ଡ ଭୋଗୁଛନ୍ତି  ।

ଦଶ ମାସର ଶିଶୁକୁ ରେଲୱେରେ ନିଯୁକ୍ତି, ମିଳିବ ପୂର୍ଣ୍ଣ ଦରମା

ନନ୍ଦିଘୋଷ ବ୍ୟୁରୋ: ରେଲୱେରେ ଦଶ ମାସର ଶିଶୁକୁ ମିଳିଲା ନିଯୁକ୍ତି । ରେଳବାଇ ପକ୍ଷରୁ ଘରେ ପହଁଚିଲା ନିଯୁକ୍ତି ପତ୍ର । ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଘଟଣାଟି ଏକଦମ ସତ । ଦଶମାସର ଏକ ନିଷ୍ପାପ ଶିଶୁକୁ ମିଳିଛି ଏହି ନିଯୁକ୍ତି । କିନ୍ତୁ ଘଟଣା ପଛର କାରଣ ହେଉଛି ଯେ, ଶିଶୁଟିର ବାପା-ମାଆଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ନିଯୁକ୍ତି ଟି ଯେତିକି ଚର୍ଚ୍ଚିତ ଖବର ପାଲଚିଛି । ଘଟଣା ପଛର ସତ୍ୟତା ଲୋକଙ୍କୁ ସେତିକି ସ୍ତମ୍ଭୀଭୂତ କରିଛି । ଛତିଶଗଡରେ ଜନ୍ମିତ ଏହି ଶିଶୁଟିର ପିତା ମାତା ଏକ ସ୍ଥାନକୁ ଯାଉଥିବାବେଳେ ସଡକ ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା ।

ଏପରି ଏକ ଘଟଣା ଘଟିବା ପରେ ପୁନଃବସତି ଯୋଜନାରେ ରେଳବାଇ ପକ୍ଷରୁ ନିଯୁକ୍ତି ଦିଆଯାଇଛି । ପିଲାଟିର ପିତା ରାଜେନ୍ଦ୍ର କୁମାର ଯାଦବ ଭିଲାଇରେ ରେଳବାଇରେ ପିପି ୟାର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ । ଚୋରଡାରେ ସରକାରୀ ବାସଗୃହରେ ରହୁଥିଲେ । ଗତ ଜୁନ୍ ୧ ତାରିଖ ଦିନ ମୋଟର ସାଇକେଲ ୟୋଗେ ପତ୍ନୀ ମଞ୍ଜୁଲତାଙ୍କ ସହ ଭିଲାଇ ଯାଉଥିବାବେଳେ ଏକ ରାସ୍ତା ଦୁର୍ଘଟଣାରେ ଏହି ଦମ୍ପତ୍ତିକୁ ମୃତ୍ୟୁ ଘଟିଥିଲା । ସୌଭାଗ୍ୟବଶତଃ ସେହି ଗାଡିରେ ଥିବା ୧୦ ମାସର ଶିଶୁକନ୍ୟା ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।

ଏପରି ଏକ ଦୁଖଦଃ ସ୍ଥିତିରେ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳ ବିଭାଗ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଥିଲା । ରେଳମନ୍ତ୍ରୀଙ୍କ ସହ ଏନେଇ ଯୋଗାଯୋଗ କରିଥିଲା । ଆଉ ୧୦ ମାସର ଶିଶୁକୁ ଚାକିରୀ ଦେବା ନେଇ ଯୋଜନା । ଶିଶୁକନ୍ୟାର ଲାଳନ ପାଳନ ପାଇଁ ପୁନଃବସତି ଯୋଜନାରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା । ୧୮ ବର୍ଷ ପର୍ଯ୍ୟନ୍ତ ରେଳ ବିଭାଗ ଶିଶୁ କନ୍ୟାକୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ କରିବେ । ଯେବେ ଶିଶୁକୁ ୧୮ ବର୍ଷ ହେବ ସେବେ ଯୋଗ୍ୟତା ଅନୁଯାୟୀ ରେଳ ବିଭାଗରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି । ତେବେ ରାଜ୍ୟରେ ୧୦ ମାସର ଶିଶୁ କନ୍ୟାକୁ ଚାକିରି ଦେବା ଖବର ଏବେ ଚର୍ଚ୍ଚା ପାଲଟିଛି ।

ପ୍ରଜନନ ନିୟନ୍ତ୍ରଣରେ ଓଡିଶାକୁ ସଫଳତା, ଜାତୀୟ ରିପୋର୍ଟରେ ପ୍ରଶଂସା

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାକୁ ପ୍ରଶଂସା । ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଫଳତା ହାସଲ କରିଛନ୍ତି । ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟର ଏହି ତଥ୍ୟ ପ୍ରଦାନ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସଚେତନତାର ହାର ବୃଦ୍ଧି ପାଇଥିବାରୁ ମୋଟ ପ୍ରଜନନ ହାରରେ ନିୟନ୍ତ୍ରଣ ଆସିଛି । ଚଳିତ ବର୍ଷ ଫିକ୍ସ ଡେ ଷ୍ଟାଟିକ ସେଣ୍ଟର ବୃଦ୍ଧି କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯାହାଦ୍ବାରା ପରିବାର ନିୟୋଜନରେ ଉଭୟ ବ୍ୟବଧାନ ଓ ସୀମିତ ପଦ୍ଧତିକୁ ବ୍ୟାପକ କରିବାକୁ ପ୍ରୋତ୍ସାହନ ମିଳିବ ।

ରାଜ୍ୟ ସରକାରଙ୍କ ଆଉ ଏକ ସଫଳତା । ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସଫଳ । ନ୍ୟାନଲାନ ହେଲଥ ସର୍ଭେ ରିପୋର୍ଟରେ ତଥ୍ୟ । ରାଜ୍ୟରେ ପ୍ରଜନନ ହାର ମହିଳା ପିଛା ୧.୮ ପ୍ରତିଶତ । .. ..ମୋଟ ପ୍ରଜନନ ହାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସୂଚକ । ଯାହା ପରିବାର ନିୟୋଜନ କାର୍ଯ୍ୟକ୍ରମର ସଫଳତାକୁ ଦର୍ଶାଇଥାଏ । କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ, ରାଜ୍ୟ ଓ ଦେଶର ଜନସଂଖ୍ୟା ସ୍ଥିରତା ଆଣିବାରେ ସୂଚନା ଦେଇଥାଏ । ଗତ କିଛି ବର୍ଷ ଭିତରେ ଓଡ଼ିଶା ସରକାର ଏଥିରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟର ରାଜ୍ୟରେ ପ୍ରଜନନ ହାର ମହିଳା ପିଛା ଦେଶଠୁ କମ ରହିଛି ।

ରାଜ୍ୟରେ ଏହା ୧.୮ ପ୍ରତିଶତ ଥିବାବେଳେ ଦେଶରେ ୨.୦ ରହିଛି । ୬.୩୭ ଲକ୍ଷ ପରିବାରକୁ ନେଇ କରାଯାଇଥିଲା ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ । ଏଥିରେ ସାରଦେଶର ୭୦୭ ଜିଲ୍ଲାକୁ ସାମିଲ କରାଯାଇଥିଲା । ଏହା ୨୪,୧୧୫ ମହିଳା ଓ ୧ ଲକ୍ଷ ୧ ହଦାର, ୮୩୯ ପୁରୁଷଙ୍କୁ ନେଇ କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ସଫଳତାରେ କାଉନସେଲିଂ ସମେତ ପରିବାର ନିୟୋଜନ ସେବା ରହିଛି । ଗୁଣାତ୍ମକ ମାନ ନିରୂପଣ, ଅନ୍ତରା ଓ ଆଇୟୁସିଡି ପରି ପରିବାର ନିୟୋଜନ ସେବା ଗୁଡ଼ିକୁ ହିତାଧିକାରୀଙ୍କ ପାଖରେ ସହଜରେ ଉପଲବ୍ଧ କରାଯାଇଛି ।

ଫାମିଲି ପ୍ଲାନିଂ, ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ ପରି ଅନଲାଇନ୍ ପଦ୍ଧତି ଜରିଆରେ ଦମ୍ପତିଙ୍କ ପାଖରେ ଠିକ୍ ସଭୟରେ ଗର୍ଭନିରୋଧକ ପହଞ୍ଚାଯାଉଛି । ଏହି କାର୍ଯ୍ୟକ୍ରମର ସଫଳତା ଯୋଗୁ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଅଧୀନରେ ସହରାଞ୍ଚଳରେ ଏହାକୁ ବୃଦ୍ଧି କରିବାକୁ ପାଇଁ ପଦକ୍ଷେପ ନିଆଯାଇଛି । ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶିଶୁ ପ୍ରସବ କରୁଥିବା ମାଆମାନଙ୍କ ମଧ୍ୟରେ ପ୍ରସବ ପରବର୍ତ୍ତୀ ସେବାକୁ ଅଧିକ ପ୍ରୋତ୍ସାହିତ କରାଯାଉଛି । ଯେଉଁଠି ମାଆମାନଙ୍କୁ ସେମାନଙ୍କ ପ୍ରଜନନ ନିୟନ୍ତ୍ରଣ କରିବା ପାଇଁ ଗର୍ଭନିରୋଧକ ବ୍ୟବହାର ନେଇ ଗୁରୁତ୍ବ ଦିଆଯାଉଛି ।

ଦୁନିଆର ସବୁଠୁ ବୟସ୍କ ବାଘ ‘ରାଜା’ର ମୃତ୍ୟୁ

କୋଲକାତା: ଦୁନିଆର ସବୁଠୁ ବୟସ୍କ ବାଘ ରାଜାର ମୃତ୍ୟୁ ଘଟିଛି । ରାଜାର ବୟସ ୨୫ ବର୍ଷ ୧୦ ମାସ ୮ ଦିନ ଥିଲା ।  ସେ ପଶ୍ଚିମବଙ୍ଗର ଜଳଦାପଡା ରେସ୍କ୍ୟୁ ସେଣ୍ଟରରେ ଦୀର୍ଘ ଦିନ ଧରି ରହିଆସୁଥିଲା । ଅଗଷ୍ଟ ୨୩ ତାରିଖରେ ରାଜାର ଜନ୍ମଦିନ ଥିବାବେଳେ ବନବିଭାଗ ପକ୍ଷରୁ ଅନେକ ଯୋଜନା କରାଯାଉଥିବା ସୂଚନା ମିଳିଛି ।

 ରିପୋର୍ଟ ଅନୁସାରେ, ସୋମବାର ଦିନ ଅପରାହ୍ନରେ ରାଜାର ମୃତ୍ୟୁ ଘଟିଥିଲା । ୨୦୦୬ ମସିହାରେ ରାଜାକୁ ଜଳଦାପଡା ନ୍ୟାସନାଲ୍ ପାର୍କ ସ୍ଥିତ ଦକ୍ଷିଣ ଖେରବାରୀ ଟାଇଗର ରେସ୍କ୍ୟୁ ସେଣ୍ଟରକୁ ଅଣାଯାଇଥିଲା । ସୁନ୍ଦରବନର ଏକ ନଦୀରେ ରାଜାକୁ କୁମ୍ଭୀର ଆକ୍ରମଣ କରିଥିଲା । ଆହତ ଅବସ୍ଥାରେ ତାଙ୍କୁ ଏଠାକୁ ଅଣାଯାଇଥିଲା ।

ରାଜାର ବାମ ଗୋଡରେ ଆଘାତ ଲାଗିଥିବା ବେଳେ ବନବିଭାଗ ପକ୍ଷରୁ ତାକୁ ଜଙ୍ଗଲରେ ଛଡାଯାଇନଥିଲା । ସେବେଠାରୁ ଏହି ସେଣ୍ଟରରେ ରହିଆସୁଛି ସେ । ତେବେ ଏହି ବୟସ୍କ ବାଘର ମୃତ୍ୟୁରେ ବନବିଭାଗର ଅଧିକାରୀ ମାନେ ଦୁଃଖ ପ୍ରକାଶ କରିଛନ୍ତି ।

 

ଗୁଜବ ପାଇଁ ସିଞ୍ଜୋ ଆବେଙ୍କୁ ଗୁଳି, ହତ୍ୟାକାରୀ କଲା ଖୁଲାସା

ନନ୍ଦିଘୋଷ ବ୍ୟୁରୋ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ଅପରାଧି କଲା ବଡ଼ ଖୁଲାସା । ୪୧ ବର୍ଷୀୟ ହତ୍ୟାକାରୀ ତେସ୍ତୁୟା ଯାମାଗାମୀ କାହିଁକି ରଚିଥିଲା ହତ୍ୟା ଷଡ଼ଯନ୍ତ୍ର ? ପୋଲିସ ଆଗରେ ଗୋଟି ହୋଟି କରି ସତ ଓଗାଳିଛି ଏହି ଅପରାଧି । ପୋଲିସର କହିବା ମୁତାବକ ହତ୍ୟାକାରୀ ମନରେ ସିଞ୍ଜୋ ଆବେଙ୍କୁ ନେଇ ସୃଷ୍ଟି ହୋଇଥିଲା ବିଷ ବଳୟ । ଆବେଙ୍କ ପାଇଁ ହତ୍ୟାକାରୀ ପରିବାରରେ ଜଳୁଥିଲା ଅସନ୍ତୋଷର ଅଗ୍ନି । ଆଉ ଏସବୁ ପଛରେ ଥିଲା ବିରାଟ ଗୁଜବ । ପ୍ରଚାରିତ ଏକ ମିଥ୍ଯା ଖବରକୁ ନେଇ ତେସ୍ତୁୟା ୟାମାଗାମୀ ରାଗରେ ଜର୍ଜରିତ ହୋଇଥିଲା । କାରଣ ହତ୍ୟାକାରୀ ଭାବିଥିଲା, ସିଞ୍ଜୋ ଆବେ ଏକ ନିର୍ଦ୍ଧିଷ୍ଠ ଧାର୍ମିକ ସଂଗଠନ ସହ ଜଡିତ । ତାଙ୍କ ଯୋଗୁଁ ହିଁ ସୃଷ୍ଟି ହେଉଛି ବିବାଦ । ଆଉ ଏଇଥି ପାଇଁ ଉକ୍ତ ସଂଗଠନ ପ୍ରତି କଠୋର ମନୋଭାବ ରଖୁଥିଲା ହତ୍ୟାକାରୀ ।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିଥିବା ୪୧ ବର୍ଷୀୟ ତେସ୍ତୁୟା ୟାମାଗାମୀ ଭାବୁଥିଲା କି ତାର ମାଆ ସିଞ୍ଜୋଙ୍କ ଧାର୍ମିକ ସଂଗଠନ ପ୍ରତି ସମର୍ପିତ । କିନ୍ତୁ ସେହି ସଂଗଠନକୁ ଦୃଢ ବିରୋଧ କରୁଥିଲା ତେସ୍ତୁୟା ୟାମାଗାମୀ । ଏହାକୁ ନେଇ ତେସ୍ତୁୟା ମନରେ ରହିଥିଲା ଭୟଙ୍କର ଘୃଣା ଭାବ । ଏବଂ ଏହାରି ଭିତରେ ଏ ସବୁର ମୂଳରେ ସିଞ୍ଜୋ ଆବେ ବୋଲି ଭାବି ନେଇଥିଲା ହତ୍ୟା କାରୀ । ହତ୍ୟାକାରୀ ଭାବଥିଲା ସିଞ୍ଜୋଙ୍କୁ ହତ୍ୟା କରିଦେଲେ ହିଁ ସବୁ ସପାପ୍ତ ହୋଇଯିବ । ଆଉ ତା ମାଆ ମଧ୍ୟ ସାବାଡ ହୋଇଯିବେ । ଯେଉଁଥିପାଇଁ ତେସ୍ତୁୟା ପ୍ରସ୍ତୁତ କରିଥିଲା ମର୍ଡରର ମାଷ୍ଟର ପ୍ଲାନ ।

ରବିବାର ଜାପାନର ଉଚ୍ଚ ସଦନର ୨୪୫ ଆସନ ମଧ୍ୟରୁ ୧୨୪ ଆସନ ପାଇଁ ହେବାକୁ ଥିଲା ଭୋଟ୍ । ଏହା ପୂର୍ବରୁ ସିଞ୍ଜୋ ଜାପାନର ନାରା ସହରରେ ଭାଷଣ ଦେଉଥିଲେ । ସୁରକ୍ଷାକର୍ମୀ ମଧ୍ୟ ତାଙ୍କୁ ଜଗି ରହିଥିଲେ । କିନ୍ତୁ ଏହାରି ଭିତରେ ହଠାତ ଏକ ବନ୍ଧୁକଧାରୀ ଆତତାୟୀ ପ୍ରବେଶ କରିଥିଲା । ଆଉ କେହି କିଛି ଭାବିବା ପୂର୍ବରୁ ଆବେଙ୍କ ଉପରକୁ ଚଳାଇଥିଲା ଗୁଳି । ଭାଷଣ ଦେଉଥିବା ଆବେ କିଛି ବୁଝି ପାରିନଥିଲେ । ପଛକୁ ବୁଲିକି ଦେଖନ୍ତି ତ, ବନ୍ଧୁକଧାରୀ ପୁଣି ଏକ ଗୁଳି କରିଥିଲା । ଯେଉଁଟି ସିଞ୍ଜୋଙ୍କ କାନ୍ଧରେ ବାଜିଥିଲା । ପୋଷ୍ଟ ମର୍ଟମ ରିପୋର୍ଟ ମୁତାବକ, ଦୁଇଟି ଗୁଳି ସିଞ୍ଜୋ ଆବେଙ୍କ କାନ୍ଧରେ ବାଜିଥିଲା । କଲର ବୋନ ଭିତରେ ଥିବା ଦୁଇଟି ଶୀରରେ ସିଧାସଳଖ ଗୁଳି ବାଜିଥିଲା । ଯଦ୍ୱାରା ପ୍ରବଳ ରକ୍ତ ସ୍ରାବ ହୋଇଥିଲା ।

ଆବେଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ଯଥା ସମ୍ଭବ ପ୍ରୟାସ କରିଥିଲେ । ସମସ୍ତ ରଣନିତୀ ଆରମ୍ଭ କରିଦେଇଥିଲେ । କିନ୍ତୁ ସତ ଚେଷ୍ଟା ସତ୍ୱେ ଆଖି ବୁଜିଥିଲେ ଜାପାନର ଜନନେତା । ତେବେ ସିଞ୍ଜୋଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି, ଯେତେବେଳେ ସିଞ୍ଜୋ ଆବେଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେତେବେଳେ ପ୍ରବଳ ରକ୍ତସ୍ରାବ ହୋଇସାରିଥିଲା । ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଶେଷରେ ସିଞ୍ଜୋଙ୍କ ହୃତପିଣ୍ଡ ଫଙ୍କସନ୍ କରିବା ବନ୍ଦ କରିଦେଇଥିଲା ।

ଚୋରଙ୍କ ମହିଳା ସର୍ଦ୍ଦାର; ବନିଲେ ସୁପର ମଡେଲ୍, ରହିଛନ୍ତି ଲକ୍ଷଲକ୍ଷ ଫ୍ୟାନ୍ସ

ନୂଆଦିଲ୍ଲୀ: ଚୋରଣୀରୁ ସୁପର ମଡେଲ୍ ପାଲଟିଥିବା ଏହି ଯୁବତୀଙ୍କ ନାମ ଷ୍ଟେଫନି ବ୍ୟୁଡାଇନ୍ ।  ଏହି ମଡେଲ୍ ଚୋରି ମାମଲାରେ ଜେଲ୍ ମଧ୍ୟ ଯାଇଥିଲେ । ଜେଲ୍ ଦଣ୍ଡ ଭୋଗିସାରିବା ପରେ ମଡଲିଂ ଦୁନିଆରେ ପାଦ ଥାପିଥିଲେ । ଆଉ ବନିଥିଲେ ‘ଦୁନିଆର ସବୁଠୁ ହଟ୍ ଥିଫ୍’ । ଯାହା ଫ୍ୟାନ୍ ଫଲୋଂ ବି କିଛି କମ୍ ନୁହେଁ ।

୨୦୧୪ ମସିହାରେ ୯୦ ଦିନ ପାଇଁ ସେ ଜେଲ୍ ଯାଇଥିଲେ । ସେ ଟିନ୍ ଏଜ୍ ଗ୍ରୁପ ଚୋରଙ୍କ ଗ୍ୟାଙ୍ଗ୍ ଲିଡର ଥିଲେ ବୋଲି ଅଭିଯୋଗ ହୋଇଥିଲା । ଯିଏକି ସେ ସମୟରେ କାନାଡାର କ୍ୟୁବେକ୍ ରେ ୪୦ ଘରୁ ଚୋରି କରିଥିଲେ। ଏହି ଗ୍ୟାଙ୍ଗ ପ୍ରାୟ ୪୦ ଲକ୍ଷ ଟଙ୍କା କ୍ୟାସ୍ ଓ ଅନ୍ୟ ଲଗଜରି ଆଉଟମ୍ସ ଚୋରି କରିଥିଲେ ।

ଜେଲରୁ ଫେରିବା ପରେ ମଡେଲିଂ ଦୁନିଆରେ ପାଦ ଥାପିଥିଲେ । ଆଉ ଏବେ ଲକ୍ଷ ଲକ୍ଷ ଲୋକଙ୍‌କୁ ଦିୱାନା କରୁଛି ତାଙ୍କ ଫଟୋ । ୨୦୧୫ ମସିହାରେ B Models Management ତାଙ୍କୁ ହାୟର କରିଥିଲା । ଆଉ ୭ ବର୍ଷ ବିତିଯାଇଥିଲେ ବି ଖୁବ୍ ସକ୍ରିୟ ଅଛନ୍ତି ।

ଇନଷ୍ଟାଗ୍ରାମରେ ନିଜର ଗ୍ଲାମରସ୍ ଫଟୋ ଶେୟାର କରନ୍ତି ଷ୍ଟେଫନି। ତାଙ୍କର ଫଲୋଅର ସଂଖ୍ୟା ୧ ଲକ୍ଷ ୩୦ ହଜାର ଉପରେ ରହିଛି । ଏବେବି ଫ୍ୟାନ୍ସ ତାଙ୍କୁ ‘ଟପ୍ କେନନ୍’ ଓ ‘absolutely gorgeous’ କୁହନ୍ତି। ନିକଟରେ ସେ ରେଡ୍ ବିକିନି ପିନ୍ଧି ଏକ ଫଟୋ ଶେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଫଟୋ ଫ୍ୟାନ୍ସ ଖୁବ୍ ପସନ୍ଦ କରିଛନ୍ତି।

ରିପୋର୍ଟ ଅନୁସାରେ ଗିରଫଦାରୀ ପରେ ଷ୍ଟେଫନିଙ୍କୁ ଫେସବୁକ୍ ପେଜ୍ ଡିଲିଟ୍ କରିବାକୁ କୁହାଯାଇଥିଲା । ସେ ସମୟରେ ଷ୍ଟେଫନି ‘ସେକ୍ସି ଥିଫ୍’ ଭାବେ ଜଣାଶୁଣା ଥିଲେ । ମଡେଲିଂ କଣ୍ଟାକ୍ଟ ମିଳିବା ପରେ ବିଚାରପତି କହିଥିଲେ- ନିଜ ମଡେଲିଂ କୁ ପ୍ରପୋଟ୍ କରିବା ଲାଗି କ୍ରାଇମ୍ ଜଗତକୁ ବ୍ୟବହାର କରିପାରିବେ ନାହିଁ ।

ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ସବୁ ବର୍ଗ ସମାନ ଯୋଗଦାନ କରିବା ଆବଶ୍ୟକ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତାର ବୃଦ୍ଧି ଜନସଂଖ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବିଶ୍ୱ ଜନସଂଖ୍ୟା ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଏହି ଚିନ୍ତା ବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସମ୍ବୋଧିତ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆମମାନଙ୍କୁ ଜନସଂଖ୍ୟା ନିୟନ୍ତ୍ରଣ ଉପରେ କାର୍ଯ୍ୟ କରିବା ଆବଶ୍ୟକ । ଏଥିସହିତ ଅଶାନ୍ତିକୁ ମଧ୍ୟ ଧ୍ୟାନରେ ରଖିବା ଜରୁରୀ । ଆଜିର ଦିନରେ ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଏକ ପ୍ରମୁଖ ଚିନ୍ତାର କାରଣ ପାଲଟିଛି । ଯେଉଁମାନେ ମୂଳ ବାସିନ୍ଦା ସେମାନେ ଅଭିଯାନ ଚଳାଇ ସେମାନଙ୍କ ଜନସଂଖ୍ୟା ନିୟନ୍ତ୍ରଣ କରିବେ ହେଲେ ଅନ୍ୟ ଏକ ବର୍ଗ ଏସବୁକୁ ନମାନିବା ଅସନ୍ତୁଳନ ସୃଷ୍ଟି କରିପାରେ । ସମସ୍ତଙ୍କ ପାଇଁ ସମାନ ନିୟମ ରହିବା ଆବଶ୍ୟକ ।

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ୧୦୦ କୋଟି ଜନସଂଖ୍ୟା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିଲା କିନ୍ତୁ ୧୦୦ ରୁ ୫୦୦ କୋଟି ହେବାକୁ ମାତ୍ର ୧୮୩-୧୮୫ ବର୍ଷ ଲାଗିଲା । ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ୱର ମୋଟ ଜନସଂଖ୍ୟା ୮ ମିଲିୟନ ହେବାର ସମ୍ଭାବନା ରହିଛି । ଆଜିର ଭାରତ ୧୩୫-୧୪୦ କୋଟି ଜନସଂଖ୍ୟା ଥିବା ଦେଶ । ଦେଶରେ ଉତ୍ତରପ୍ରଦେଶ ସବୁଠୁ ଜନସଂଖ୍ୟା ବହୁଳ ରାଜ୍ୟ ଅଟେ ।

ଏବେ ରାଜ୍ୟରେ ୨୪ କୋଟି ଲୋକ ବସବାସ କରୁଛନ୍ତି । ଯାହା କିଛି ଦିନ ମଧ୍ୟରେ ୨୫ କୋଟିରେ ପହଞ୍ଚିବ । ଜନସଂଖ୍ୟା ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ଆମକୁ ଏହାର ନିୟନ୍ତ୍ରଣ ଉପରେ କାର୍ଯ୍ୟ କରିବାକୁ ପଡିବ । ସୂଚନା ଥାଉକି, ପୂର୍ବରୁ ଯୋଗୀ ଆଦିତ୍ୟନାଥ, ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ବଡ଼ ପଦକ୍ଷେପମାନ ଗ୍ରହଣ କରିଛନ୍ତି  । ସର୍ବାଧିକ ଦୁଇଟି ଶିଶୁ ଜନ୍ମ କରିବା ନେଇ ନିୟମ ଲାଗୁ କରିଛନ୍ତି । ଦୁଇରୁ ଅଧିକ ପିଲା ଜନ୍ମ କଲେ କୌଣସି ସରକାରୀ ସୁବିଧା ନମିଳିବା ନେଇ ନିୟମ ଲାଗୁ କରିଛନ୍ତି  ।