ଶତ୍ରୁ ଛାନିଆ, ସେନାରେ ସାମିଲ ହେଲା ସ୍ୱଦେଶୀ ହେଲିକପ୍ଟର

ଯୋଧପରୁ:  ବାୟୁସେନାରେ ସାମିଲ ହେଉଛି ସ୍ୱଦେଶୀ ହେଲିକପ୍ଟର  । ସବୁଠୁ ହାଲୁକା ହେଲିକପ୍ଟର ମବାୟୁ ସେନାର ବଢାଇବ ଶକ୍ତି । ଜୟପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ୧୦ଟି ଲାଇଟ କୋମ୍ବାଟ ହେଲିକପ୍ଟର ସାମିଲ ହେବାକୁ ଯାଉଛି । ଏହି ହେଲିକପ୍ଟର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ଦ୍ବାରା ପ୍ରସ୍ତୁତ କରାଯାଇଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆନୁଷ୍ଟାନିକ ଭାବେ ବାୟୁସେନାରେ ସାମିଲ କରିବାକୁ ଯାଉଛନ୍ତି  ।

ଅତ୍ୟାଧୁନିକ ଯନ୍ତ୍ରପାତି ସହ ଏହି ହେଲିକେପ୍ଟର ବେଶ୍ କ୍ଷମତା ସମ୍ପୂର୍ଣ୍ଣ ହୋଇଛି ।  ଶତ୍ରୁ ପକ୍ଷକୁ ଆକ୍ରମଣ କରିବାକୁ ବେଶ ସହାୟକ ହେବ । ହେଲିକପ୍ଟରର ଓଜନ ୬ ଟନ୍ ଥିବା ବେଳେ ମିଶାଇଲ ଧାରଣର କ୍ଷମତା ମଧ୍ୟ ରହିଛି । ସବୁଠୁ ଗୁରୁତୁତ୍ବପୂର୍ଣ୍ଣ ହେଲା ଶତ୍ରୁ ଦେଶର ରାଡାରରୁ ଅତି ସହଜରେ ଖସିପାରିବା ଭଳି କ୍ଷମତା ରଖିଛି ହେଲିକପ୍ଟର । ଲଦାଖଠୁ ଆରମ୍ଭ କରି ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ହେଲିକପ୍ଟରକୁ ବ୍ୟବହାର କରିହେବ । ହେଲିକପ୍ଟର ହାଲୁକା ଓ ପତଳା ହୋଇଥିବାରୁ ଜୋରରେ ପବନ ବହୁଥିଲେ ମଧ୍ୟ ବିଶେଷ କ୍ଷତି ହେବ ନାହିଁ ।

ଶତ୍ରୁ ରାଷ୍ଟ୍ରର ସୀମାରେ ପଇଁତରା ମାରିବ ଏହି ଲାଇଟ କୋମ୍ବାଟ ହେଲିକପ୍ଟର   । ଖୁବ ହାଲୁକା ଏବଂ ପତଳା ଭାବେ ନିର୍ମାଣ କରାଯାଇଛି  । ଯଦ୍ୱାରା ଶତ୍ରୁକୁ ମାତ ଦେବା ସହ ଖୁବ ଶୀଘ୍ର ଚକମା ଦେବାରେ ସଫଳ ହେବ  । ବାୟୁସେନାରେ ସାମିଲ ହେବା ପୂର୍ବରୁ ଯୋଦପୁର ଏୟାରବେସରେ ଶକ୍ତି ଦେଖାଉଛି ଏହି ହାଲୁକା ହେଲିକପ୍ଟର  । ବିଭିନ୍ନ ଚିତାକର୍ଷକ ଶୋ ମାଧ୍ୟମରେ ଦେଖାଉଛି ସାମର୍ଥ୍ୟ  ।