ମଞ୍ଚରୁ ମଶାଣୀ, ଗୀତ ପରିବେଷଣ ବେଳେ ଚାଲିଗଲା ଜୀବନ

ଜୟପୁର: ମଞ୍ଚ ଉପରୁ ମହାଯାତ୍ରା । ସଂଗୀତ ପରିବେଷଣରୁ ଶେଷଯାତ୍ରା । ଗୀତ ଗାଇବା ବେଳେ ହେଲା ହୃଦଘାତ । ଷ୍ଟେଜ ଉପରେ ଚାଲିଗଲା କଣ୍ଠଶିଳ୍ପୀଙ୍କ ଜୀବନ । ଜୟପୁର ସହରରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ହେଲେ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର । ଗତକାଲି ପୂଜା ପେଣ୍ଡାଲରେ ଗୀତ ଗାଉଥିବା ସମୟରେ ହଠାତ ଅସୁସ୍ଥ ହୋଇଥିଲେ ମୁରଲି । ୩ଟି ଗୀତ ପାଇବା ପରେ ଅସୁସ୍ଥ ଅନୁଭବ କରିଥିଲେ ମୁରଲି ।

ଚେୟାରରେ ବସିଥିବାବେଳେ ହଠାତ ଟଳିପଡ଼ିଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୁରଲି ଜଣେ ସରକାରୀ କର୍ମଚାରୀଭାବେ କାମ କରୁଥିଲେ । ପୂର୍ବରୁ ଗୀତ ଗାଇବା ସମୟରେ ପ୍ରସିଦ୍ଧ କଣ୍ଠଶିଳ୍ପୀ କେକେଙ୍କର ମଧ୍ୟ ହୃଦଘାତରେ ଦେହାନ୍ତ ହୋଇଥିଲା ।