spot_img
Home Blog Page 4056

ଜନସେବାକୁ ୨୫ ବର୍ଷ: ନବୀନ ପାଇବେ ପୁରସ୍କାର, ପ୍ରେରଣା ପାଇବ ଦେଶ

ନନ୍ଦିଘୋଷ ବ୍ୟୁରୋ: ନିଜ ଦୃଢ଼ ନେତୃତ୍ବ ପାଇଁ ଶ୍ରେଷ୍ଠ ଶାସକ ନବୀନ ପଟ୍ଟନାୟକଙ୍କୁ କ୍ୟାପିଟାଲ୍ ଫାଉଣ୍ଡସେନ୍ ସୋସାଇଟି ଦେବ ଜୀବନବ୍ୟାପୀ ସାଧନା ସମ୍ମାନ । ଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଅଡିଟୋରିୟମ ଠାରେ ଆସନ୍ତାକାଲି ଠିକ୍ ୧୦ଟାରେ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ। ଗର୍ବ ଓ ଗୌରବର ଏହି ମୁହୁର୍ତ୍ତକୁ ସ୍ମରଣୀୟ କରିବାକୁ ବିଜୁ ଜନତା ଦଳ କରିଛି ମେଗା ପ୍ଳାନ୍ । ଅଭିନନ୍ଦରର ବର୍ଷାରେ ଭିଜିବ ଓଡ଼ିଶା । ଦିଲ୍ଲୀକୁ ଦୁଲୁକାଇବେ ପ୍ରବାସୀ ଓଡ଼ିଆ ଓ ବିଜୁ ଜନତା ଦଳର ନେତା ଓ କର୍ମୀ ।

ଜୀବନବ୍ୟାପୀ ସାଧାନା ପାଇଁ ପୁରସ୍କାର ଗ୍ରହଣ କରିବା ପରେ ନବୀନ ଆସିବେ ଓଡ଼ିଶା ନିବାସ । ପ୍ରବାସୀ ଓଡ଼ିଆ ଓ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କୁ ଦେବେ ଭବ୍ୟ ସମ୍ବର୍ଦ୍ଧନା । ନୂଆ ଓଡ଼ିଶା ଗଠନର ଏହି ନିଃସ୍ବାର୍ଥପର ବିନ୍ଧାଣୀଙ୍କୁ ସମ୍ବର୍ଦ୍ଧିତ କରିବାର ଏହି ସୁବର୍ଣ୍ଣ ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନାହାଁନ୍ତି ପ୍ରବାସୀ । ତେଣୁ ମନେ ରଖିବା ଭଳି ଏକ କାର୍ଯ୍ୟକ୍ରମ ଆୟୋଜନରେ ମାତିଛନ୍ତି ଦିଲ୍ଲୀରେ ରହୁଥିବା ଓଡିଆ। ଏହାପରେ ଏପିଜେ ଅବଦୁଲ୍ କଲାମ ରୋଡ୍ ସ୍ଥିତ ନବୀନ ପଟ୍ଟନାୟକଙ୍କ ବାସଭବନ ଆଗରେ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଗୋଟିଏ ଦିନର ରହଣୀ ପରେ ମଙ୍ଗଳବାର ଦିଲ୍ଲୀରୁ ଭୁବନେଶ୍ବର ଫେରିବେ ନବୀନ । ସେପ୍ଟେମ୍ବର ୬ ତାରିଖକୁ ସ୍ମରଣୀୟ କରିବାକୁ ଖୁବ୍ ହୋଇଛି ପ୍ରସ୍ତୁତି ।

ଉଚ୍ଛ୍ବସିତ ଅଭିନନ୍ଦନ ପାଇଁ ସାରା ଓଡ଼ିଶା ଏକାଠି ହୋଇଛି ।ଭୋକର ଭୂଗୋଳରୁ ବଳକା ରାଜ୍ୟ । ଦୁଇ ଦଶନ୍ଧିର ଶାସନରେ ପରିବର୍ତ୍ତନର ସୁତ୍ରଧର ସାଜିଛନ୍ତି ନବୀନ ପଟ୍ଟନାୟକ । ପୂର୍ବରୁ ଶ୍ରେଷ୍ଠ ପ୍ରଶାସକ ଓ ଦୁଇ ଦୁଇ ଥର ଦେଶର ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ନବୀନ । ଆଉ ଏଥର ଏହି ପୁରସ୍କାର କେବଳ ମୁଖ୍ୟମନ୍ତ୍ରୀ ବା ବିଜୁ ଜନତା ଦଳ ନୁହେଁ ସାରା ରାଜ୍ୟ ପାଇଁ ଆଣିବ ଗୌରବ  ।  ନବୀନ ପଟ୍ଟନାୟକ, ଓଡିଶାବାସୀଙ୍କ ଆଶା, ବିଶ୍ବାସ ଓ ଭରସାର ପ୍ରତୀକ । ରାଜନୀତି ତାଙ୍କ ପାଇଁ କ୍ଷମତା ଆହରଣ ନୁହେଁ । ଲୋକଙ୍କ ସେବା ଓ ରାଜ୍ୟର ବିକାଶ ହିଁ ଏକମାତ୍ର ବ୍ରତ । ୧୯୯୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦାୟଦ ଭାବେ ଜନସେବାରୁ ଆରମ୍ଭ ହେଲା ନବୀନଙ୍କ ରାଜନୈତିକ ଯାତ୍ରା । ନବୀନ ଓଡିଶା ଗଠନ ପାଇଁ ୨୦୦୦ ମସିହାରେ ଧରିଲେ ଶାସନ ଡୋରୀ । ତିଆରି ହେଲା ଓଡିଶା ବିକାଶର ନୂଆ ଅଧ୍ୟାୟ । ସାଢେ ଚାରି କୋଟି ଓଡିଶାବାସୀଙ୍କ ସେବାରେ ଗତ ୨୫ ବର୍ଷ ଧରି ନିରନ୍ତର ଭାବେ ନିଷ୍ଠା ଓ ଆନ୍ତରିକାତାର ସହ କାମ କରିଚାଲିଛନ୍ତି ନବୀନ ପଟ୍ଟନାୟକ । ଏହି ବର୍ଷ ହେଉଛି ନବୀନଙ୍କ ଲୋକସେବାର ରଜତ ଜୟନ୍ତୀ ଉତ୍ସବ ।

ପ୍ରକୃତ ସରକାର ଓ ପ୍ରଶାସନର ସଂଜ୍ଞା ନିରୂପଣ କଲେ ନବୀନ । ଅଭାବ ଅନଟନ, ଦାରିଦ୍ର୍ୟ, ଅନାହାର, ଅନଗ୍ରସର ଭଳି ଶବ୍ଦ ଯାହା ଓଡିଶାକୁ ସବୁବେଳେ ବିଶ୍ବ ଦରବାରରେ ନନ୍ଦିତ କରୁଥିଲା, ତାହା ଏବେ ଓଡ଼ିଶା ଶବ୍ଦକୋଷରୁ ବିଲୀନ ହୋଇ ଯାଇଛି । ବିଶ୍ବ ଦରବାରରେ ଓଡିଶା ଅନେକ କ୍ଷେତ୍ରରେ ମଡେଲ ଷ୍ଟେଟର ମାନ୍ୟତା ପାଇଛି । ବିପର୍ଯ୍ୟୟ ମୁକାବିଲା ହେଉ କି ସାଢେ ଚାରି କୋଟି ଓଡିଆଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ସାରା ବିଶ୍ବ ଓଡିଶା ମଡେଲକୁ ପ୍ରଶଂସା କରୁଛି । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କ ସଶକ୍ତିକରଣ ଠାରୁ ଆରମ୍ଭ କରି ଅଭେଦ୍ୟ ମାଓଗଡକୁ ସ୍ବାଭିମାନ ଅଞ୍ଚଳରେ ରୂପାନ୍ତରିତ କରିବା। ଚାଷୀଙ୍କ ପାଇଁ କାଳିଆ , 5T ଓ ମୋ ସରକାର ।

ପୁଂଜିନିବେଶର ହବ୍‌ ଭାବେ ଗଢିତୋଳିବା, କ୍ରିଡା ରାଜଧାନୀ ଭାବେ ପ୍ରତିଷ୍ଠିତ କରିବା, ଦକ୍ଷତା ବିକାଶ ଜରିଆରେ ଲକ୍ଷ ଲକ୍ଷ ଓଡିଆ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା, ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ଭଳି ଲୋକାଭିମୁଖୀ ଯୋଜନା ରାଜ୍ୟ ସରକାରଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ଆନ୍ତରିକତାକୁ ପ୍ରମାଣିତ କରୁଛି । ଆଉ ସେଇଥିପାଇଁ ରାଜ୍ୟବାସୀ ନୂଆ ଓଡିଶାର ବିନ୍ଧାଣୀ ତଥା ବିକାଶପୁରୁଷ ନବୀନ ପଟ୍ଟନାୟକଙ୍କୁ ଗତ ୨୫ ବର୍ଷ ଧରି ନିଜର ଜନନେତା ଭାବେ ବାଛି ଆସୁଛନ୍ତି । ଜୀବନବ୍ୟାପୀ ସେବା ଓ ସଂଘର୍ଷ ପାଇଁ କ୍ୟାପିଟାଲ୍ ଫାଉଣ୍ଡସନ ପକ୍ଷରୁ ନବୀନଙ୍କୁ ଲାଇଫ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଉଛି । ଗତ ଦୁଇ ବର୍ଷ ଧରି କୋଭିଡ ମହାମାରୀ ଯୋଗୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଏସବୁ ସଫଳତାକୁ ନେଇ ସେଲିବ୍ରେସନ କରିପାରୁନଥିଲା ।

ଏଥର ଜୀବନବ୍ୟାପୀ ସଂଘର୍ଷ, ରାଜ୍ୟବାସୀଙ୍କ ପ୍ରତି ତାଙ୍କର ଭଲପାଇବା, ନିଷ୍ଠା ଓ ଆନ୍ତରିକତା ପାଇଁ ନବୀନଙ୍କୁ ଅଭିନନ୍ଦନ ଜଣାଇବାର ସୁଯୋଗ ଆସିଛି । ଓଡିଶାବାସୀଙ୍କ ସେବାର ରଜତ ଜୟନ୍ତୀ ଓ ପ୍ରତି କ୍ଷେତ୍ରରେ ପ୍ରତି ପରିବାରର ବିକାଶ ଓ ସାମଗ୍ରୀକ ଭାବେ ରାଜ୍ୟର ରୂପାନ୍ତରଣକୁ ସେଲିବ୍ରେଟ କରିବ ବିଜେଡି । ଓଡିଶା କିମ୍ବା ଦେଶ ଇତିହାସରେ ଏଭଳି ଜଣେ ଅଭୂତପୂର୍ବ ଜନନାୟକ କେବେ ସୃଷ୍ଟି ହୋଇନଥିଲେ । ସେ ଅତୁଳନୀୟ ଓ ଅନନ୍ୟ । ସେ ଜଣେ ରାଷ୍ଟ୍ରନାୟକ ଓ ନେତୃତ୍ବ ନେବାର ଅସାଧାରଣ ଦକ୍ଷତା ରହିଛି ତାଙ୍କର । ନବୀନ ପଟ୍ଟନାୟକଙ୍କ ଏକମାତ୍ର ସ୍ବାର୍ଥ – ଏକ ନୂଆ ଓ ସଶକ୍ତ ଓଡିଶା ଗଠନ । ତେଣୁ Life Time Achievient Award ପାଇଁ ଯଥାର୍ଥରେ ଯେ, ସେ ଯୋଗ୍ୟ ଜନସେବକ ଏହା କହିବା ବାହୁଲ୍ୟ ।

 

ପୋଲିସ କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଲୁଟିନେଲେ ଚୋର

ବ୍ରହ୍ମଗିରି: ପୋଲିସ କର୍ମଚାରୀଙ୍କ ଠାରୁ 10ଲକ୍ଷ ଲୁଟ୍ । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ପୋଲିସ କର୍ମଚାରୀଙ୍କଠାରୁ ୧୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁା୍ବୃତ୍ତ । ଷ୍ଟେଟବ୍ୟାଙ୍କରୁ ପୋଲିସ କର୍ମଚାରୀ ଜଣଙ୍କ ଟଙ୍କା ଉଠାଇ ଫେରୁଥିବା ବେଳେ ବ୍ରହ୍ମଗିରି ହାଇସ୍କୁଲ ନିକଟରେ ଦୁଇ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ ।

ମିଳିଥିବା ସୂଚନା ମୁତାବକ ପୋଲିସ କର୍ମଚାରୀ  ବ୍ୟାଙ୍କରୁ ଉଠାଇ ଆଣିଥିବା ୧୦ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏ ନେଇ ବ୍ରହ୍ମଗିରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି  । ପୋଲିସକୁ ସର୍ବଦା ଡରୁଥିବା ଚୋର ପୁଣି ପୋଲିସ ଠାରୁ ଲୁଟ କରିବା ଖବର ଆଶ୍ଚର୍ଯ୍ୟ କରିଛି   ।

ପିପିଲିରେ ପିମ୍ପୁଡ଼ି ଆତଙ୍କ, ଗାଁ ଛାଡିବେ ଲୋକେ

ପିପିଲି: ପିମ୍ପୁଡ଼ି କରୁଛନ୍ତି କଲବଲ  । ନାଲି ପିମ୍ପୁଡ଼ି ପାଇଁ ଚିନ୍ତାରେ ଗାଁଲୋକ । ପୁରୀ ଜିଲ୍ଲା ପିପିଲି ଚନ୍ଦ୍ରାଦେଇପୁରରେ ମାଳମାଳ ନାଲି ପିମ୍ପୁଡ଼ି । ରାସ୍ତାରେ ଚାଲି ହେଉନି କି ଘରେ ବସି ହେଉନି । ଘରୋଇ କାର୍ଯ୍ୟ ସହିତ ଚାଷ କାର୍ଯ୍ୟ କରିବାରେ ପିମ୍ପୁଡ଼ି ସମସ୍ୟା ସୃଷ୍ଟି କରୁଛି । ଏମିତିକି ଗାଁ ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲେଣି ପିମ୍ପୁଡ଼ି  ।

ପିମ୍ପୁଡ଼ିର ଉପଦ୍ରବକୁ ନେଇ ପ୍ରଶାସନ ପାଖରେ ମିନତୀ କରିଛନ୍ତି ଗ୍ରାମବାସୀ  । ଗାଁରେ ରହୁଥିବା ଶହ ଶହ ପରିବାର ଲୋକେ ଗ୍ରାମରୁ ପିମ୍ପୁଡ଼ି  ମାରିବା ପାଇଁ ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି  । କାରଣ ଗାଁରେ ମାତିଥିବା ଏହି  ପିମ୍ପୁଡ଼ି ସମସ୍ତ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାବେଳେ କାମୁଡ଼ିବା ପରେ ଶରୀର ବିଭିନ୍ନ ସ୍ଥାନରେ କୁଣ୍ଢେଇ ହୋଇ ଫଳିଯାଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ପ୍ରାୟ ଗ୍ରାମରେ ୮ ମାସ ହେବ ପିମ୍ପୁଡ଼ି ମାନଙ୍କ ଉପଦ୍ରବ ଦେଖିବାକୁ ମିଳିଛି  । ଯେଉଁଠି ଦେଖିବେ ସେଠି ପିମ୍ପୁଡ଼ି  । ନା ବାହାରେ ଠିଆ ହେଇପାରୁଛନ୍ତି ଗ୍ରାମବାସୀ  । ନା କୌଣସି କାର୍ଯ୍ୟ କରିପାରୁଛନ୍ତି  । ଏମିତି ଭୟରେ ଗ୍ରାମବାସୀ ଗାଁ ଛାଡିବା ନେଇ ମଧ୍ୟ ମନସ୍ଥ କରିଛନ୍ତି  । ତେବେ ବନ୍ୟା ଛାଡ଼ିଯିବା ପରେ ଗାଁରେ ଅଧିକ ପିମ୍ପୁଡ଼ି ଦେଖିବାକୁ ମିଳୁଥିବା  କହିଛନ୍ତି ଗ୍ରାମବାସୀ

ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ୱର: ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ରାଜ୍ୟରେ ପର୍ଯ୍ୟାପ୍ତ ପ୍ଲେଟଲେଟ ରହିଛି । ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଏବେସୁଦ୍ଧା ରାଜ୍ୟରେ ୨ ହଜାର ୩୦୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୨୨ ହଜାର ୬୮ ଜଣଙ୍କର ନମୁନା ପରୀକ୍ଷା ସରିଛି । ଖୋର୍ଦ୍ଧାରେ ୧୧୨୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କୋରାପୁଟରେ ୩୪୨, ମାଲକାନଗିରିରେ ୧୭୭ ଓ ରାୟଗଡ଼ାରେ ୨୬୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ୯ ଟି ରକ୍ତ ଭଣ୍ଡାରରେ ପ୍ଲେଟଲେଟ ପୃଥକୀକରଣ ୟୁନିଟ କାର୍ଯ୍ୟକ୍ଷମ ରହିଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଗତବର୍ଷ ୧୦ହଜାର ୮୩୩ ନମୁନା ପରୀକ୍ଷା ହୋଇଥିଲା । ସେମାନଙ୍କ ମଧ୍ୟରୁ ୨ ହଜାର ୮୭୮ ରୋଗୀ ଚିହ୍ନଟ ହୋଇଥିଲେ ବୋଲି ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି ।ସେପଟେ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା ।

ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ 5ରୁ 10 ଡେଙ୍ଗୁ ରୋଗୀ ଭର୍ତ୍ତି ହେଉଛନ୍ତି । ଗତକାଲି କ୍ୟାପିଟାଲ ହସ୍ପିଟାଲରେ 29 ଡେଙ୍ଗୁ ରୋଗୀ ଥିଲେ । ଆଜି ଏହି ସଂଖ୍ୟା 34ରେ ପହଞ୍ଚିଛି । ଗୁରୁତର ଡେଙ୍ଗୁ ରୋଗୀଙ୍କ ଲାଗି ପ୍ଲେଟଲେଟ ଯୋଗାଇ ଦିଆଯାଉଛି । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ବି କ୍ୟାପିଟାଲ ହସପିଟାଲରୁ ପ୍ଲେଟଲେଟ ମିଳିବାରେ ଅସୁବିଧା ନାହିଁ। ତେବେ ରକ୍ତ ସଂଗ୍ରହ ଉପରେ ହିଁ ପ୍ଲେଟଲେଟର ଉପଲବ୍ଧତା ନିର୍ଭର କରୁଛି ବୋଲି କହିଛନ୍ତି ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା ।

ପ୍ରେମିକା ଗଳା କାଟିବା ପରେ ନିଜର ଗଳା କାଟିଲା ପ୍ରେମିକ

ରାୟଗଡ଼ା: ପ୍ରେମିକାକୁ ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ  । ଏକ ଧାରୁଆ ଅସ୍ତ୍ରରେ ପ୍ରେମିକାର ଗଳା କାଟି ହତ୍ୟା କରିଥିବାବେଳେ ଅଭିଯୁକ୍ତ ନିଜର ବେକକୁ ମଧ୍ୟ କାଟିଛି  । ସେପଟେ ଗୁରୁତର ଅବସ୍ଥାରେ ହତ୍ୟାକାରୀ ପ୍ରେମିକକୁ ମେଡିକାଲରେ ଭର୍ତ୍ତି କରାଯାଇଛି  । ରାୟଗଡ଼ା ଟିକିରି ଥାନା ଓଷାପଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା  ।

ମିଳିଥିବା ସୂଚନା ମୁତାବକ ଯୁବକ ଜଣକ ଯୁବତୀଙ୍କୁ ଭଲ ପାଉଥିବାବେଳେ, ଯୁବତୀ ଏହାକୁ ପ୍ରତ୍ୟାଖାନ କରିଥିବା ଜଣାପଡ଼ିଛି  । ଯୁବକ ଜଣଙ୍କ ଏକତରଫା ପ୍ରେମ କରୁଥିବା ଜଣାପଡିଛି  ।  ପୂର୍ବ ପ୍ରସ୍ତୁତି ଅନୁଯାୟୀ ଯୁବକ ଜଣଙ୍କ ଯୁବତୀଙ୍କ  ଗଳାକାଟି ପ୍ରଥମେ ହତ୍ୟା କରିଥିଲେ  । ପରେ ଘଟଣାସ୍ଥଳରେ ନିଜର ବେକକୁ ନିଜେ କାଟିଥିଲେ  ।

ସେପଟେ ମୃତ ଯୁବତୀଙ୍କର ଜଣେ ବନ୍ଧୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି  । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଁଚି ଦେଖନ୍ତି ତ, ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି  । ଆହତ ହୋଇଥିବା ଯୁବତୀ ଏବଂ ସଂଙ୍କଟାପନ୍ନ ଥିବା ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି  ।

 

ବିଚାରପତିଙ୍କ ଆତ୍ମହତ୍ୟା ମାମଲା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜାଜପୁର: ଜଜ୍ ମୃତ୍ୟୁରେ ବଡ଼ ଟୁଇଷ୍ଟ । କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସ୍ତ୍ରୀ ଓ ଶଳା ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ସୁବାସଙ୍କ ମା ତୁଳସୀ ବିହାରୀ ଓ ଭାଇ ସୁବୋଧ ବିହାରୀ । ସ୍ତ୍ରୀ ଓ ଶଳା ମିଶି ସୁବାସଙ୍କୁ ହତ୍ୟା କରିଥିବା ଉଭୟ ଅଭିଯୋଗ କରିଛନ୍ତି ।

ଏ ନେଇ ଆଜି ପରିବାର ପକ୍ଷରୁ ମର୍କତନଗର ଥାନାରେ ଅଭିଯୋଗ କରିବେ ସେମାନେ କହିଛନ୍ତି । ସିଡିଏ ସେକ୍ଟର ୯ ସରକାରୀ କ୍ବାର୍ଟର୍ସରେ ଗତକାଲି ଆତ୍ମହତ୍ୟା କରିଥିଲେ ସୁବାସ । ପୋଷ୍ଟମର୍ଟମ ପରେ ବିଳମ୍ବିତ ରାତିରେ ପୁରୀ ସ୍ବର୍ଗଦ୍ବାରରେ ସୁବାସଙ୍କ ଶେଷକୃତ୍ଯ ସଂପନ୍ନ ହୋଇଥିଲା । ବଡ଼ଝିଅ ପ୍ରୀତିସ୍ନିଗ୍ଧା ମୁଖାଗ୍ନି ଦେଇଥିଲେ ।

ପୋଲିସକୁ ପିଟି ଲୁଟିନେଲେ ୧୦ ଲକ୍ଷ

ପୁରୀ: ଚୋରକୁ ଧରିବା ଓ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ଅସୁରକ୍ଷିତ । ପୋଲିସ କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଲୁଟ୍ । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ପୋଲିସ କର୍ମଚାରୀଙ୍କଠାରୁ ୧୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃର୍ତ୍ତ । ଷ୍ଟେଟବ୍ୟାଙ୍କରୁ ପୋଲିସ କର୍ମଚାରୀ ଜଣଙ୍କ ଟଙ୍କା ଉଠାଇ ଫେରୁଥିବା ବେଳେ ବ୍ରହ୍ମଗିରି ହାଇସ୍କୁଲ ନିକଟରେ ଦୁଇ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ ।

ଏହାସହ ସେ ବ୍ୟାଙ୍କରୁ ଉଠାଇ ଆଣିଥିବା ୧୦ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏ ନେଇ ବ୍ରହ୍ମଗିରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଧାରଣରେ ପ୍ରଶ୍ନ ଉଠିଛି ଲୋକଙ୍କୁ ସରୁକ୍ଷା ଦେଉଥିବା ପୋଲିସ ଯଦି ଅସୁରକ୍ଷିତ ତେବେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ । ଦୁର୍ବୁର୍ତ୍ତଙ୍କୁ ଶୀଘ୍ର ଧରିବା ପାଇଁ ସାଧାରଣରେ ଦାବି କରାଯାଇଛି ।

ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଝାରସୁଗୁଡ଼ା: ଝାରସୁଗୁଡ଼ା ଗସ୍ତାରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ଅବସରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଶ୍ରୀ ମହାପାତ୍ର । ରାଜ୍ୟସରକାରଙ୍କ ବିଭିନ୍ନ ବିକାଶମୁଖୀ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ସରୋଜ ସାମଲ ଓ ଜିଲ୍ଲା ସ୍ତରୀୟ, ଫିଲ୍ଡ ଅଧିକାରୀଙ୍କ ସହ କାର୍ଯ୍ୟ ସମ୍ପର୍କରେ ସିଧାସଳଖ ଆଲୋଚନା କରିଛନ୍ତି । ଆଲୋଚନା ପରେ କାର୍ଯ୍ୟ ଚାଲିଥିବା ସ୍ଥାନ ପରିଦର୍ଶନ କରିଛନ୍ତି ଶ୍ରୀ ମହାପାତ୍ର । 

ଚାଟ୍ ଖାଇ ପୁଅ ଝିଅ ମୃତ, ବାପା ମା’ ଗୁରୁତର

ବଡ଼ମ୍ବା: ଚାଟ୍‌ ଖାଇ ସଙ୍କଟରେ ଏକ ପରିବାର । ପୁଅଝିଅ ମୃତ, ବାପାମାଆ ଗୁରୁତର । କଟକ ଜିଲ୍ଲା ବଡ଼ମ୍ବା ଥାନା ଅଭିମାନପୁର ପଞ୍ଚାୟତର ବୀରବରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗୋବିନ୍ଦ ପାତ୍ରଙ୍କ ଘରେ ପ୍ରସ୍ତୁତ ହୋଇଥିବା ଚାଟ୍ ଖାଇ ଗୋବିନ୍ଦ, ତାଙ୍କ ସ୍ତ୍ରୀ, ୧୨ ବର୍ଷର ଝିଅ ଓ ୮ ବର୍ଷର ପୁଅ ଗୁରୁତର ହୋଇପଡ଼ିଥିଲେ ।

ସ୍ଥାନୀୟ ଲୋକମାନେ ସେମାନଙ୍କୁ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ପୁଅଝିଅଙ୍କର ମୃତ୍ୟୁ ହୋଇଛି । ବାପା ଗୋବିନ୍ଦ ଓ ମାଆ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପକ୍ଷରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୁକେଶଙ୍କ ଠାରୁ ଗିଫ୍ଟ ନେଇ ଫସିଲେ ନୋରା: ମନି ଲଣ୍ଡରିଂ ମାମଲାରେ ପଚରା ଉଚରା

ମୁମ୍ବାଇ: ରାନବାକ୍ସି କର୍ତ୍ତୃପକ୍ଷଙ୍କଠାରୁ ସୁକେଶ ଚନ୍ଦ୍ରଶେଖରଙ୍କ ୨୧୫ କୋଟି ଟଙ୍କା ଠକେଇ ମାମଲା । ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କଲା ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଦୀର୍ଘ ସମୟ ଧରି ନୋରାଙ୍କୁ ଜେରା କରିଛି । ୬ ଘଣ୍ଟାରେ ପ୍ରାୟ ୫୦ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା । ଏଥିରେ ସୁକେଶଙ୍କଠାରୁ ଉପହାର କେବେ ନେଇଥିଲେ? ତାଙ୍କୁ କେମିତି ଭେଟିଥିଲେ? ଭଳି ପ୍ରଶ୍ନ କରାଯାଇଥିଲା ।

ପୂର୍ବରୁ ସୁକେଶ ଓ ନୋରାଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଠକେଇ ଘଟଣାରେ ଦାୟର ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚାର୍ଜିସିଟର ଅଭିଯୋଗ ଅନୁସାରେ ବି ଏହି ଜେରା ହୋଇଛି । ଗତ ୨୦୨୦ ଡିସେମ୍ବର ୧୨ ପୂର୍ବରୁ ସୁକେଶ ସହ କଥା ହୋଇଥିବା ଅଭିଯୋଗକୁ ନୋରା ଅସ୍ବୀକାର କରିଥିବାବେଳେ ଠକେଇ ଘଟଣାର ୨ ସପ୍ତାହ ପୂର୍ବରୁ ନୋରାଙ୍କ ସହ କଥା ହୋଇଥିଲେ ବି କହିଥିଲେ ସୁକେଶ ।

ନୋରାଙ୍କୁ ସୁକେଶ ଏକ ବିଏମଡବ୍ଲୁ କାର୍ ଉପହାର ଦେଇଥିବା ନେଇ ନୋରା କହିଛନ୍ତି ସେ ଏହି ଉପହାର ଚାହୁଁ ନଥିଲେ । ପରେ ଏହି କାର୍ ନୋରାଙ୍କ ପରିବାରର ସଦସ୍ୟ ବବି ଖାଁ ନେଇଥିଲେ । ମାତ୍ର ସୁକେଶ କହିଥିଲେ- ନୋରାଙ୍କୁ ସେ ସିଧାସଳଖ କାର୍ ଉପହାର ଦେଇଥିଲେ । ରାନବାକ୍ସି କମ୍ପାନିର ପୂର୍ବତନ ପ୍ରମୋଟର ଆଦିତି ସିଂ ଓ ଶିବେନ୍ଦର ସିଂଙ୍କଠାରୁ ସୁକେଶ ୨୧୫ କୋଟି ଟଙ୍କା ଠକିଥିବା ନେଇ ସୁକେଶଙ୍କ ନାମରେ ଅଭିଯୋଗ ରହିଛି ।