ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ, ବିଧାନସଭାରେ ଦିଆଯିବ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତରେ ଶୋକବ୍ୟକ୍ତି କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି  । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶୋକବ୍ୟକ୍ତ କରିବା ସହ ବିଜୟଙ୍କ ଦେହାନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ  । ସେହିପରି ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରଶନ୍ନ ଅଚାର୍ଯ୍ୟ ମଧ୍ୟ ଏଭଳି ସମ୍ବାଦରେ ମର୍ମାହତ ବୋଲି କହିଛନ୍ତି  ।

ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆ, ବରିଷ୍ଠ ନେତ୍ରୀ ରାଶେସ୍ୱରୀ ପାଣିଗ୍ରାହୀ, ଅତୁନ ସବ୍ୟସାଚୀ ନାୟକ ଏବଂ ଶୁସାନ୍ତ ସିଂ ମଧ୍ୟ ବିଜୟଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରଛନ୍ତି  । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ନେତା ରହିଥିଲେ ବିଜୟ ରଞ୍ଜନ ବରିହା  ।  ପଦ୍ମପୁରରୁ ୫ଥର ବିଧାୟକ ଥିଲେ ବିଜୟ । ୧୯୯୦ରୁ ୨୦୦୦ମସିହା ଯାଏ ଜନତା ଦଳରୁ ବିଧାୟକ ହୋଇଥିଲେ ।

ସାଧାରଣ ଜନତାଙ୍କ ନେତା ରହିଥିଲେ ବିଜୟ ରଞ୍ଜନ ବରିହା  । ଶୁଖ ଦୁଃଖରେ ଠିଆ ହେଉଥିଲେ  । ସେଥିପାଇଁ ସେ ବାରମ୍ବାର ବିଜୟ ଲାଭ କରି ବିଧାନସଭାରେ ପ୍ରବେଶ କରୁଥିଲେ  । ୨୦୦୦ ଓ ୨୦୦୯ ଓ ୨୦୧୯ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ବିଜେଡିର ଜଣା ଟାଣୁଆ ନେତା ଥିଲେ ବିଜୟ । ୨୦୦୯ ମସିହାରେ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ଜେଏନୟୁରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ବିଜୟ । ତାଙ୍କ ମରଶରୀରକୁ ପ୍ରଥମେ ବିଧାନସଭା ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ । ପରେ ବିଜେଡି ପାର୍ଟି ଅଫିସରେ ଶେଷ ଦର୍ଶନ କରିବେ ନେତା । ସେଠାରୁ ମରଶରୀରକୁ ତାଙ୍କ ଜନ୍ମସ୍ଥାନକୁ ନିଆଯିବ ।