ଇରାନୀ ବିମାନରେ ବୋମା ସୂଚନା, ବିମାନକୁ ଘେରିଲା ଭାରତୀୟ ବାୟୁସେନାର ଲଢୁଆ ବିମାନ

ନୂଆଦିଲ୍ଲୀ : ଚୀନ୍ ଯାଉଥିବା ଇରାନର ଏକ ଯାତ୍ରିବାହୀ ବିମାନରେ ବୋମା । ମଝି ଆକାଶରେ ଥିବା ଇରାନୀ ବିମାନରେ ବୋମା ସୂଚନା ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଭାରତୀୟ ବାୟୁସୀମା ଭିତରେ ଥିବା ବେଳେ ବିମାନରେ ବୋମା ଥିବା ନେଇ ସୂଚନା ମିଳିଥିଲା । ଏହାପରେ ବିମାନଟି ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ଅନୁମତି ମାଗିଥିଲା । ତେବେ ଭାରତ ଏଥିପାଇଁ ଅନୁମତି ଦେଇନଥିଲା । କେଉଁ କାରଣରୁ ଇରାନୀ ବିମାନକୁ ଜରୁରୀକାଳିନ ଅବତରଣ ପାଇଁ ଅନୁମତି ମିଳିନଥିଲା ତାହା ଏଯାଏଁ ଜଣା ପଡିନାହିଁ ।

ଭାରତୀୟ ବାୟୁସୀମା ମଧ୍ୟରେ ବିମାନ ଥିବାରୁ ବାୟୁସେନାର ଦୁଇଟି ଲଢୁଆ ବିମାନ ଏହି ଯାତ୍ରୀବାହି ବିମାନକୁ ଏସକର୍ଟ୍ ଦେଇଥିଲେ । ଭାରତୀୟ ବାୟୁସେନାର ଦୁଇଟି ଲଢୁଆ ବିମାନ ତାକୁ ଦୁଇ ପଟୁ ଘେରିଥିଲେ । ଏସକର୍ଟ୍ କରି ବିମାନକୁ ଭାରତୀୟ ବାୟୁସୀମାରୁ ବାହାରକୁ ନେଇଥିଲେ । ପଂଜାବ ଓ ଜୋଧପୁରର ବାୟୁସେନା ଘାଟିରୁ ଦୁଇଟି ସୁଖୋଇ ଲଢୁଆ ବିମାନ ଇରାନୀ ବିମାନକୁ ପିଛା କରିବା ସହିତ ଏହାକୁ ଏସକର୍ଟ୍ ଦେଇଥିଲେ ।