ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ୬ରେ ରେଜଲ୍ଟ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ  । ଜାତୀୟ ନିର୍ବାଚନ କମିଶନ ପ୍ରକାଶ କଲେ ବିଜ୍ଞପ୍ତି  ।  ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ  । ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଖାଲି ପଡିଛି ନିର୍ବାଚନ ମଣ୍ଡଳୀ  । ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୧୪ ତାରିଖ ରହିଛି ନାମାଙ୍କନ ଦାଖଲର ଶେଷ ତାରିଖ  ।

ସେହିପରି ଅକ୍ଟୋବର ୧୭ରେ ପ୍ରାର୍ଥପତ୍ର ପ୍ରତ୍ୟାହାର ତାରିଖ ରହିଛି  । ଅନ୍ୟପଟେ ନଭେମ୍ବର ୬ରେ ଭୋଟ ଗଣତି ବା ଫଳାଫଳ ପ୍ରକାଶ ପାଇବ  । ଦେଶର ସମୁଦାୟ ୬ଟି ରାଜ୍ୟର ୭ଟି ନିର୍ବାଚନ ମଣ୍ଡଳୀରେ ହେବ ଉପନିର୍ବାଚନ  । ଏନେଇ ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  ।

୧୫ତାରିଖରେ ପାର୍ଥିପତ୍ର ଯାଞ୍ଚ ରହିଛି । ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଖାଲି ପଡ଼ିଛି ଧାମନଗର ବିଧାନସଭା ଆସନ । ସେପ୍ଟେମ୍ବର 19ରେ ବିଷ୍ଣୁଙ୍କର ହୋଇଥିଲା ପରଲୋକ ।