ମୃତ୍ୟୁବରଣ କଲା ଆହତ ଦନ୍ତାହାତୀ

ବାରିପଦା: ବାରିପଦା ବେତନଟୀ ରେଞ୍ଜରେ ଆହତ ଦନ୍ତାହାତୀର ମୃତ୍ୟୁ ହୋଇଛି । ଗତକାଲି ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଗୋଡ଼ରେ ଚିକିତ୍ସା କରିଥିଲେ ଓୟୁଏଟିର ଡାକ୍ତର । ଚାରି ମାସ ତଳେ ମଶିଣାକାଠି ଜଙ୍ଗଲରେ ହାତୀଟି ଆହତ ଅବସ୍ଥାରେ ବୁଲୁଥିଲା । ହାତୀକୁ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକ ।

ଗତକାଲି ଶିମିଳିପାଳ ଅଭୟାରଣ୍ୟ, ଓୟୁଏଟିରୁ ସ୍ବତନ୍ତ୍ର ଡାକ୍ତରୀ ଦଳ ଏବଂ ଓ୍ବାଇଲ୍ଡଲାଇଫ୍ ରେସ୍କ୍ୟୁ ଟିମ୍ ହାତୀର ଚିକିତ୍ସା କରିଥିଲେ । ହାତୀଟିର ମୃତ୍ୟୁ ପରେ ତାର ଶବବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସୂଚନାଥାଉକି ଗତ ଦିନରେ ଓଡ଼ିଶାରେ ହାତୀଙ୍କ ଲଗାତାର ମୃତ୍ୟୁ ହେଉଛି । କେତବେଳେ ଅସୁସ୍ଥ ହୋଇ ମୃତ୍ୟୁବରଣ କରୁଛନ୍ତି ତ କେତବେଳେ ଟ୍ରେନ ଲାଇନ୍ ଓ ବିଦ୍ୟୁତ ଆଘାତରେ ଆସି ପ୍ରାଣ ହରାଉଛନ୍ତି । ସେହିପରି ଫାସରେ ପଡ଼ି ଆଘାତ ହେବା ପରେ ମୃତ୍ୟୁ ଘଟୁଛି ।