ଗରବା ଖେଳିବା ସମୟରେ ଯୁବକଙ୍କ ମୃତ୍ୟୁ; ମେଡିକାଲ ନେଇଥିବା ବାପା ମଧ୍ୟ ପ୍ରାଣ ହରାଇଲେ

1 min read

ପାଲଘର: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଅଭାବନୀୟ ଘଟଣା । ପୁଅ ପଛେ ପଛେ ବାପାର ମୃତ୍ୟୁ । ଗରବା ଖେଳୁଥିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ପୁଅର ମୃତ୍ୟୁ ଖବର ବାପା ସହିପାରି ନଥିଲେ ଏବଂ ସେ ମଧ୍ୟ ପ୍ରାଣ ହରାଇଛନ୍ତି । ଘଟଣାଟି ପାଲଘର ଜିଲ୍ଲାର ବିରାର ସହରର ଅଟେ । ଏଠାରେ ଏକ ଗରବା କାର୍ଯ୍ୟକ୍ରମରେ ନୃତ୍ୟୁ କରିବା ସମୟରେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ ସୋମବାର ଏହି ସୂଚନା ଦେଇଛନ୍ତି ।

ବିରାର ପୋଲିସର ଜଣେ ଅଧିକାରୀ କହିଛନ୍ତି, ମନୀଷ ନରପଜୀ ସୋନିଗ୍ରା ଶନିବାର-ରବିବାର ରାତିରେ ବିରାରରେ ଗ୍ଲୋବାଲ ସିଟି କମ୍ପ୍ଲେକ୍ସରେ ଗରବା କାର୍ଯ୍ୟକ୍ରମରେ ନୃତ୍ୟୁ କରୁଥିବା ସମୟରେ ତଳେ ପଡ଼ିଯାଇଥିଲେ । ଏହାପରେ ଯୁବକଙ୍କ ବାପା ନରପଜୀ ସୋନିଗ୍ରା ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଯୁବକଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା । ତେବେ ପୁଅର ମୃତ୍ୟୁ ଖବର ଶୁଣି ବାପା ମଧ୍ୟ ତଳେ ପଡିଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି ।

ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଆକଶ୍ମିକ ମୃତ୍ୟୁ ମାମଲା ରୁଜୁ କରିଛି । ତେବେ ଏହା ପୂର୍ବରୁ ମଧ୍ୟ ଗୁଜୁରାଟରେ ଜଣେ ୨୧ ବର୍ଷୀୟ ଯୁବକ ଗରବା ଖେଳୁଥିବା ସମୟରେ ତଳେ ପଡ଼ିଯାଇଥିଲେ । ଏବଂ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ହାର୍ଟ ଆଟାକ କାରଣରୁ ଏହି ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି ।