ଆସନ୍ତା ୧୭ରେ ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ୍; ଯୋଗଦେବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ହାଇଦ୍ରାବାଦରେ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ନିବେଶ ପାଇଁ କରିବେ ଆହ୍ୱାନ । ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ସଫଳତା ମିଳିବା ପରେ ଏବେ ହାଇଦ୍ରାବାଦରେ ସଫଳତା ମିଳିବା ନେଇ ଆଶା କରାଯାଉଛି । ଅକ୍ଟୋବର ୧୭ରେ ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ୍ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ସମ୍ମିଳନୀରେ ଉଦବୋଧନ ଦେବା ସହ ଶିଳ୍ପପତିଙ୍କ ସହ କରିବେ ୱାନ୍-ଟୁ ୱାନ୍ ।

ମେକ ଇନ ଓଡ଼ିଶା କନକ୍ଲେଭ-୩ ପାଇଁ କରିବେ ଆମନ୍ତ୍ରଣ । ନଭେମ୍ବର ୩୦ରୁ ଭୁବନେଶ୍ୱରରେ ହେବ ମେକ ଇନ ଓଡ଼ିଶା କନକ୍ଲେଭ-୩ । ପୂର୍ବରୁ ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ହୋଇଛି ଇନଭେଷ୍ଟର୍ସ ମିଟ୍ । ପୂର୍ବରୁ ହୋଇଥିବା ଏହି ସମ୍ମିଳନୀରେ ପୁଞ୍ଜିପତିମାନେ ଓଡ଼ିଶାରେ ନିବେଶ ପାଇଁ ସମ୍ମତି ଦେଇଛନ୍ତି ଆଉ ଏବେ ହାଇଦ୍ରାବାଦର ନିବେଶକ ମଧ୍ୟ ନିବେଶ ପାଇଁ ମନୋବଳାଇବେ ଓଡ଼ିଶା ସରକରା ଆଶା ପୋଷଣ କରିଛନ୍ତି ।