ମୁରଲୀ ମହାପାତ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି  । କୋରାପୁଟର ଏକ ମଞ୍ଚରେ ସଙ୍ଗୀତ ପରିବେଶଣ କରୁଥିବାବେଳେ ଅସୁସ୍ଥ ହୋଇପଡିଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର  । ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା  । ଏବଂ ହୃଦଘାତ ପାଇଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି  ।

ସେପଟେ ମୁରଲୀଙ୍କ ମୃତ୍ୟୁ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି  । କହିଛନ୍ତି ମୁରଲୀଙ୍କ ମୃତ୍ୟୁରେ  ମୁଁ ଦୁଃଖିତ। ନିଜ ସୁମଧୁର କଣ୍ଠରେ ସେ ଗାଇଥିବା ସଂଗୀତ ଶ୍ରୋତାଙ୍କ ହୃଦୟରେ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି  ।