ଦୁର୍ଗା ମଣ୍ଡପରେ ଲାଗିଲା ନିଆଁ, ଜଳିଗଲେ ୫ ଭକ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଭଦୋହୀ ଦୁର୍ଗାପୂଜା ମଣ୍ଡପରେ ଅଘଟଣ । ପେଣ୍ଡାଲରେ ଭୀଷଣ ଅଗ୍ନିକାଣ୍ଡ ଘଟି ୫ ଜୀବନ୍ତ ଦଗ୍ଧ, ୬୪ ଜଣ ଗୁରୁତର । ସର୍ଟସର୍କିଟରୁ ନିଆଁ ଲାଗି ଯାଇଥିବେ ଅନୁମାନ କରାଯାଉଛି । ରବିବାର ରାତିରେ ପୂଜା ପେଣ୍ଡାଲ ନିକଟରେ ନାଟକ ଚାଲିଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ବେଳେ ଘଟଣାସ୍ଥଳରେ ପ୍ରାୟ ୩ଶହ ଲୋକ ଉପସ୍ଥିତ ଥିଲେ ।

ନିଆଁ ଲାଗିଯିବା ଦେଖି ଲୋକମାନେ ଧା ଦୌଡ଼ କରିବା ସହ ନିକଟରେ ଥିବା ଏକ ପୋଖରୀରରୁ ଡେଇଁ ଜୀବନ ବଞ୍ଚାଇଥିଲେ । ମୃତକଙ୍କ ମଧ୍ୟରେ ୧୦ ଓ ୧୨ ବର୍ଷର ଦୁଇ ନାବାଳକ ରହିଥିବା ବେଳେ ଜଣେ ୪୫ ବର୍ଷୀୟା ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।