ସମ୍ବଲପୁର: ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ୫୦୦ ପାର କରି ଏବେ ହଜାରେ ମୁହାଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ବଢ଼ୁଥିବା ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସମ୍ବଲପୁରରେ କୋଭିଡ ହାର ବଢ଼ୁଥିବାରୁ ଗାଇଡଲାଇନ ଜାରି କରିଛି ମହାନଗର ନିଗମ । ଟିଫିନ୍ ଦୋକାନ, ସେଲୁନ ସ୍ପାରେ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଦୋକାନରେ ଅଧିକ ଭିଡ଼ ହୁଏ ତେବେ ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି । ଯଦି କେହି ଏହି ନିର୍ଦ୍ଦେଶକୁ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଏହା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମରେ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା ।
ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ ଭାରତୀୟ ବଂଶୋଦ୍ଧବ ରିଷି ସୁନକ୍ !
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ବଂଶୋଦ୍ଧବ ରିଷି ସୁନକ ହୋଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ ଅଛନ୍ତି ରିଷି । କନଜରଭେଟିଭ ପାର୍ଟି ଅଧକ୍ଷ ନିର୍ବାଚନ ଭୋଟ ଗଣତିରେ ତାଙ୍କୁ ମିଳିପାରେ ବହୁମତ । ପ୍ରଥମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ରିଷିଙ୍କୁ ୮୮ଟି ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦିଙ୍କୁ ବହୁତ କମ୍ ଭୋଟ ମିଳିଛି । ଆଗାମୀ ଭୋଟ୍ ଗଣତିରେ ସେ ଆଗୁଆ ରହିବା ଆଶା କରାଯାଉଥିବା ବେଳେ ଆସନ୍ତା ସେପ୍ଟେମ୍ବର ୫ରେ ଏହା ଘୋଷଣା ହେବ ।
କନଜରଭେଟିଭ ପାର୍ଟି ଅଧ୍ୟକ୍ଷ ଭାବେ ରିଷି ନିର୍ବାଚନ ଜିତିଲେ ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପାଇଁ ମଧ୍ୟ ରାସ୍ତା ସଫା ହୋଇଯିବ । ଏବେ ପ୍ରଧାନମନ୍ତ୍ରୀ ଭାବେ ବୋରିଶ ଜନସନ ଇସ୍ତଫା ଦେଇଥିବା ବେଳେ ଅନ୍ତରିଣ ଭାବେ ପାର୍ଟିର ଅଧ୍ୟକ୍ଷ ଏବଂ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବରେ ଅଛନ୍ତି । ବୋରିଶ ଜନସନଙ୍କ ସରକାରରେ ରିଷି ଅର୍ଥମନ୍ତ୍ରୀ ଥିଲେ ।
ଗାଧୋଇବା ବେଳେ ନାବାଳକର ଅସଦାଚରଣ, ନାବାଳିକା କଲା ଆତ୍ମହତ୍ଯା
ଗଞ୍ଜାମ: ବାହାବେଦୀରୁ ବିଦାୟ ଦେବା ଆଗରୁ କୋକେଇ ସଜାଡ଼ିଲେ ବାପା । ଆଞ୍ଜୁଳି ଚାଉଳ ଦେବା ଆଗରୁ ଦୁଆରେ ପଡ଼ିଲା ଖଇ କଉଡ଼ି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଡ଼ାଘାତୁଣିର ଏଦୃଶ୍ୟ ବେଶ୍ ହୃଦୟ ବିଦାରକ । ବଢିଲା ଝିଅର ଆତ୍ମହତ୍ୟାରେ ସବୁଠି କାନ୍ଦବୋବାଳି । ମାଆ ବେସାହାରା ବାପା ନିର୍ବାକ । ସାହିରୁ ଗାଁ ସବୁଠି ଶୋକାକୁଳ ପରିବେଶ ।
ହେଲେ ଝିଅର ଆତ୍ମହତ୍ୟାର କାରଣ ଖୁବ ଚିନ୍ତାଜନକ । ଅଭିଯୋଗଅନୁସାରେ ରାଜେନ୍ଦ୍ର ଗୌଡ଼ଙ୍କ ୧୫ବର୍ଷିୟା ଝିଅ ପୂଜା ଗୌଡ଼ ଗାଧୋଉଥିବା ସମୟରେ ଅସଦ ଆଚରଣ ସହିତ ଅଶ୍ଳୀଳ ଫଟୋ ଉଠାଇଥିଲେ ଜଣେ ନାବାଳକ । ପରେ ସେହି ଫଟୋକୁ ଭାଇରାଲ କରିଥିଲେ । ଏନେଇ ନାବାଳିକା ଜଣକ ଘରେ ଜଣାଇବା ପରେ ଗାଁ ସଭା ବସି ନାବାଳକଟି ବୟସ ହେଲେ ଝିଅକୁ ବିବାହ କରିବାକୁ ସ୍ଥିର ହୋଇଥିଲା ।
ହେଲେ ପରବର୍ତ୍ତ ସମୟରେ ନାବାଳକର ପରିବାର ରାଜେନ୍ଦ୍ରଙ୍କ ପରିବାରକୁ ଗାଳିଗୁଲଜ କରିବା ସହିତ ବିବାହ ପ୍ରସ୍ତାବକୁ ମନା କରିଦେଇଥିଲେ । ଏହାଛଡ଼ା ଝିଅର ଅନ୍ୟ ଅଶ୍ଲୀଳ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଏପରି ଘଟିବା ଦ୍ୱାରା ଝିଅଟି ଭାଙ୍ଗିପଡ଼ିତିଲା । ଫଳରେ ଗତ ୮ତାରିଖରେ ଆତ୍ମହତ୍ୟା କରିଥିଲେ ନାବାଳିକା । ଏନେଇ ଅଭିଯୋଗ ହେବା ପରେ ନାବାଳକ ସହିତ ତାର ଜଣେ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

