ରାଜଧାନୀରେ ରାବଣ ପୋଡ଼ି ଓ ଭସାଣି ପାଇଁ ଗାଇଡଲାଇନ୍

ଭୁବନେଶ୍ବର: ଦଶହରା ସାଙ୍ଗକୁ ରାଜଧାନୀରେ ରାବଣ ପୋଡ଼ିର ମଜା, ଆସନ୍ତାକାଲି ଭସାଣି । ସୁରାକ୍ଷା କଡ଼ାକଡ଼ି, କମିଶନରେଟ ପୋଲିସ ପ୍ରସ୍ତୁତ । ରାବଣ ପୋଡ଼ି ଓ ଭସାଣିକୁ ନେଇ ଥିବା ଗାଇଡଲାଇନ ନେଇ ଡିସିପି ପ୍ରତୀକ ସିଂ ଦେଇଛନ୍ତି ସୂଚନା ।

ଡିସିପି କହିଛନ୍ତି, ‘ରାବଣ ପୋଡ଼ି ପାଇଁ ଭୁବନେଶ୍ବର 5 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ରାବଣ ପୋଡ଼ି ପାଇଁ ୨୮ଟି ଗାଇଡ଼ଲାଇନ ଜାରି କରାଯାଇଛି । ୧୦୦ ମିଟର ଜୋନ ଭିତରେ ଲୋକେ ରହି ପାରିବେ ନାହିଁ । ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ହିଁ ଆୟୋଜକ ବାଣ କିଣିଥିବେ । ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯାଇଛି ।’

ସେହିଭଳି ଭସାଣିକୁ ନେଇ କହିଛନ୍ତି, ‘ଭୁବନେଶ୍ବରରେ ୩ଟି ଭସାଣି କମିଟି ରହିଛି । ସବୁ କମିଟି ପାଇଁ ସ୍ବତନ୍ତ୍ର ରୁଟର ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ସମସ୍ୟା ନ ଉପୁଜିବା ଉପରେ ଗୁରୁତ୍ବ ଦିଆଟାଇଛି । ଭସାଣି ସମୟରେ ରାଜଧାନୀରେ ୧୭ ପ୍ଲାଟୁନରୁ ଊର୍ଦ୍ଧ୍ବ ପୋଲିସ ଫୋର୍ସ ମୁତୟନ ହେବେ । ସୁରକ୍ଷା ଦାୟିତ୍ବରେ ୩ ଜଣ ଅତିରିକ୍ତ ଡିସିପି ରହିବେ । ୬୫ ଡିସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜାଇବା ମନା ।’

ରାବଣ ପୋଡ଼ି ପାଇଁ ଭୁବନେଶ୍ବରର ୪ଟି ଅନୁଷ୍ଠାନକୁ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ବରମୁଣ୍ଡା, ଝାରପଡା, କୋରଡ କଣ୍ଟା ଓ ନହରକଣ୍ଟାରେ ରାବଣ ପୋଡ଼ି ପାଇଁ ମିଳିଛି ଅନୁମତି ।