ଓଲା ସ୍କୁଟି ଦେବାକୁ କହି ୪୮ ହଜାର ଠକିନେଲେ ସାଇବର ଠକ

1 min read

ଭୁବନେଶ୍ୱର: OLA ସ୍କୁଟି କିଣୁ କିଣୁ ଠକାମିର ଶିକାର ହେଲେ ଯୁବକ । OLA ସ୍କୁଟି ଦେବାକୁ କହି ୪୮ ହଜାର ୫୦୦ ଟଙ୍କା ଠକି ନେଲେ ସାଇବର ଠକ । ଖୋର୍ଦ୍ଧା ଜିଲ୍ଲାର ଆଲୋକ ମଲ୍ଲଙ୍କୁ OLA ସ୍କୁଟି ଦେବା କଥା କହି ଦୁଇ ଫେଜରେ ପାଖା ପାଖି ୪୮ ହଜାର ଟଙ୍କାରୁ ଅଧିକ ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଆଲୋକ ସ୍କୁଟି କିଣିବା ପାଇଁ OLA ଆପରେ ବୁକ କରିଥିଲେ ।

ପରେ ଆଲୋକଙ୍କୁ ସଙ୍ଗେ ସଙ୍ଗେ ଫୋନ କରିଥିଲେ ସାଇବର ଠକ । ଆକାଉଣ୍ଟ ଡିଟେଲସ ଦେଇ ଟଙ୍କା ପଠେଇବା ପାଇଁ କହିଥିଲେ । ଦୁଇ ଫେଜରେ ଟଙ୍କା ପଠାଇବା ପରେ ଆଲୋକ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ । ଏହାପରେ ଟଙ୍କା ପଠାଇବା ବନ୍ଦ କରିଦେଇଥିଲେ । ଆଜି ଏ ନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆଲୋକ ମଲ୍ଲ । ଦିନମଜୁରୀ କରି ଦିନକୁ ୧୦ ରୁ ୧୨ ହଜାର ଟଙ୍କା ଆଲୋକ ରୋଜଗାର କରୁଥିବା ବେଳେ ଟଙ୍କା ଫେରିପାଇବା ପାଇଁ ସାଇବର ଥାନାରେ ଗୁହାରି କରିଛନ୍ତି ।