ପୁତୁରାକୁ ବାହା ହେବା ଦାବିରେ ଧାରଣାରେ ବସିଲେ ଖୁଡ଼ୀ

ପାଟକୁରା: ପୁତୁରା ସହ ପ୍ରେମ । ପ୍ରଘଟ ହୋଇଗଲା ଚୋରା ପିରତି । ଘରୁ ତଡ଼ି ଦେଲେ ସ୍ବାମୀ । ଏବେ ପୁତୁରାକୁ ବାହା ହେବାକୁ ଜିଧ ଧରି ଘର ଆଗରେ ଧାରଣାରେ ବସିଛନ୍ତି ଖୁଡୀ । ଘଟଣା ଘଟିଛି କେନ୍ଦ୍ରାପଡ଼ା ପାଟକୁରା ଥାନା ପେଣ୍ଠ ଅଞ୍ଚଳରେ । ମହିଳାଙ୍କ ଧରଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ସୂଚନା ଅନୁସାରେ, ପେଣ୍ଠ ଅଞ୍ଚଳର ମହିଳା ଜଣଙ୍କର ସମ୍ପର୍କୀୟ ପୁତୁରା ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ୬ ମାସ ଧରି ପ୍ରେମ ସମ୍ପର୍କ ରହିବା ପରେ ପୁତୁରା ମନ୍ଦିରରେ ବିବାହ କରିଥିବା ଅଭିଯୋଗ କରିଛନ୍ତି । ତେବେ ପୁତୁଣା ଓ ଖୁଡୀଙ୍କ ଏହି ପ୍ରେମ ପ୍ରଘଟ ହୋଇଯିବା ପରେ ମହିଳାଙ୍କ ସ୍ବାମୀ ଘରୁ ତଡ଼ି ଦେଇଛନ୍ତି । ଏବେ ମହିଳା ଜଣକ ନ୍ୟାୟ ଦାବିରେ ପୁତୁରାଙ୍କ ବାରଣାରେ ଧାରଣାରେ ବସିଛନ୍ତି ।