spot_img
Home Blog Page 4026

ଭୁବନେଶ୍ବର ଇଡି କାର୍ଯ୍ୟାଳୟରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣି ଗର୍ଜିଲା କଂଗ୍ରେସ । ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରାକୁ ବିରୋଧ କରି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସ୍ଥାନୀୟ ଇଡି କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଦେଶର ପ୍ରତ୍ୟେକ ଜିଲ୍ଲା ସ୍ତରରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ।

ଭୁବନେଶ୍ବରରେ କଂଗ୍ରେସ କର୍ମୀମାନେ ଇଡି କାର୍ଯ୍ୟାଳୟକୁ ଯିବା ବାଟରେ ପୁଲିସ ସହ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା । ନ୍ୟାସନାଲ ହେରାଲ୍ଡ ମାମାଲାରେ ଜାଣିଶୁଣି କଂଗ୍ରେସକୁ ବଦନାମ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି । ବିରୋଧୀଙ୍କୁ ସ୍ବରରୁ ଚପାଇବା ପାଇଁ ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ କେନ୍ଦ୍ର କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଓଡ଼ିଆ ପୁଅଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ସିନେ ଜଗତର ବରିଷ୍ଠ ସାମ୍ବାଦିକ , ସମୀକ୍ଷକ ତଥା ଗବେଷକ ସୂର୍ଯ୍ୟ ଦେଓ ପାଇବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର  । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାରେ ଓଡ଼ିଆ ପୁସ୍ତକକୁ ସ୍ତାନ ଦେବା ପ୍ରତିଟି ଓଡ଼ିଆଙ୍କ ପାଇଁ ଗୌରବର ଦିନ  । କାଲି ପାଇଁ କାଲିର ସିନେମା ସ୍ୱତନ୍ତ୍ର ବର୍ଗରେ ମନୋନୀତ ହୋଇଛି  । ଓଡ଼ିଆ ସିନେମା ରୂପ ରୂପାନ୍ତର, ଅର୍ଦ୍ଧ-ଶତାଦ୍ଧୀର ଓଡ଼ିଆ ସିନେମାର ତର୍ଜମା, ଝୁରାମନ ଝୁରାଗିତୀ ଓ ଓଡ଼ିଆ ସିନେମା ଗୀତ ୧୯୩୬ରୁ ୧୯୬୯ ପରେ ଏହା ଦେଓଙ୍କ ସିନେମା ସଂକ୍ରାନ୍ତୀୟ ଚତୁର୍ଥ ବହି  ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ୨୦୨୦ ମସିହା ପାଇଁ ସମ୍ମାନଜନକ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଶାର ବରିଷ୍ଠ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ କାଲି ପାଇଁ କାଲିର ସିନେମା ପୁସ୍ତକକୁ ଜାତୀୟ ପୁରସ୍କାର ମିଳିବ । ଶ୍ରେଷ୍ଠ ଆଞ୍ଚଳିକ ସିନେ ପୁସ୍ତକ ଭାବେ ଏହା ମନୋନିତ ହୋଇଛି । ୧୯୫୨ ମସିହାରେ ପ୍ରଥମ ସିନେ ପତ୍ରିକା ଭାବେ ସିନେ ଓଡ଼ିଶା ପ୍ରକାଶିତ ହୋଇଥିଲା । ଏହାପରଠାରୁ ଓଡ଼ିଆ ସିନେମାର କାହାଣୀ, ସଂଳାପ, ଚରିତ୍ର, ସଂଗୀତ ଏବଂ ବିଭିନ୍ନ ଛବିକୁ ନେଇ ଭିନ୍ନଭିନ୍ନ ସମୟରେ ପତ୍ରିକାମାନ ପ୍ରକାଶ ପାଇଛି ।

କିନ୍ତୁ ସିତା ବିବାହଠାରୁ ଆଜି ପର୍ଯ୍ୟନ୍ତ ଏକାଧିକ ପୁରୁଣା ଓଡ଼ିଆ ସିନେମାର ବିଭିନ୍ନ ଦିଗକୁ ନେଇ ଶ୍ରୀଯୁକ୍ତ ଦେଓ ଲେଖିଥିବା କାଲି ପାଇଁ କାଲିର ସିନେମା ଓଡ଼ିଶାର ସିନେମା ଜଗତରେ ଏକ ଦୁର୍ମୂଲ୍ୟ ପୁସ୍ତକ ଭାବରେ ପରିଗଣିତ ହେଉଛି । ପୂର୍ବରୁ ଦୁଇ ଓଡ଼ିଆ ଅଳକା ସାହାଣୀ ଏବଂ ପିୟୁଷ ରୟଙ୍କୁ ଶ୍ରେଷ୍ଠ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । କିନ୍ତୁ ଉଭୟ କ୍ରିଟିକ ବା ସମୀକ୍ଷା କ୍ୟାଟେଗୋରୀରେ ପାଇଥିବାବେଳେ କାଲି ପାଇଁ କାଲିର ସିନେମା ପ୍ରଥମ କରି ପୁସ୍ତକ କ୍ୟାଟେଗୋରୀରେ ସମ୍ମାନଲାଭ କରିବ  ।

 

ଅଣ-ନିଶ୍ୱାସୀ ନିଶା ମାଫିଆ, ଘର ଉପରେ ବୁଲିଲା ବୁଲଡୋଜର୍

ଭୁବନେଶ୍ୱର: ନିଶା ମାଫିଆଙ୍କୁ ମିଳିବନି ତ୍ରାହି । ଭୁବନେଶ୍ବର କୁଖ୍ୟାତ ଡ୍ରକ୍ସ ମାଫିଆର ଘର ଉପରେ ବୁଲିଲା ବୁଲଡୋଜର । ଚନ୍ଦ୍ରଶେଖରପୁର ପଣ୍ଡା ପାର୍କ ନିକଟରେ ଥିବା ନିଶା ମାଫିଆ ନୀଳ ପଟ୍ଟନାୟକର ଘର ଭାଙ୍ଗିଛି କମିଶନରେଟ ପୋଲିସ ଓ ବିଡିଏ । ନୀଳ ପଟ୍ଟନାୟକର ଗୋଟିଏ ପରେ ଗୋଟିଏ ଘର ଭଙ୍ଗାଯାଉଛି ।

ପୂର୍ବରୁ ମଧ୍ୟ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ  । ଅନେକ ନିଶା ମାଫିଆଙ୍କ ବେଆଇନ୍ ସମ୍ପତ୍ତି ଜବତ କରିବା ସହ ଘର ଭାଙ୍ଗିଛି । ନୀଳ ବିରୋଧରେ ୩୫ରୁ ଉର୍ଦ୍ଧ୍ୱ କେସ ଥିବା ସୂଚନା ରହିଛି । ତେବେ ନିଶା କାରବାରରେ ଜଡ଼ିତ ମାଫିଆ ଯେଉଁମାନେ ରାଜଧାନୀରେ ଅସୁସ୍ଥ ବାତାବରଣ ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ଘର ଭାଙ୍ଗିବାର

  ଅଜୟ ଦେବଗନ, ସୂର୍ଯ୍ୟା ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ୨୦୨୦ ମସିହା ପାଇଁ ସମ୍ମାନଜନକ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଶାର ବରିଷ୍ଠ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ କାଲି ପାଇଁ କାଲିର ସିନେମା ପୁସ୍ତକକୁ ଜାତୀୟ ପୁରସ୍କାର ମିଳିବ । ଶ୍ରେଷ୍ଠ ଆଞ୍ଚଳିକ ସିନେ ପୁସ୍ତକ ଭାବେ ଏହା ମନୋନିତ ହୋଇଛି । ୧୯୫୨ ମସିହାରେ ପ୍ରଥମ ସିନେ ପତ୍ରିକା ଭାବେ ସିନେ ଓଡ଼ିଶା ପ୍ରକାଶିତ ହୋଇଥିଲା । ଏହାପରଠାରୁ ଓଡ଼ିଆ ସିନେମାର କାହାଣୀ, ସଂଳାପ, ଚରିତ୍ର, ସଂଗୀତ ଏବଂ ବିଭିନ୍ନ ଛବିକୁ ନେଇ ଭିନ୍ନଭିନ୍ନ ସମୟରେ ପତ୍ରିକାମାନ ପ୍ରକାଶ ପାଇଛି ।

କିନ୍ତୁ ସିତା ବିବାହଠାରୁ ଆଜି ପର୍ଯ୍ୟନ୍ତ ଏକାଧିକ ପୁରୁଣା ଓଡ଼ିଆ ସିନେମାର ବିଭିନ୍ନ ଦିଗକୁ ନେଇ ଶ୍ରୀଯୁକ୍ତ ଦେଓ ଲେଖିଥିବା କାଲି ପାଇଁ କାଲିର ସିନେମା ଓଡ଼ିଶାର ସିନେମା ଜଗତରେ ଏକ ଦୁର୍ମୂଲ୍ୟ ଗ୍ରନ୍ଥ ଭାବରେ ପରିଗଣିତ ହେଉଛି । ପୂର୍ବରୁ ଦୁଇ ଓଡ଼ିଆ ଅଳକା ସାହାଣୀ ଏବଂ ପିୟୁଷ ରୟଙ୍କୁ ଶ୍ରେଷ୍ଠ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । କିନ୍ତୁ ଉଭୟ କ୍ରିଟିକ ବା ସମୀକ୍ଷା କ୍ୟାଟେଗୋରୀରେ ପାଇଥିବାବେଳେ କାଲି ପାଇଁ କାଲିର ସିନେମା ପ୍ରଥମ କରି ପୁସ୍ତକ କ୍ୟାଟେଗୋରୀରେ ସମ୍ମାନଲାଭ କରିବ ।

ବରିଷ୍ଠ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ତାମିଲ ଅଭିନେତା ସୂର୍ଯ୍ୟା ୨୦୨୦ମସିହା ପାଇଁ ଶ୍ରେଷ୍ଠ ଯୁଗ୍ମ ଅଭିନେତା ଭାବେ ମନୋନିତ ହୋଇଛନ୍ତି । ତାହ୍ନାଜି ପାଇଁ ଅଜୟ ଓ ସୁରାରାଇ ପୋଟ୍ଟ୍ରୁ ପାଇଁ ସୂର୍ଯ୍ୟାଙ୍କୁ ଏହି ପୁରସ୍କାର ମିଳିବ । ସେହିପର ଅପର୍ଣ୍ଣା ବାଲମୁରଲୀ ସୁରାରାଇ ପୋଟ୍ଟ୍ରୁ ପାଇଁ ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ଫିଚର ଫିଲ୍ମ କ୍ୟାଟେଗୋରୀରେ ସୁରାରାଇ ପୋଟ୍ଟ୍ରୁ ଶ୍ରେଷ୍ଠତା ହାସଲ କରିଥିବାବେଳେ ହିନ୍ଦୀ କ୍ୟାଟେଗୋରୀରେ ‘ତୁଳସୀ ଦାସ ଜୁନିୟର ହୋଇଛି ଶ୍ରେଷ୍ଠ ଚଳଚ୍ଚିତ୍ର । ମନୋଜ ମୁନତାସିରଙ୍କୁ ମିଳିବ ଶ୍ରେଷ୍ଠ ଗୀତିକାର ଓ ବିଶାଲ ଭରଦ୍ବାଜ ପାଇବେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ସମ୍ମାନ ।

ଦିନ ଦ୍ବିପ୍ରହରରେ ବ୍ୟାଙ୍କରୁ ଲୁଟ୍: କର୍ମଚାରୀ ଓ ଗ୍ରାହକଙ୍କୁ ପକାଇଲେ ତାଲା

ବାଲେଶ୍ୱର: ଦିନ ଦ୍ବିପ୍ରହରରେ ବ୍ୟାଙ୍କ ଲୁଟ୍ । ବାଲେଶ୍ବର ବରୁଣଗଡ଼ିଆ ବ୍ୟାଙ୍କ ଅଫ ବରୋଦାରେ ଡକାୟତି । ୮ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ମାରଣାନ୍ତ୍ର ଦେଖାଇ ଭୟଭୀତ କରି ଟଙ୍କା ଲୁଟିନେଲେ ୮ ଦୁର୍ବୃତ୍ତ ।

ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ମୁଖା ପିନ୍ଧିଥିବାବେଳେ ସମସ୍ତେ ବଙ୍ଗଳାରେ କଥା ହେଉଥିଲେ । ପ୍ରଥମେ ସିସିଟିଭି କନେକସନ କାଟି ମାରଣାସ୍ତ୍ରରେ ବ୍ୟଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରିଥିଲେ । ପରେ ଟଙ୍କା ଲୁଟି ବ୍ୟାଙ୍କରେ ତାଲା ପକାଇ ଫେରାର ହୋଇଛନ୍ତି ଲୁଟେରା ।

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ଦିନେଶ ଗୁଣଓ୍ୱାର୍ଦ୍ଦେନା

କଲମ୍ବୋ: ଦିନେଶ ଗୁଣଓ୍ୱାର୍ଦ୍ଦେନା ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ । ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୭୩ ବର୍ଷ ବୟସ୍କ ଅଭିଜ୍ଞ ରାଜନେତା ଦିନେଶ । ବିଗତ ଗୋଟାବାୟା ରାଜପକ୍ଷ ସରକାରରେ ସେ ଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ । ଗତ ଏପ୍ରିଲରେ ସେ ଗୋଟାବାୟାଙ୍କ ଦ୍ୱାରା ଗୃହମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ସେ ଜଣେ ବିଶ୍ୱସ୍ତ ନେତା ଭାବେ ପରିଚିତ । ଜଣେ ସରଳ ଓ ସଚ୍ଚୋଟ ରାଜନେତା ଭାବେ ସେ ଖ୍ୟାତି ଅର୍ଜନ କରିଛନ୍ତି । ଦେଶରେ ସଙ୍କଟ ବଳବତ୍ତର ରହିଥିବାବେଳେ ନୂଆ ପ୍ରଧାନମନ୍ତ୍ରୀ କିପରି ଦାୟିତ୍ୱ ତୁଲାଇବେ ତାହାକୁ ନେଇ ଜାରି ରହିଛି ସସପେନ୍ସ ।

ସେପଟେ ନବନିର୍ବାଚିତ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କ ବିରୋଧରେ ଜୋରଦାର ବିକ୍ଷାଭ ଜାରି ରହିଛି । ପ୍ରବଳ ବିରୋଧର ମୁକାବିଲା କରିବା ଲାଗି ସେ ଏକ ଜାତୀୟ ସରକାର ଗଠନ ସପକ୍ଷରେ ପ୍ରସ୍ତାବ ଦେଇପାରନ୍ତି । ତେଣେ ରାଷ୍ଟ୍ରପତିଙ୍କ ସଚିବାଳୟ ବାହାରେ ଆନ୍ଦୋଳନକାରୀଙ୍କ ମୁକାବିଲା ଲାଗି ସଶସ୍ତ୍ର ବାହିନୀ ମୁତୟନ କରାଯାଇଛି । ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

 

ଗ୍ୟାସ ଟାଙ୍କି ଫାଟି ଭୁଶୁଡ଼ିଲା ଘରର ଛାତ, ୨ ଆହତ

ଗୋପାଳପୁର: ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଅଭାବନୀୟ ଘଟଣା । ଗ୍ୟାସ ଟାଙ୍କି ଫାଟି ଭୁଶୁଡ଼ିଲା ଘରର କାନ୍ଥ ଓ ଛାତ । ଦେବରାଜ ନାୟକଙ୍କ ଘରେ ଗ୍ୟାସ୍ ଟାଙ୍କି ଫାଟି ବିସ୍ଫୋରଣ ହେବାରୁ ଦୁଇ ଜଣ ଆହତ ହୋଇଛି । ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆହତଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ବ୍ରହ୍ମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସେପଟେ ଖବର ପାଇ ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଦୁଇ ଆହତଙ୍କ ମଧ୍ୟରେ ଦେବରାଜ ନାୟକ ଗୁରୁତର ଥିବାବେଳେ ଅଶୋକ ନାୟକ ସାମାନ୍ୟ ଆହତ ହୋଇଛନ୍ତି । ବନ୍ଦ ଘର ଭିତରେ ୬୬ଟି ଗ୍ୟାସ ସିଲିଣ୍ଡର ରହିଥିଲା । ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ,

ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । ଟର୍ମ-୨ ପରୀକ୍ଷା ସହ ଫାଇନାଲ ରେଜଲ୍ଟ ପ୍ରକାଶ । www.cbse.nic.in ଓ୍ୱେବସାଇଟକୁ ଯାଇ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । 7738299899ରେ ମିସ୍ଡ କଲ୍ କରି ମଧ୍ୟ ଜାଣିପାରିବେ ପରୀକ୍ଷା ଫଳ । ଦେଶରେ ୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ CBSE ଦଶମ ପରୀକ୍ଷା ଦେଇଥିଲେ । ଓଡ଼ିଶାରୁ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଦେଇଛନ୍ତି ।

ଶିଳ୍ପାୟନକୁ ସରକାରଙ୍କ ଗୁରୁତ୍ୱ, ଦୁଇ ବର୍ଷରେ ୧୮୬ଟି ଶିଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ଗତ ଦୁଇ ବର୍ଷରେ ୧୮୬ଟି ଶିଳ୍ପକୁ ଅନୁମୋଦନ ମିଳିଛି । ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ଜରିଆରେ ଏହି ସବୁ ଶିଳ୍ପକୁ ଅନୁମୋଦନ ଦିଆଯାଇଛି । ବିଧାନସଭାର ପ୍ରଶ୍ନ କାଳରେ ଏହି ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ଏହାଦ୍ୱାରା ରାଜ୍ୟରେ ୪ ଲକ୍ଷ ୪୪ ହଜାର ୭୩୬ .୫୫ କୋଟି ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି । ସେହିପରି ୧ ଲକ୍ଷ ୬୫ ହଜାର ୪୬୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଟାର୍ଗେଟ ରଖାଯାଇଛି । ୨୦୨୦ ଜୁନଠାରୁ ବର୍ତ୍ତମାନ ସୁଦ୍ଧା ୧୧ଟି ବୃହତ ପ୍ରକଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ୪ ହଜାର ୬୦୬ କୋଟି ଟଙ୍କାର ପୁଞ୍ଜି ନିବେଶରେ ୬୫୫୭ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।

ଅନ୍ୟପଟେ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଶିଳ୍ପାନୁଷ୍ଠାନ ଗୁଡ଼ିକର ପାତର ଅନ୍ତର ନୀତିକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ହେବା ପରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନ ସହ ଏମଓୟୁ ସ୍ୱାକ୍ଷର ହୋଇଥାଏ । ଏଥିରେ ସ୍ଥାନୀୟ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ଯଦି କୌଣସି ସ୍ଥାନରେ ଏହାର ବ୍ୟତିକ୍ରମ ଘଟୁଛି ନିର୍ଦ୍ଦିଷ୍ଟ ଅଭିଯୋଗ ଆଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅମରଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ମନ୍ତ୍ରୀ ପ୍ରତାପ ଦେବ ।

ରାଷ୍ଟ୍ରପତି ନିର୍ବାଚନରେ କ୍ରସ୍ ଭୋଟିଂ ପ୍ରସଙ୍ଗ, ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ କ୍ରସ୍ ଭୋଟିଂ ପ୍ରସଙ୍ଗ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତିଙ୍କ ନୋଟିସ୍ । ପିସିସି ସଭାପତି ଶରତ ପଟ୍ଟନାୟକ ଜାରି କଲେ କାରଣ ଦର୍ଶାଅ ନୋଟିସ୍ । ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ ମହମ୍ମଦ ମୋକିମଙ୍କୁ ନିର୍ଦ୍ଦେଶ । ଚଳିତ ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କ ପରିବର୍ତ୍ତେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ ମୋକିମ । ତାଙ୍କ ପାଇଁ ପାର୍ଟି ନୁହେଁ ମାଟି ବଡ଼ ବୋଲି କହିଥିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।