ଓଡ଼ିଶା ଆସିଛନ୍ତି ମଲ୍ଲିକାର୍ଜୁନ ଖାଡଗେ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ କଂଗ୍ରେସର ବରିଷ୍ଠ ନେତା ମଲିକାର୍ଜୁନ ଖଡଗେ । ସାମ୍ବାଦିକ ସମ୍ମିଳନୀ ଜରିଆରେ ଖଡ଼ଗେ କହିଛନ୍ତି,  ଇସ୍ତାହାର ଯାହା ମୋର ଇସ୍ତାହାର ତାହା । ଉଦୟପୁର ସମ୍ମିଳନୀ ଘୋଷଣାନାମାକୁ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ଏଆଇସିସି ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖାଡଗେ । ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ଓଡିଶା ଗସ୍ତରେ ଆସିଥିବା ଖାଡଗେ କହିଛନ୍ତି ଦଳର ବରିଷ୍ଠ ନେତାଙ୍କୁ ଭେଟି ନିଜ ସପକ୍ଷରେ ସମର୍ଥନ ଗୋଟାଇବେ । ଗାନ୍ଧୀ ପରିବାରରୁ କେହି ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ହେବା ପରେ ସେ ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇ ସଭାପତି ଲାଗି ନିର୍ବାଚନ ଲଢୁଛନ୍ତି ।

କଂଗ୍ରେସର ଇସ୍ତାହାରକୁ ସେ ଗୁରୁତ୍ୱ ଦିଅନ୍ତି ଏବଂ ଏହି ବାର୍ତ୍ତା ନେଇ ସେ ଲଢୁଛନ୍ତି ବୋଲି କହିଛନ୍ତି ଖାଡଗେ । ସେପଟେ ଖାଡଗେଙ୍କୁ ଓଡ଼ିଶାରେ ସବୁ ଭୋଟ ଯିବ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ସେହିପରି ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି ବ୍ଲକ ସଭାପତିରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଖାଡଗେଙ୍କୁ ହିଁ ଦଳର ୪୨୮ ସଦସ୍ୟ ଭୋଟ ଦେବେ ।