OCA ନିର୍ବାଚନ: ପ୍ରଣବ ପ୍ରକାଶ ସର୍ବସମ୍ମତ ସଭାପତି ପ୍ରାର୍ଥୀ

ଭୁବନେଶ୍ୱର: ଓସିଏ ସଭାପତି ହେବେ ପ୍ରଣବ ପ୍ରକାଶ ଦାସ  । ଓଡ଼ିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନ ନେଇ ପୁରୀରେ ଶେଷ ହୋଇଛି ବୈଠକ । ସର୍ବସମ୍ମତ କ୍ରମେ ସଭାପତି ପଦ ପାଇଁ ପ୍ରାର୍ଥୀ  ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ  । ସଂଜୟ ବେହେରା ସଂପାଦକ ଓ ପଙ୍କଜ ଲୋଚନ ମହାନ୍ତି ଉପସଭାପତି ପ୍ରାର୍ଥୀ ହେବେ। ସେହିପରି ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ ଗୋଟିଏ କାଉନସିଲ ପଦ ପାଇଁ ନାମ ଚୁଡାନ୍ତ କରିବାକୁ ଦାୟିତ୍ବ ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କ ଉପରେ ଛଡାଯାଇଛି ।

ସୂଚନା ମୁତାବତ ଆସନ୍ତା 21ରେ ନିର୍ବାଚନ ନେଇ ନାମାଙ୍କନ ଦାଖଲ କରାଯିବ । 22ରେ ଯାଞ୍ଚ ଓ ଅଭିଯୋଗ ଗ୍ରହଣ କରାଯିବା ସହିତ ନାମ ପ୍ରକାଶ କରାଯିବ । 23 ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସହ ଚୁଡାନ୍ତ ତାଲିକା ପ୍ରକାଶ କରାଯିବ । ଆବଶ୍ୟକ ହେଲେ 28ରେ ମଧ୍ୟ ହୋଇପାରେ  ନିର୍ବାଚନ । ଆଜିର ବୈଠକରେ ବିଭିନ୍ନ ଜିଲ୍ଲା କ୍ରିକେଟ ଆସୋସିଏସନର ସଦସ୍ୟ ମାନେ ଯୋଗ ଦେଇଥିଲେ । ପୁରୀରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ  ।