ରାୟଗଡ଼ା: ନାଗାବଳୀରେ ନିଖୋଜ ନାବାଳକର ମିଳିଲା ମୃତଦେହ । ଗତକାଲି ସାଙ୍ଗମାନଙ୍କ ସହ ମିଶି ନାଗାବଳୀକୁ ଗାଧୋଇବାକୁ ଯାଇଥିଲେ ରାୟଗଡ଼ା କଲ୍ୟାଣସିଂହପୁର କୃଷ୍ଣପାତ୍ରଗୁଡ଼ର ଧର୍ମେଶ ନିଶିକା । ଏହାପରେ ପରିବାର ଲୋକଙ୍କ ସୂଚନା ଅନୁସାରେ ଅଗ୍ନିଶମ କର୍ମଚାରୀ ଓ ଗ୍ରାମବାସୀ ମିସି ଖୋଜାଖୋଜି କରିଥିଲେ । ହେଲେ କିଛି ପତ୍ତା ପାଇନଥିଲେ । ଆଜି ସକାଳୁ ଉଦ୍ଧାର କାର୍ଯ୍ୟ ବେଳେ ବିରେନ୍ଦ୍ର ନିଶିକାଙ୍କ ପୁଅ ଧର୍ମେଶଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ୍ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
ସେନାମୁକ୍ତ ହେଉଛି ଲଦାଖ ସୀମା; ନିଜ ନିଜ ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ଫେରିଲେ ଭାରତ ଓ ଚୀନ ସେନା
ନୂଆଦିଲ୍ଲୀ: ଲଦାଖରୁ ନିଜ ନିଜ ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ଫେରିଲେ ଭାରତ ଓ ଚୀନ ସେନା। ଗୋଗ୍ରା ହଟସ୍ପ୍ରିଙ୍ଗର ପାଟ୍ରୋଲିଂ ପଏଣ୍ଟ ୧୫ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଏହାରେ ଏବେ ଫୋକସରେ ପୂର୍ବଲଦାଖ । ସେଠାରେ ମଧ୍ୟ ଉଭୟ ସେନା ମୁତୟନ ଥିବା ବେଳେ ପ୍ରତ୍ୟାହାର ପାଇଁ ପ୍ରୟାସ କରାଯିବ। ଏପଟେ ଡେସପାଙ୍ଗ ଓ ଡେମଚୋକ୍ରୁ ସେନା ପ୍ରତ୍ୟାହାର ପାଇଁ ଆରମ୍ଭ ହୋଇଛି ପ୍ରୟାସ।
କମାଣ୍ଡରସ୍ତରୀୟ ବୈଠକରେ ଉଭୟ ସେନାଙ୍କ ମଧ୍ୟରେ ସହମତି ହୋଇଥିଲା। ଏହାପରେ ତୁରନ୍ତ ପ୍ରତ୍ୟାହାର ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏଥିସହ ଭାରତର ସ୍ଥଳସେନା ଅଧ୍ୟକ୍ଷ ମଧ୍ୟ ସ୍ଥିତିର ଅନୁଧ୍ୟାନ ପାଇଁ ଲଦାଖ ଗସ୍ତ କରିଥିଲେ। ସେନାଙ୍କ ସହ ଆଲୋଚନା କରିଥିଲେ। ସେନା ପ୍ରତ୍ୟାହାର ପରେ କିଛି ସ୍ଥିତି ଉପୁଜିଲେ କେମିତି ମୁକାବିଲା କରିବେ ସେନେଇ ପ୍ରସ୍ତୁତ ରହିବାକୁ କହିଥିଲେ।
ଟ୍ୱିଟରକୁ କିଣିବେ ଏଲନ ମସ୍କ
ଓ୍ୱାଶିଂଟନ: ଟ୍ୱିଟରକୁ କିଣିବେ ଏଲନ ମସ୍କ । ଏଥିପାଇଁ ସବୁ ରାସ୍ତା ସଫା । ୪୪ ବିଲିଅନ ଡଲାରରେ ବିକ୍ରି ପାଇଁ ସେୟାର ହୋଲଡରମାନେ ସହମତି ଜଣାଇଛନ୍ତି । ଏନେଇ ଆଜି କମ୍ପାନୀର ଅଂଶୀଦାରମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଏଲନ ମସ୍କଙ୍କ ସମସ୍ତ ଦାବି ଉପରେ ଆଲୋଚନା ହୋଇଥିଲା । ମସ୍କ ରଖିଥିବା ସର୍ତ୍ତ ଉପରେ ସହମତି ହୋଇଥିବା ମଧ୍ୟ ଜଣାପଡିଛି । ସେୟାର ହୋଲଡରମାନେ ଏଲନଙ୍କ ସମର୍ଥନରେ ଭୋଟ ଦେଇଥିଲେ । ପୂର୍ବରୁ ଏଲନ ମସ୍କ ନିଜ ଆଡୁ ଟ୍ୱିଟରକୁ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ କେତେ ମାତ୍ରାରେ ଫେକ୍ ଆକାଉଣ୍ଟ ଟ୍ୱିଟରରେ ଅଛି ତା’ର ତଥ୍ୟ ଦେଲେ ଏଲନ ମସ୍କ କିଣିବେ ବୋଲି କହିଥିଲେ । ଯାହାକୁ ନେଇ କୋର୍ଟରେ ଦ୍ବାରସ୍ଥ ହୋଇଥିଲା ଟ୍ୱିଟର ।
ରାଜଧାନୀରେ ବୁଲିଲା ଭୁଜାଲି, ଫଳ ଦୋକାନୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୁତ୍ତ
ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ବୁଲିଲା ଭୁଜାଲି । ଫଳ ଦୋକାନିକୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ । ଦିନ ଦ୍ୱିପ୍ରହରରେ ଘଟିଛି ଏହି ଏଭଳି ଘଟଣା । ନିଶାଶକ୍ତ ଅବସ୍ଥାରେ ଫଳ କିଣିଲା ବେଳେ ବେପାରୀ ଓ ଦୁର୍ବୁତ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାଫଳରେ ଦୁର୍ବୁତ୍ତ ଉତକ୍ଷିପ୍ତ ହୋଇ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ଅଭିଯୁକ୍ତ । ଘଟଣା ସ୍ଥଳରେ ଭରତପୁର ପୋଲିସର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଆକ୍ରମଣରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖିଛି ପୋଲିସ ।
ଡାକିବା ପରେ ଆସିଲାନି ଆମ୍ବୁଲାନ୍ସ, ଆହତ ଯୁବକଙ୍କୁ ବଞ୍ଚାଇବାକୁ JCBରେ ଡାକ୍ତରଖାନା ଆଣିଲେ ପରିବାର ଲୋକ
ଭୋପାଳ: ବାରମ୍ବାର ଡାକିବା ପରେ ବି ଆସିଲା ନାହିଁ ଆମ୍ବୁଲାନ୍ସ । ଆହତ ଯୁବକଙ୍କୁ ବଞ୍ଚାଇବା ପାଇଁ ବୁଲଡୋଜରରେ ଡାକ୍ତରଖାନାକୁ ଆଣିଲେ ପରିବାର ଲୋକ । ମଧ୍ୟପ୍ରଦେଶରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର କାଟନି ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବାରହା ଖାତାଉଲି ରାସ୍ତାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଜଣେ ବାଇକ ଆରୋହୀ ଗୁରତର ଆହତ ହୋଇଥିଲେ । ଯୁବକଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । କିନ୍ତୁ ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା । ଆହତ ଯୁବକଙ୍କ ଅବସ୍ଥା ବିଗିଡିବା ଦେଖି ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟ ଜେସିବି ଡାଲାରେ ଡାକ୍ତରଖାନା ନେଇଥିଲେ ।
ମୁମ୍ବାଇରେ ଇନଭେଷ୍ଟରର୍ସ ମିଟ୍ ପୂର୍ବରୁ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ
ମୁମ୍ବାଇ: ଇନଭେଷ୍ଟରର୍ସ ମିଟ୍ ପୂର୍ବରୁ ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ନିବେଶ ପାଇଁ ବ୍ୟବସ୍ଥା ସମ୍ପର୍କରେ ଶିଳ୍ପପତିଙ୍କୁ ବୁଝାଇ କହିଥିଲେ ସୁରେଶ ମହାପାତ୍ର । ଶିଳ୍ପପତିଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ ବୈଠକ କରିଥିଲେ ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ନିବେଶ ପାଇଁ ରାଜ୍ୟରେ ଉତ୍କୃଷ୍ଟ ବାତାବରଣ ସୃଷ୍ଟି ହୋଇଛି । ୧୫ଟି ଶିଳ୍ପ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ।

