ନବନିଯୁକ୍ତ ବ୍ୟାଙ୍କିଙ୍ଗ୍ ସହାୟକଙ୍କୁ ନବୀନଙ୍କ ଦିଗଦର୍ଶନ

1 min read

ଭୁବନେଶ୍ୱର: ନବନିଯୁକ୍ତ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ।  କେନ୍ଦ୍ର ସମବାୟ ବ୍ୟାଙ୍କର ନବନିଯୁକ୍ତ ବ୍ୟାଙ୍କିଙ୍ଗ ସହାୟକ ଓ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧିକାରୀମାନଙ୍କୁ ଦିଗଦର୍ଶନ କାର୍ଯ୍ୟକ୍ରମ । ଏହା ସହିତ ପ୍ରାଥମିକ କୃଷିଋଣ ସମବାୟ ସମିତି କମ୍ପ୍ୟୁଟରୀକରଣର ଶୁଭାରମ୍ଭ ହୋଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ  । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିଥିଲେ  । ନବ ନିଯୁକ୍ତ କର୍ମଚାରୀଙ୍କୁ କାର୍ଯ୍ୟ କ୍ଷେତ୍ରରେ ସତ ଓ ସେବାର କର୍ତ୍ତବ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରିଥିଲେ  ।

କେନ୍ଦ୍ର ସମବାୟ ବ୍ୟାଙ୍କର ସହାୟକ ଭାବେ ୧୫ଟି ଜିଲ୍ଲାରେ ୩୮୪ ଜଣ କର୍ମଚାରୀ ଯୋଗ ଦେଇଛନ୍ତି । ସେମାନଙ୍କ ସହ ଓଡ଼ିଶା ରାଜ୍ୟ ପାଣ୍ୟଗାର ନିଗମର ଅଧିକାରୀ ମାନଙ୍କ ପାଇଁ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିସହ ପ୍ରାଥମିକ କୃଷିଋଣ ସମବାୟ ସମିତି କମ୍ପ୍ୟୁଟରୀକରଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନର କନଭେନସନ ସେଣ୍ଟରର ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ନିଷ୍ଠା ଓ ଆନ୍ତରିକତାର ସହ କାମ କରିବା ପାଇଁ ନବନିଯୁକ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଭଳି ନିଯୁକ୍ତି ଦ୍ବାରା ରାଜ୍ୟର ସମବାୟ ବ୍ୟାଙ୍କ ପାଇଁ ଐତିହାସିକ କ୍ଷଣ ସୃଷ୍ଟି ହୋଇଛି ।

ଏହାଦ୍ବାରା ବ୍ୟାଙ୍କିଂ କ୍ଷେତ୍ରର ବିଭିନ୍ନ କାର୍ଯ୍ୟ ଆଗକୁ ସୁଦୃଢ ହେବ । ଲୋକଙ୍କ ନିକଟରେ ବ୍ୟାଙ୍କିଂ ସୁବିଧାକୁ ଆହୁରି ସରଳୀକର କରି ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ସମବାୟ ବ୍ୟାଙ୍କ ୬୦ ପ୍ରତିଶତ କୃଷି ଋଣ ପ୍ରଦାନ କରିଥାଏ । କୃଷି କ୍ଷେତ୍ରକୁ ମଝଭୁତ କରିବାକୁ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।