spot_img
Home Blog Page 4010

ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣାରେ ସାଂସଦ, ମଶାରି ଭିତରେ କଟୁଛି ରାତି

ନୂଆଦିଲ୍ଲୀ: ଥମୁନି ସଂସଦର ସସ୍‌ପେଣ୍ଡ ବିବାଦ । ୫୦ଘଣ୍ଟାର ଧାରଣାରେ ସଂସଦରୁ ନିଲମ୍ବିତ ସାଂସଦ। ଏପରିକି ମହାତ୍ମା ଗାନ୍ଧି ପ୍ରତିମୂର୍ତ୍ତି ତଳେ ସାଂସଦମାନେ ମଶାରି ଟାଣି ଦୁଇ ରାତି କଟାଇଛନ୍ତି। ମୁଦ୍ରାସ୍ଫୀତି, ଦରବୃଦ୍ଧି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରି କେତେକ ସଂସ୍ଥାକୁ ଅପବ୍ୟବହାରକୁ ପ୍ରସଙ୍ଗ କରି ବିରୋଧୀ ଦଳର ସାଂସଦମାନେ ପ୍ରତିବାଦ କରିବାରୁ ୨୭ ସାଂସଦଙ୍କୁ କରାଯାଇଥିଲା ନିଲମ୍ବନ।

ଗଣତାନ୍ତ୍ରିକ ଅଧିକାର ଲାଗି ଲଢେଇ କରୁଥିବାବେଳେ ସେମାନଙ୍କୁ ଗୃହରୁ ନିଲମ୍ବନ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ସାଂସଦ । ଧାରଣା ଦେଇଥିବା ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ଆମ୍ ଆଦମି ପାର୍ଟି ନେତା ସଞ୍ଜୟ ସିଂ, ଟିଏମସି ନେତା ଶାନ୍ତନୁ ସେନ, ଡୋଲା ସେନ, ଆବିର ରଞ୍ଜନ ବିଶ୍ବାସ, ଟିଆରଏସ ସାଂସଦ ରବିଚନ୍ଦ୍ର ବଧିରାଜୁ। ଏହା ସହ ଡିଏମକେ ଓ ବାମପନ୍ଥୀ ଦଳରେ କେତେକ ସାଂସଦ ମଧ୍ୟ ରହିଛନ୍ତି।

ସୂଚନା ଅନୁସାରେ ବୁଧବାର ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଧାରଣା ଶୁକ୍ରବାର ଦ୍ୱିପ୍ରହର ୧ଟା ଯାଏଁ ଚାଲିବ। ଖାସ୍ କଥା ହେଉଛି ଭୋକ ଉପାସରେ ନୁହେଁ ବରଂ ଖାଇପିଇ ଧାରଣାରେ ବସିଛନ୍ତି ସାଂସଦ । ଯେଉଁଥିରେ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ସାମିଲ ସହ ସମସ୍ତ ସୁବିଧା କରାଯାଇଛି। ଖାଇବା ପିଇବାରେ ଭାତ, ଦୋସା, ହାଲୱା, ଚିକେନ୍, ଗାଜର ହାଲୱା ମଧ୍ୟ ସାମିଲ ରହିଛି। ଖାଦ୍ୟପେୟର ଭାର ସମ୍ଭାଳିଛନ୍ତି AAP, TMC ଓ DMK।

ଗିରଫ ଦାବିରେ ସବୁଠି ଲାଗିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ପୋଷ୍ଟର

ବୁର୍ଲା: ପୁଣି ଚର୍ଚ୍ଚାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି। କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲଙ୍କୁ ଗିରଫ ପାଇଁ ସହର ସାରା ପୋଷ୍ଟର ଲଗାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫ୍ଲାଇଓଭର ପିଲରରେ ମଧ୍ୟ ଏହି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।

ଗତକାଲି ରାତିରେ ଏହି ପୋଷ୍ଟର ଲଗାଯାଇଥିବା ସନ୍ଦେହ କରାଯାଉଛି। ତେବେ ପ୍ରଶ୍ନପତ୍ର ଲିକ୍ ଓ କିରାଣି ଦୀନବନ୍ଧୁ ମିଶ୍ର ଆତ୍ମାହୁତି ଘଟଣାକୁ ନେଇ ୟୁନିଭରସିଟି ଚର୍ଚ୍ଚାରେ ଥିବା ବେଳେ କେଉଁ ଘଟଣାକୁ ନେଇ ଏହି ପୋଷ୍ଟର ଲଗାଯାଇଛି ତାହା ଜଣାପଡ଼ିନି। ବିଶ୍ୱବିଦ୍ୟାଳୟ ପରିସରରୁ ବେଆଇନ ଗଛ କଟା ଓ ଲାଇବ୍ରେରୀ ପୋଡିକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା ।

ଧାରଣା ବନାମ ମଉଜ; ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ସହ ସାଂସଦଙ୍କ ଭୋଜିଭାତ

ନୂଆଦିଲ୍ଲୀ: ହୋହଲ୍ଲା ଭିତରେ ଚାଲିଛି ରାଜ୍ୟସଭା ଓ ଲୋକସଭା। ଏହା ମଧ୍ୟରେ ନିଲମ୍ବିତ ହେଲେଣି ୨୭ ସାଂସଦ। ଫଳରେ ବିରୋଧୀଙ୍କ ମଧ୍ୟରେ ଅସନ୍ତୋଷ ବଢିଛି। ଏପରିକି ନିଲମ୍ବିତ ସାଂସଦ ମାନେ ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା କରୁଛନ୍ତି । ୫୦ ଘଣ୍ଟିଆ ଧାରଣା  ସିଫ୍ଟ ଅନୁଯାୟୀ ଚାଲିଛି। ସୂଚନା ଅନୁସାରେ ବୁଧବାର ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଧାରଣା ଶୁକ୍ରବାର ଦ୍ୱିପ୍ରହର ୧ଟା ଯାଏଁ ଚାଲିବ।

ଖାସ୍ କଥା ହେଉଛି ଭୋକ ଉପାସରେ ନୁହେଁ ବରଂ ଖାଇପିଇ ଧାରଣାରେ ବସିଛନ୍ତି ସାଂସଦ । ଯେଉଁଥିରେ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ସାମିଲ ସହ ସମସ୍ତ ସୁବିଧା କରାଯାଇଛି। ଖାଇବା ପିଇବାରେ ଭାତ, ଦୋସା, ହାଲୱା, ଚିକେନ୍, ଗାଜର ହାଲୱା ମଧ୍ୟ ସାମିଲ ରହିଛି। ଖାଦ୍ୟପେୟର ଭାର ସମ୍ଭାଳିଛନ୍ତି AAP, TMC ଓ DMK।

ବୁଧବାର ଦିନ DMK ସାଂସଦ ତିରୁଚି ଶିବା ଧାରଣାରତ ସାଂସଦଙ୍କୁ ବ୍ରେକଫାଷ୍ଟରେ ଦୋସା ଖୁଆଇଛନ୍ତି । ଡିନର ଦାୟିତ୍ୱ ତୁଲାଇଥିଲା କଂଗ୍ରେସ। ଗୁରୁବାର ଦିନ, ଡିନର ଦାୟିତ୍ୱ ପଡିଛି AAP କାନ୍ଧରେ ।

ତେବେ ରାଜ୍ୟସଭାରେ ମଙ୍ଗଳବାର ଦିନ ବିରୋଧୀଙ୍କ ୧୯ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଯେଉଁଥିରେ TMCର ୭ ସାଂସଦ ଥିଲେ । ପରେ ବୁଧବାର ଦିନ ସାଂସଦ ସଞ୍ଜୟ ସିଂହଙ୍କୁ ସସପେଣ୍ଡ କରାଯାଇଥିଲା।

ମଙ୍କିପକ୍ସ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

କଟକ: ମଙ୍କିପକ୍ସର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର। କଟକ ଏସସିବି ମେଡିକାଲରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା  । ଏଥିପାଇଁ ସଂକ୍ରମଣ ରୋଗ ବିଭାଗରେ ଦୁଇଟି ବେଡ଼ ସହ ୨ଟି ଆଇସୋଲେସନ କ୍ୟାବିନ ପ୍ରସୁତ ରହିଛି। ମେଡିସିନ ବିଭାଗ ଆଇସିୟୁରେ ୪ଟି ବେଡ୍ ବ୍ୟବସ୍ଥା କରାଯାଇଛି।

58 Dies In Monkeypox In Congo

ଏହାଛଡ଼ା କଟକ ଏସସିବି ମେଡିକାଲରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ୫ଟି ବିଭାଗର ଡାକ୍ତରଙ୍କୁ ନେଇ ଗଠନ କରାଯାଇଛି ସ୍ବତନ୍ତ୍ର ଟିମ୍। ଯେଉଁଥିରେ ମେଡିସନ, ଚର୍ମରୋଗ, ମାଇକ୍ରୋ ବାୟୋଲୋଜି ,ଶିଶୁ ରୋଗ, ଏସପିଏମ ବିଶେଷଜ୍ଞ ରହିଛନ୍ତି । ଆହାଛଡ଼ା ସମସ୍ତ ଦିଗ ଉପରେ ନଜର ରଖିବାକୁ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି।

ତେବେ ମଙ୍କପକ୍ସ ଆକ୍ରାନ୍ତଙ୍କୁ ସଠିକ ଭାବେ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ମେଡିସନ ବିଭାଗର ବିଭାଗୀୟ ମୁଖ୍ୟ ତଥା ମଙ୍କିପକ୍ସ କମିଟି ଅଧକ୍ଷ ।

ଆସୁଛି INS ବିକ୍ରାନ୍ତ, ଆହୁରି ସଶକ୍ତ ହେବ ଭାରତୀୟ ନୌସେନା

ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ଭାରତୀୟ ନୌସେନା। ସ୍ବଦେଶୀ ଯୁଦ୍ଧପୋତରେ ଶକ୍ତିଶାଳୀ ହେବ ସମୁଦ୍ରୀ ତଟ ଏବଂ ଜଳପଥର ପ୍ରହରୀ ସାଜିବ INS ବିକ୍ରାନ୍ତ । ଯାହାକୁ ଆସନ୍ତା ଅଗଷ୍ଟ ୧୫ ଏହାକୁ ନୌସେନାରେ ସାମିଲ କରାଯିବ ।

ସୂଚନା ଅନୁସାରେ କୋଚିନ ସିପୟାର୍ଡ ଏହାର ନିର୍ମାଣ କରିଛି। ଏହାର ନିର୍ମାଣରେ ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆଇଏନଏସ୍ ବିକ୍ରାନ୍ତ ୪୫ହଜାର ଟନ ପର୍ଯ୍ୟନ୍ତ ଓଜନ ବହନ କରିପାରିବାର କ୍ଷମତା ରଖିଛି । ଏହି ଏୟାରକ୍ରାଫ୍ଟର କ୍ୟାରିୟରର ଲମ୍ବ ୨୬୨ ମିଟର, ଓସାର ୬୨ ମିଟର ।   ୧୯୭୧ ଯୁଦ୍ଧରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲା ଏହି ଏୟାରକ୍ରାଫ୍ଟ କ୍ୟାରିଅର । ଏକାସଙ୍ଗେ ୩୦ ଯୁଦ୍ଧ ବିମାନ ବହନ କରିବାର କ୍ଷମତା ରଖିଛି ଏହି ବିମାନବାହୀ ପୋତ ।

ଭାଇରାଲ୍ ହେଉଛି ପ୍ରକୃତି ଓ ବାବୁସାନଙ୍କ ଅଡ଼ିଓ, କାହିଁକି ସରି କହିଲେ…

ଭୁବନେଶ୍ୱର: ପ୍ରକୃତି ଓ ବାବୁସାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବିବାଦ ଥମିବାର ନାଁ ନେଉନି। ଦିନକୁ ଦିନ ଏହି ଘଟଣା ନୂଆମୋଡ଼ ନେବାରେ ଲାଗିଛି । ଏହାମଧ୍ୟରେ ଭାଇରାଲ୍ ହେଉଛି ବାବୁସାନ ଓ ପ୍ରକୃତିଙ୍କ ଅଡ଼ିଓ ବାର୍ତ୍ତାଳାପ। ଯାହାକୁ ନେଇ ସବୁଠି ଚର୍ଚ୍ଚା ।

ତେବେ ଲଗାତାର୍ ୬ଦିନ ହେଲା ଏ ସମ୍ବେଦନଶୀଳ ପ୍ରଶ୍ନର ଉତ୍ତର ଅପେକ୍ଷାରେ ସାରା ଓଡ଼ିଶା । ଏଭଳି ସମୟରେ ପ୍ରକୃତି ଓ ବାବୁସାନଙ୍କ ଏକ ଫୋନ୍ ବାର୍ତ୍ତାଳାପର ଅଡିଓ , ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଯାହା ଶୁଣିଲେ ଆପଣ ପତ୍ନୀ ତୃପ୍ତିଙ୍କ ସନ୍ଦେହକୁ ବିଶ୍ବାସ କରିଯିବେ । ପ୍ରେମମ୍ ସିନେମା ନୁହେଁ ପ୍ରକୃତି ଓ ବାବୁସାନଙ୍କ ମଧ୍ୟରେ ଚାଲିଥିଲା ସତସତିକା ପ୍ରେମ । ୨ ମିନିଟ ୫୫ ସେକେଣ୍ଡର ଅଡିଓକୁ ଶୁଣିଲେ ଆମେ ନୁହେଁ ଆପଣ ବି ଏକଥା କହିବେ । ଏ ଦୁହିଁଙ୍କ ଭିତରେ କିଛି ଚାଲିଥିଲା ।

ଅଫ୍ ସ୍କ୍ରିନରେ ଦୁହିଁଙ୍କ ଭିତରେ ଭିନ୍ନ ଏକ ସଂପର୍କ ଗଢି ଉଠିଥିଲା। ହୁଏତ ଏକଥାକୁ ଜାଣି ପାରିଥିଲେ ତୃପ୍ତି। ହୁଏତ ସ୍ବାମୀଙ୍କ ଏଭଳି ପରକୀୟାକୁ ସହି ନପାରି ସେଦିନ ରାସ୍ତା ଉପରେ ଉଭୟଙ୍କୁ ଧରିଥିଲେ। ଅଡିଓରେ ବାବୁସାନଙ୍କ ପାଇଁ ଯନ୍ତ୍ରଣା ପାଉଛନ୍ତି ବୋଲି କହିଛନ୍ତି ପ୍ରକୃତି। ଏଥିପାଇଁ ପ୍ରକୃତିଙ୍କୁ କ୍ଷମା ମାଗୁଛନ୍ତି ବାବୁସାନ୍। ଅଡିଓରେ ପ୍ରକୃତି କେଉଁ କଲର ଶାଢୀ ପିନ୍ଧିବେ ସେକଥା ମଧ୍ୟ ବାବୁସାନ ପଚାରୁଛନ୍ତି  । ଶେଷରେ ଉଭୟ ପରସ୍ପରଙ୍କୁ ଲଭ ୟୁ ବୋଲି କହୁଛନ୍ତି  । ଏଥିରୁ ପ୍ରମାଣ ମିଳୁଛି ବାବୁ ଓ ପ୍ରକୃତିଙ୍କ ମଧ୍ୟରେ କେତେ ନୀବିଡ଼ ରହିଛି ସମ୍ପର୍କ।

ରାଜ୍ୟରେ ଦୁର୍ବଳ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଲଗାତାର ୩ ଦିନ ହେବ କମିଲା ବର୍ଷାର ପରିମାଣ । ମୌସୁମୀ ଜନିତ ନିମ୍ନ ଚାପ ରେଖା ସ୍ବାଭାବିକ ଅବସ୍ଥିତିଠାରୁ ଉତ୍ତରରେ ରହୁଛି। ଯାହାର ପ୍ରଭାବରେ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଛି। ଏହାଦ୍ବାରା ଦୁଇ ଦିନ ହେବ ଦିନ ତାପମାତ୍ରାରେ ବୃଦ୍ଧି ହୋଇଛି ।

ତେବେ ଜଳୀୟବାଷ୍ପ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବାରୁ ବଜ୍ରପାତ ଆଶଙ୍କା ରହିଛି । କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଏଥିପାଇଁ ଆଜି ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୩ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ସୂଚନା ଅନୁସାରେ ଗତ ୨୮ ତାରିଖରେ ୧ଦଶମିକ୧ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ବାଭାବିକ ବର୍ଷା ତୁଳନାରେ 92% କମ । ୨୭ ଜୁଲାଇରେ ୩ଦଶମିକ ୧ ମିମି ବର୍ଷା ରେକର୍ଡ ହୋଇଛି ଯାହାକି ସ୍ବାଭାବିକଠାରୁ ୭୫ ପ୍ରତିଶତ କମ। ସେହିପରି ୨୬ ଜୁଲାଇରେ ୫ ଦଶମିକ ୫ ମିମି ବର୍ଷା ରେକର୍ଡ ହୋଇଛି ।

ରଙ୍ଗାରଙ୍ଗ ପରିବେଶରେ ବର୍ମିଂହାମରେ ଉଦଘାଟିତ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା

ଲଣ୍ଡନ: ରଙ୍ଗାରଙ୍ଗ ପରିବେଶରେ ଇଂଲଣ୍ଡର ବର୍ମିଂହାମରେ ଉଦଘାଟିତ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଅଲିମ୍ପିକ ପରେ ବିଶ୍ବ କ୍ରୀଡ଼ାର ଅନ୍ୟତମ ପ୍ରମୁଖ ଇଭେଣ୍ଟ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏଥିରେ ୭୨ଟି ଦେଶର କ୍ରୀଡ଼ାବିତ ଓ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି। ଏଥର ସ୍ବାସ୍ଥ୍ୟଗତ କାରଣ ପାଇଁ ଇଂଲଣ୍ଡ ରାଣୀ ଏଲିଜାବେଥ ଅଂଶଗ୍ରହଣ କରିନଥିଲେ।

ତେବେ ଯୁବରାଜ ଚାର୍ଲସ ଉପସ୍ଥିତ ରହି ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। ଉଦଘାଟନୀ ଉତ୍ସବରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ୧୧ ଦିନିଆ ପ୍ରତିଯୋଗିତାରେ ୫୦୦୦ରୁ ଅଧିକ କ୍ରୀଡ଼ାବିତ ଅଂଶଗ୍ରହଣ କରିଛନ୍ତି  । ମେଗା ଇଭେଣ୍ଟରେ ଅଂଶଗ୍ରହଣ କରୁଛନ୍ତି ୨୧୫ଜଣିଆ ଭାରତୀୟ ଦଳ । ବିଭିନ୍ନ ଇଭେଣ୍ଟରେ ଆଜି ପଡ଼ିଆକୁ ଭାରତ।

ଲନ ବ୍ରାଉଲ୍ସ କ୍ରୀଡ଼ାରୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ। ତେବେ ହକି ଓ କ୍ରିକେଟ ଉପରେ ରହିଛି ଭାରତୀୟଙ୍କ ନଜର। ଆଜି ସନ୍ଧ୍ୟା ୬ଟା ୩୦ରେ ଭାରତୀୟ ମହିଳା ହକି ଦଳ ପ୍ରଥମ ମ୍ୟାଚରେ ଘାନାକୁ ଭେଟିବ। ସେହିଭଳି ରାତି ୮ଟାରେ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।  ଏହା ସହିତ ଆଜି ଭାରତ ଟେବୁଲ ଟେନିସ, ସୁଇମିଂ, ଟ୍ରାଇଥଲନ୍, ବକ୍ସିଂ, ସ୍କ୍ବାସ୍, ବ୍ୟାଡମିଟନ ଆଦି ଖେଳ ଖେଳିବ।

ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ T-20, ସିରିଜ କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ T-20 ସିରିଜ। ଓ୍ବେଷ୍ଟଇଣ୍ଡିଜ ବିରୋଧରେ ୫ଟି T-20 ଖେଳିବ ମେନ ଇନ୍ ବ୍ଲୁ। ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ ମ୍ୟାଚ୍। ଦିନିକିଆ ସିରିଜରୁ ବିଶ୍ରାମ ନେଇଥିବା ରୋହିତ ଶର୍ମା, ଋଷଭ  ପନ୍ତ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରୋହିତ ଶର୍ମାଙ୍କ ଅଧିନାୟିକତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।

ଦିନିକିଆ ସିରିଜରେ କ୍ଲିନ ସୁଇପ ପରେ ଭାରତୀୟ ଦଳର ମନୋବଳ ଦୃଢ ରହିଛି। ଆରମ୍ଭରୁ ଭଲ ପ୍ରଦର୍ଶନ ସହିତ ସିରିଜ କବଜା କରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ଦଳ।  ସେପଟେ ଦିନିକିଆର ବଦଲା ନେବାକୁ ତୟାର ଘରୋଇ ଇଣ୍ଡିଜ। ତ୍ରୁଟିକୁ ସୁଧାରି ଭାରତକୁ ଟକ୍କର ଦେବାକୁ ଉଦ୍ୟମ କରିବ ଓ୍ବେଷ୍ଟଇଣ୍ଡିଜ୍।

‘ବିଶ୍ବ  ବ୍ୟାଘ୍ର ଦିବସ’ରେ ନନ୍ଦନକାନନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ପାଳିତ ହେଉଛି ‘ବିଶ୍ବ  ବ୍ୟାଘ୍ର ଦିବସ’। ଜଙ୍ଗଲ ରାଜାର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ମାସ ୨୯ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି। ସାରା ବିଶ୍ବରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି। ବିଶ୍ବର ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି।

ଶିକାରୀଙ୍କୁ ରୋକିବା ସହିତ ବାଘଙ୍କ ପାଇଁ ପ୍ରାକୃତିକ ଆବାସସ୍ଥଳୀକୁ ସୁରକ୍ଷିତ ରଖିବା ଏହି ଦିବସର ମୂଳ ଲକ୍ଷ୍ୟ। ଜୈବ ବିବିଧତାର ରକ୍ଷା ପାଇଁ ବାଘର ଉପସ୍ଥିତିର ଆବଶ୍ୟକତା ରହିଛି। ଏଣୁ ଜଙ୍ଗଲ କ୍ଷୟକୁ ରୋକାଯାଇ ବାଘଙ୍କ ବଂଶ କିଭଳି ବୃଦ୍ଧି କରାଯାଇପାରିବ ତାହା ଉପରେ ଆଲୋଚନା କରାଯାଉଛି।

Nandankanan Zoo Lion Shyama Dies

ତେବେ ବ୍ୟାଘ୍ର ଦିବସ ଅବସରରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆୟୋଜିତ ହେଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ନନ୍ଦନକାନନରେ ଏବେ ତିନି ପ୍ରଜାତିର ମୋଟ ୨୭ଟି ବାଘ ଅଛନ୍ତି ।