ବ୍ୟବସାୟୀକ ଶିଖର ସମ୍ମିଳନୀରେ ଓଡ଼ିଶାର ଅଭିବୃଦ୍ଧିକୁ ପ୍ରଶଂସା

1 min read

ଭୁବନେଶ୍ୱର: ମଙ୍ଗଳବାର ବିଭିନ୍ନ ଦେଶର ହେଡ୍ ଅଫ୍ ଇଣ୍ଡିଆନ୍ ମିଶନ୍ ସହିତ ଓଡିଶାର ବ୍ୟବସାୟିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଶାସନ ସଚିବ ଶିଳ୍ପ ହେମନ୍ତ କୁମାର ଶର୍ମା, ସ୍ପେନରେ ଭାରତୀୟ ମିଶନର ରାଷ୍ଟ୍ରଦୂତ ଦୀନେଶ କେ ପଟ୍ଟନାୟକ ଏବଂ ଗୁଆଟେମାଲାରେ ଭାରତୀୟ ମିଶନର ରାଷ୍ଟ୍ରଦୂତ ମନୋଜ କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମିଳନୀର ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଶର୍ମା ସେମାନଙ୍କ ଗସ୍ତର ଉଦ୍ଦେଶ୍ୟ ଏବଂ ସେମାନଙ୍କ ସହିତ ଓଡିଶାର ବ୍ୟବସାୟ ସମ୍ମିଳନୀ ବିଷୟରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ, ‘ଭାରତୀୟ ମିଶନ ଦଳ ଅନ୍ତର୍ଜାତୀୟ ବ୍ୟବସାୟ ଫୋରମରେ ଓଡିଶାକୁ ପର୍ଯ୍ୟାପ୍ତ ପରିମାଣରେ ଉପସ୍ଥାପନ କରିବେ ।’

ମୁଖ୍ୟ ଶାସନ ସଚିବ କହିଛନ୍ତି, ‘ଓଡ଼ିଶା ପୂର୍ବ ଭାରତର ଶିଳ୍ପ ହବ ଭାବେ ଉଭା ହୋଇଛି । ଆମେ ଶିଳ୍ପ ସଂସ୍ଥାମାନଙ୍କୁ ଓଡ଼ିଶାରେ ଖଣିଜ, ଧାତୁ, ରାସାୟନିକ ପଦାର୍ଥ, ପେଟ୍ରୋକେମିକାଲ୍ସ, ବୟନ ଶିଳ୍ପ, ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି ଓ ଆଇଟିଏସ୍ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବାକୁ ଉଦ୍ୟୋଗପତିମାନଙ୍କୁ ନିମନ୍ତ୍ରଣ କରୁଛୁ । ଗତ କିଛିମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ରୋଡ୍ ଶୋ’ ଏବଂ ଇନଭେଷ୍ଟର ମିଟ୍ କରିବାକୁ ପ୍ରତିନିଧି ମଣ୍ଡଳୀଙ୍କୁ ପଠାଇଛନ୍ତି । ଯାହା ମେକ୍ ଇନ୍ ଓଡିଶା କନକ୍ଲେଭ-୨୦୨୨ର ଏକ ଅଂଶ । ଏସବୁ ଇନଭେଷ୍ଟର ମିଟରେ ଓଡ଼ିଶା ପ୍ରତି ଉଦ୍ୟୋଗପତିମାନଙ୍କ ଅଦ୍ଭୁତପୂର୍ବ ଆଗ୍ରହ ଦେଖିବାକୁ ମିଳିଛି । ଏବେ ବିଭିନ୍ନ ଦେଶର ଭାରତୀୟ ମିଶନ ମୁଖ୍ୟ ଏଥିରେ ସାମିଲ ହେବା ପରେ ଆମେ ବିଶ୍ବ ବଜାରରେ ଉପସ୍ଥିତି ଜାହିର କରିପାରିବୁ ବୋଲି ଆଶା କରୁଛୁ ।’

ଓଡ଼ିଶା ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରଘୁ ଜୀ ଓଡ଼ିଶାର ଶିଳ୍ପ ଇକୋସିଷ୍ଟମ ସମ୍ପର୍କରେ ବୁଝାଇଥିଲେ । ଓଡ଼ିଶା ବ୍ୟବସାୟ ପାଇଁ କାହିଁକି ଉତ୍ତମ ସେଥିପାଇଁ ସେ ୧୦ଟି କାରଣ ଉପସ୍ଥାପନ କରିଥିଲେ । ଏକ୍ସପୋର୍ଟ ଲିଙ୍କ ଓ ସୋର୍ସିଂ ଟେକ୍ନୋଲଜି ଇନପୁଟ ପାଇଁ ରାଜ୍ୟରେ ଥିବା ଶିଳ୍ପ ଭିତ୍ତିଭୂମି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରିଥିଲେ ।

ଟେକ୍ସଟାଇଲ୍ ଡିଜାଇନ୍, ଫାର୍ମାସ୍ୟୁଟିକାଲ୍, ପନିପରିବା, ସାମୁଦ୍ରିକ ଖାଦ୍ୟ, କାଜୁ, ଅଟୋ ଏବଂ ଇସ୍ପାତ କ୍ଷେତ୍ରରେ ଓଡ଼ିଶା ରପ୍ତାନୀ ବୃଦ୍ଧି କରିପାରିବ ବୋଲି ଆଲୋଚନାରେ ଭାବ ନେଇ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ମତ ପ୍ରକାଶ କରିଥିଲେ ।

ଭାରତୀୟ ମିଶନ ରାଷ୍ଟ୍ରଦୂତ ପଟ୍ଟନାୟକ କହିଥିଲେ, ଦୁଇଦିନ ମଧ୍ୟରେ ଆମେ ବିଭିନ୍ନ ଅଞ୍ଚଳକୁ ଯାଇ ବିକାଶମୂଳକ କ୍ଲଷ୍ଟର ଦେଖିଛୁ । ଓଡ଼ିଶା ଦ୍ରୁତ ଅବିବୃଦ୍ଧି କରୁଥିବା ଏଥିରେ ଜାଣିବାକୁ ପାଇଛୁ । ଓଡ଼ିଶାର ସମ୍ବଳକୁ ଲୋକପ୍ରିୟ କରିବା ସହ ବିଜନେସ ଫ୍ୟାସିଲିଟି ଇକୋ ସିଷ୍ଟମକୁ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ ।

ସୂଚନାଯୋଗ୍ୟ ରାଷ୍ଟ୍ରଦୂତମାନେ କଟକ ମଣିଆବନ୍ଧ ଟେକ୍ସଟାଇଲ କ୍ଲଷ୍ଟର ପରିଦର୍ଶନ କରିବା ସହ ବୁଣାକାରମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହାସହ ଢେଙ୍କାନାଳ ଯାଇ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମରେ ହେଉଥିବା ବିଭିନ୍ନ କାମ ଦେଖିଥିଲେ । ଢେଙ୍କାନାଳର ବିବି ହାଇସ୍କୁଲ ଯାଇ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ସ୍ମାର୍ଟ କ୍ଲାସରୁମ ଓ ଇ-ଲର୍ଣ୍ଣିଂ ସୁବିଧା ବୁଲି ଦେଖିଥିଲେ ।

ଟିମ୍ ମହିସାପାଟର କାଜୁ କ୍ଲଷ୍ଟର ଓ ଢେଙ୍କାନାଳର ସଦେଇବାରେଣିର ଡୋକ୍ରା କାରିଗରୀ ବୁଲି ଦେଖିଥିଲେ । ଏହାସହ ଡେରାସର ସି-ଫୁଡ ପାର୍କ, ମଞ୍ଚେଶ୍ବରର ଓ୍ବାଲ୍ଡ ସ୍କିଲ୍ ସେଣ୍ଟର ଓ ପୋଖରୀପୁଟର କାଲା ଭୂମୀ ବୁଲି ଦେଖିଥିଲେ ।

ଓଡ଼ିଶାରେ ବିକାଶିତ କରାଯାଉଥିବା ବେଷ୍ଟ କ୍ଲାସ ଇନଫାଷ୍ଟ୍ରକଚରକୁ ପ୍ରଶଂସା କରିଥିଲେ । ସନ୍ଧ୍ୟାରେ ସେମାନେ ବ୍ୟବସାୟୀକ ଶିଖ ସମ୍ମିଳନୀରେ ଓଡ଼ିଶାର ବରିଷ୍ଠ ଅଧି୍ାରୀ ଏବଂ ଶିଳ୍ପ ସଂଗଠନ ସହିତ ବିସ୍ତୃତ ଆଲୋଚନା କରିଥିଲେ ।