ଘନାଉଛି ବାତ୍ୟା ବିପଦ, ୧୨ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ

1 min read

ଭୁବନେଶ୍ୱର: ଘନଉଛି ବାତ୍ୟା ବିପଦ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ । ପରେ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ଚିତ୍ର ଆସିବ । ବାତ୍ୟାର ତୀବ୍ରତା କେତେ ରହିବ ? କେଉଁଠି ଲ୍ୟାଣ୍ଡଫଲ କରିବ ? ପବନର ବେଗ କେତେ ରହିବ ? କେଉଁ ଦିଗରେ ଗତି କରିବ ? କେଉଁ କେଉଁ ଜିଲ୍ଲାରେ ପ୍ରଭାବ ପଡ଼ିବ ? ଫନି ବାତ୍ୟାର ଗତି ପଥରେ ଆସିଲେ ଅଧିକ ଘାତକ ହେବ କି ? ଏନେଇ ଖୁବ୍ ଶୀଘ୍ର ସ୍ପଷ୍ଟ କରିବ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ECMWF, GFS, NCUM ମଡେଲର ଆକଳନ ଅନୁସାରେ ୨୫ ତାରିଖ ବେଳଳୁ ବାତ୍ୟା ପଶ୍ଚିମବଙ୍ଗର ଦୀଘା କିମ୍ବା ବାଂଲାଦେଶର ପଥରଘାଟରେ ଲ୍ୟାଣ୍ଡଫଲ କରିପାରେ । ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ଝଡ ବର୍ଷା ସହ ଘଣ୍ଟା ପ୍ରତି ୪୫ରୁ ୫୫ କିମି ଏବଂ ଝଟକା ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଲଘୁଚାପ ଘନୀଭୂତ ହୋଇ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବ ।

ଗଭୀର ସମୁଦ୍ରରେ ବାତ୍ୟା ଦେଖାଇବ କରାଳ ରୂପ । ଏଥିପାଇଁ ୨୨ ତାରିଖ ପୂର୍ବରୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସଜୀବୀଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ୨୩ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ । ବାତ୍ୟାଟି ଅତି ଭୀଷଣ ରୂପ ନେବାପାଇଁ ପାଗ ଅନୁକୂଳ ରହିଛି । ଏଭଳି ହେଲେ ଉପକୂଳ ଓଡିଶା ସହ ସଂଲଗ୍ନ ଜିଲ୍ଲାରେ ଘଣ୍ଟାପ୍ରତି ୧୪୦ରୁ ୧୬୦ କିଲୋମିଟର ବେଗରେ ପବନ ବହିପାରେ ଅନୁମାନ କରାଯାଇଛି ।