spot_img
Home Blog Page 3899

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଶିମିଳିପାଳ ଜାତୀୟ ଅଭୟାରଣ୍ୟର ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଆଜି ସକାଳୁ ରାଜ୍ୟ ତଥା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପ୍ରଥମ ଦିନରେ ପୀଠବଟା ଗେଟ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଛି । ସକାଳ ୬ଟାରୁ ୯ଟା ଭିତରେ ପ୍ରବେଶ ଅନୁମତି ରହିଛି ।

ଶିମିଳିପାଳ ଅଭୟାରଣ୍ୟକୁ କେଵଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଫାଟକ ଦେଇ ଅନୁମତି ପାଶ ନେଇ ଯାଇପାରିବେ । ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ OTDC କିମ୍ବା www.ecotourodisa.com ୱେବସାଇଟରେ ଅନଲାଇନରେ କଟେଜ ବୁକିଙ୍ଗ କରି ଏହି ସୁବିଧା ନେଇ ପାରିବେ ।

ଦେଶର ଅଷ୍ଟମ ଜୈବମଣ୍ଡଳ ଶିମିଳିପାଳର ଜୈବବିଭିଧତାକୁ ଉପଭୋଗ କରିବାକୁ ଶିମିଳିପାଳ ଅଭୟାରଣ୍ୟ ଭିତରେ 5 ଟି ଇକୋଟୁରିଜିମ କପ୍ଲେକ୍ସ ଯଥା ରାମତୀର୍ଥ, ଗୁଡୁଗୁଡିଅ।, କୁମାରୀ, ଜାମୁଅଣି ଏବଂ ବରେହିପାଣିରେ ରାତ୍ରୀ ରହଣୀର ବ୍ୟବସ୍ଥା ରଖାଯାଇଛି । ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳକୁ ଅଧିକ ଉପଭୋଗ୍ୟ କରିବାକୁ ସାଇକେଲ ରାଇଡିଂ ଏବଂ ପିଲାମାନଙ୍କ ପାଇଁ ଇନଡୋର ଗେମ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ।

ୱାଚ ଟାୱାରରୁ ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ତେବେ ପର୍ଯ୍ୟଟକଙ୍କ ପାଇଁ ପ୍ରତ୍ୟେକ ଦିନ ଯଶୀପୁର ତନଖି ଫାଟକ ଦେଇ ୩୫ଟି ଓ ବାରିପଦା ପୀଠାବଟା ତନଖି ଫାଟକ ଦେଇ ୨୫ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିବ । ଅନ୍ୟପକ୍ଷରେ ପ୍ରଥମ ଦିନରେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ସୁଯୋଗ ପାଇ ଥିବାରୁ ପର୍ଯ୍ୟଟକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।

ଗେଷ୍ଟ ହାଉସରେ ଚାଲିଥିଲା ସେକ୍ସ ରାକେଟ୍, ରେଡ୍ କରି ପର୍ଦ୍ଦାଫାସ କଲେ ଏସପି

ବ୍ରହ୍ମପୁର: ବ୍ରହ୍ମପୁରରେ ସେକ୍ସ ରାକେଟ ଠାବ । ସହରର ପ୍ରମୁଖ ଛକ ଟାଟାବେଞ୍ଜ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟାପାର । ପୋଲିସ ଆଖିରେ ଧୂଳି ଦେଇ ଦୀର୍ଘଦିନ ଧରି ଚାଲିଥିବା ଦେହ ବ୍ୟାପାର ରାକେଟକୁ ଧରିଛନ୍ତି ଖୋଦ ବ୍ରହ୍ମପୁର ଏସପି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନିଜେ ଏସପି ବାଇକ ଯୋଗେ ଘଟଣାସ୍ଥଳକୁ ଯାଇଥିଲେ ।

ଗେଷ୍ଟହାଉସରେ ଚଢାଉ ପରେ ଗୋଷାଣୀ ନୂଆଗାଁ ଓ ବୈଦ୍ୟନାଥପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ ଗେଷ୍ଟହାଉସ ଭିତରୁ ୧୦ ଜଣ ଗ୍ରାହକ ଓ ୪ ଜଣ ଦେହଜୀବୀଙ୍କୁ ଆଣି ପଚରାଉଚରା କରୁଛି । ତଳ ମହଲାରେ ଏକ ବାଇକ୍ ସୋ ରୁମ୍ ଚାଲିଥିବା ବେଳେ ଉପରେ ଗେଷ୍ଟହାଉସ ଚାଲିଥିଲା ।

ଦିନ ଓ ରାତିରେ ଏଠାକୁ ଲୋକ ଆସୁଥିଲେ । ଟାଟାବେଞ୍ଜ୍ ଛକ ଉପରେ ଥିବାରୁ ଲୋକଙ୍କ ସନ୍ଦେହ ହେଉନଥିଲା । ପାଖରେ ଟ୍ରାଫିକ ପୋଷ୍ଟ ଓ ତାସହ ୨୪ ଘଣ୍ଟା ପାଟ୍ରୋଲିଂ ହେଉଥିବା ସ୍ଥାନରେ ନିର୍ଭୟରେ ଚାଲିଥିଲା ଦେହ ବେପାର । ତେବେ ଏହି ସେକ୍ସ ରାକେଟ୍ କିଏ ଚଲାଉଥିଲା ଓ ରାକେଟର ଚେର କେତେ ଲମ୍ବା ସେନେଇ ପୋଲିସ ଖୋଳତାଡ଼ କରୁଛି ।

ଶେଷ ଦିନରେ ଜୋରଦାର ହେବ ପ୍ରଚାର, ଭୋଟରଙ୍କୁ ମନାଇବା ପାଇଁ ଶେଷ ପ୍ରୟାସ କରିବେ ଦଳ

ଧାମନଗର: ଧାମନଗର କାଉଣ୍ଟଡାଉନ । ଆଜି ସରିବ ବିଦ୍ଧିବଦ୍ଧ ପ୍ରଚାର । ଶେଷ ଦିନରେ ଜୋରଦାର ପ୍ରଚାର କରିବେ ୩ ପ୍ରମୁଖ ରାଜନୈତିକ ଦଳ । ଭୋଟ ହାତେଇବାକୁ ଆଜି ଶେଷ ଲକ୍ଷ୍ୟ ରଖିଛନ୍ତି ପ୍ରାର୍ଥୀ । ହଜାର ହଜାର କର୍ମୀଙ୍କୁ ନେଇ ବଡ଼ ବାଇକ ରାଲି କରିବ ବିଜେଡି । ଲୋକଙ୍କ ପାଖରେ ପହଞ୍ଚି ଭୋଟ ପାଇଁ ନିବେଦନ କରିବ ଦଳ । ଯେହେତୁ ଆଜି ପ୍ରଚାରର ଶେଷ ଦିନ ତିନି ପ୍ରମୁଖ ଦଳ ଲୋକଙ୍କୁ ମନାଇବା ପାଇଁ ଶେଷ ପ୍ରୟାସ କରିବେ ।

ଜନତା ଜନାର୍ଦ୍ଦନ ମଧ୍ୟ ଆଜି ମନସ୍ଥ କରିବେ ସେମାନେ କାହାକୁ ଭୋଟ ଦେବେ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଭୋଟ୍ ମାଗୁଥିବା ବେଳେ ଶାସକ ବିଜେଡି ବିକାଶ ଓ ମୁଖ୍ୟମନ୍ତ୍ରୀଙ୍କ ଜନହିତକାରୀ କାର୍ଯ୍ୟର ଉଲ୍ଲେଖ କରି ବୋଟ ଭିକ୍ଷା କରିଛି । ଗତକାଲି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଧାମନଗର ବିକାଶ ଦାୟିତ୍ବ ନିଜେ ନେବା ସହ ପଞ୍ଚାୟତ, ପୌର ଭଳି ଏଥର ବି ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବାକୁ ଅନୁରୋଧ କରିଛନ୍ତି ନବୀନ । ୫ବର୍ଷର କାମ ୧୮ ମାସରେ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମିଶନ ଶକ୍ତି ମାଆ ଅବନ୍ତୀ ଦାସଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି ନବୀନ । ବିଜେଡି ପକ୍ଷରୁ ଅବନ୍ତୀ ଦାସ ବିଧାୟକ ପ୍ରାର୍ଥିନୀ ଥିବା ବେଳେ କଂଗ୍ରେସ ପକ୍ଷରୁ ହରେକୃଷ୍ଣ ସେଠୀ ପ୍ରାର୍ଥୀ ଅଛନ୍ତି । ସେହିପରି ବିଜେପିର ସୂର୍ଯ୍ୟବଂଶୀ ସୁରଜ ଓ ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ ନିର୍ବାଚନୀ ମଇଦାନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ପସ୍କୋ କୋର୍ଟଙ୍କ ଐତିହାସିକ ରାୟ, ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ସହ ୨୦ ହଜାର ଜୋରିମାନା

କେନ୍ଦୁଝର: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ । ରାୟ ପ୍ରକାଶ କଲେ କେନ୍ଦୁଝର ପକ୍ସୋ କୋର୍ଟ ବିଚାରପତି ଅନିଲ କୁମାର ଦତ୍ତ । ଯୋଡ଼ା ଥାନା ଅଂଚଳରେ ୨୦୧୮ ମସିହା ଅଗଷ୍ଟ ୨୫ ତାରିଖରେ ଘଟିଥିଲା ଘଟଣା । ବିସ୍କୁଟ ଦେବା ବାହାନା କରି ଶିଶୁକୁ ଜଙ୍ଗଲକୁ ଡାକି ନେଇ କିଶୋର ପିଙ୍ଗୁଆ ନାବକ ବ୍ୟକ୍ତି ଦୁଷ୍କର୍ମ କରିଥିଲେ  । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା  ।

ଏହି ମାମଲାରେ ୧୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ  । ଅଭିଯୁକ୍ତକୁ ୨୦ ବର୍ଷ ଜେଲ ସହିତ ୨୦ ହଜାର ଟଙ୍କା ଜୋରିମାନା କରାଯାଇଛି  । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବେ ଅଭିଯୁକ୍ତ  । ଏହାସହିତ ପୀଡିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି  । ସରକାରଙ୍କ ତରଫରୁ ଏହି ମାମଲା ପରିଚାଳନା କରୁଥିଲେ ବରିଷ୍ଟ ଓକିଲ ଗଣେଶ ପ୍ରସାଦ ମହାପାତ୍ର ।

ଘରେ ଶୋଇଥିବାବେଳେ ପଡୋଶୀକୁ ନିଆଁ ଲଗାଇ ହତ୍ୟା କରିଥିଲେ, ହତ୍ୟାକାରୀକୁ ଆଜୀବନ ସଜା

ଅନୁଗୋଳ: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ସହ ୪୦ ହଜାର ଟଙ୍କା ଜୋରିମାନା । ଦଣ୍ଡାଦେଶ ଶୁଣାଇଲେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ । ୨୦୧୬ରେ ଅନୁଗୁଳ ପିଟିସି ଛକ ସନ୍ତୋଷୀ ମା’ ମନ୍ଦିର ନିକଟରେ ଘଟିଥିଲା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ଘରେ ଶୋଇଥିବା ବେଳେ ଛବି ନାଏକ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପଡୋଶୀ ଅନାମ ନାଏକ ନିଆଁ ଲଗାଇ ପୋଡ଼ି ହତ୍ୟା କରିଥିଲା । ପୂର୍ବରୁ ଉଭୟ ପରିବାର ମଧ୍ୟରେ ଝଗଡା ହୋଇଥିଲା ।

ଝଗଡା ହେବାର କିଛି ଘଣ୍ଟା ପରେ ରାତି ପ୍ରାୟ 8ଟା ବେଳେ ଛବି ଘରେ ଶୋଇଥିବା ବେଳେ ଅନାମ ଘରେ ନିଆଁ ଲଗାଇ ଫେରାର ହୋଇ ଯାଇଥିଲା । ଛବି ଘରୁ ବାହାରି ନପାରି ନିଆଁରେ ପୋଡ଼ି ଯାଇଥିଲେ । ଏ ନେଇ ଛବିଙ୍କ ବାପା ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅନାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣାରେ ୧୩ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ଆଜି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୪୦ ହଜାର ଟଙ୍କା ଜୋରମାନା ଆଦେଶ ଦେଇଛନ୍ତି ।

ଆଜି ଠାରୁ ଭାରତରେ ଜିଡିଟାଲ କରେନ୍ସିର ଶୁଭାରମ୍ଭ, ୯ଟି ବ୍ୟାଙ୍କ ସାମିଲ

ନୂଆଦିଲ୍ଲୀ: ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏଥିରେ ୯ଟି ବ୍ୟାଙ୍କକୁ ସାମିଲ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ହୋଲସେଲ ସେଗମେଣ୍ଟରେ ଏହି କରେନ୍ସିର ବ୍ୟବହାର ହେବ । ମାସେ ମଧ୍ୟରେ ଖୁଚୁରା କ୍ଷେତ୍ର ଲାଗି ଏହାକୁ ପ୍ରସ୍ତୁତ କରିବାକୁ ଆରବିଆଇ ଯୋଜନା ପ୍ରସ୍ତୁତ କରିଛି । ଆନ୍ତଃବ୍ୟାଙ୍କ କାରବାର ଖର୍ଚ୍ଚ କମାଇବା, ଭାରତରେ ବିଦେଶୀ ନାଗରିକଙ୍କ ଲାଗି ସହଜ କାରବାର, ବିଭିନ୍ନ ସରକାରୀ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଏହି କରେନ୍ସି ସହାୟକ ହୋଇପାରିବେ ।

ଦିନକୁ ଦିନ ବଢ଼ିଚାଲିଥିବା ଡିଜିଟାଲ ଇକୋନୋମି ସହ ତାଳ ଦେଇ ଆରବିଆଇ ନିଜର ଏହି କରେନ୍ସିକୁ ସାମନାକୁ ଆଣିଛି । ବଡ ବଡ଼ କାରବାରରେ ଅର୍ଥ ପରିବର୍ତ୍ତେ ଡିଜିଟାଲ କରେନ୍ସିକୁ ପ୍ରାଧାନ୍ୟ ଦେବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ରୀୟ ବ୍ୟାଙ୍କ । ଏହି ପ୍ରକ୍ରିୟାରେ ଏସବିଆଇ, ବ୍ୟାଙ୍କ ଅଫ ବରୋଦା, ୟୁନିଅନ ବ୍ୟାଙ୍କ ଅଫ ବରୋଦା, ଏଚଡିଏଫସି, ଆଇସିଆଇସିଆଇ, କୋଟାକ ମହିନ୍ଦ୍ରା, ୟଶ ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ, ଏଚଏସବିସିକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯିବ ।

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ବା ସିବିଡିସି ହେଉଛି ଏକ ଡିଜିଟାଲ ବା ଭର୍ଚୁଆଲ କରେନ୍ସି । ମାତ୍ର ଏହା ପ୍ରାଇଭେଟ ଭର୍ଚୁଆଲ କରେନ୍ସି ବା ବିଟକଏନ, ଏଥିରିୟମ ପରି କ୍ରିପ୍ଟୋକରେନ୍ସି ପରି ହେବନାହିଁ ।

ଶୀତଦିନେ ଆପଣଙ୍କୁ ସୁରକ୍ଷା ଦେବ ସୋରିଷ ତେଲ, ଜାଣନ୍ତୁ ଉପକାରିତା

ସୋରିଷ ତେଲ ସମସ୍ତଙ୍କ ଘରେ ପ୍ରାୟତଃ ମିଳିଥାଏ। ଖାଦ୍ୟର ସ୍ଵାଦ ବଢାଇବା ସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ଏହା ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ। ତେବେ ଆସନ୍ତୁ ସୋରିଷ ତେଲର ଉପକାରିତା ସମ୍ପର୍କରେ ଜାଣିବା  ।

  • ସୌନ୍ଦର୍ଯ୍ୟ ପ୍ରସାଧନରେ ତେଲ ସହ ମୁଲତାନୀ ମାଟିର ପ୍ରୟୋଗ ଗୁଣକାରୀ। ଏଥିରେ ସୋରିଷ ଓ ଜଡ଼ା ତେଲ ମିଶାଇ ଯାଇପାରେ। ପ୍ରଥମେ ମୁଲତାନୀ ମାଟିକୁ ପାଣିରେ କିଛି ସମୟ ଭିଜାନ୍ତୁ। ତାପରେ ସେଥିରେ ତେଲ ମିଶାଇ ମାସ୍କ ପରି ଲଗାନ୍ତୁ। ହାଲକା ଉଷୁମ ପାଣିରେ ଧୁଅନ୍ତୁ। ଏହା ତ୍ୱଚାକୁ ଉଜ୍ବଳ କରିବ।
  • ସୋରିଷ ତେଲରେ ହଳଦୀ ମିଶାଇ ମୁହଁ ଅବା ପୁରା ଶରୀରରେ ଲଗାଯାଇପାରେ। ତେଲ ହଳଦୀ ପ୍ରତ୍ୟହ ଲଗାଇଲେ ତ୍ୱଚା ଉଜ୍ବଳ ଓ କାନ୍ତିଯୁକ୍ତ ହୁଏ।
  • ଓଠ ଫାଟିଲେ ରାତିରେ ଶୋଇବା ସମୟରେ ନାଭିରେ ଗୋଟିଏ ବୁନ୍ଦା ସୋରିଷ ତେଲ ପକାନ୍ତୁ, ଓଠ ଫାଟିବା ବନ୍ଦ ହୋଇଯିବ।
  • ସୋରିଷ ତେଲରେ ଦେହ ମାଲିସ କରି ଖରାରେ ଠିଆ ହେଲେ ତ୍ୱଚା ସମସ୍ୟା ଦୂରହେବ।
  • ୧୦୦ ଗ୍ରାମ ସୋରିଷ ତେଲରେ ଗୋଟିଏ ବୁନ୍ଦା ରସୁଣ ପକାଇ ଫୁଟାନ୍ତୁ, ତାପରେ ଥଣ୍ଡା ହେଲେ ଛାଣି କରି କେଶରେ ମାଲିସ କଲେ କେଶ ଝାଡ଼ିବା ବନ୍ଦ ହେବ।
  • ସୋରିଷ ତେଲରେ ଦୁବ ପକାଇ ଧିମା ଆଞ୍ଚରେ ବସାନ୍ତୁ। ଥଣ୍ଡା ହେଲେ କେଶରେ ଲଗାନ୍ତୁ। କେଶ ଝାଡ଼ିବା ବନ୍ଦ ହୋଇଯିବ।
  • ଗୋଇଠି ଫାଟିଲେ ସୋରିଷ ତେଲକୁ ରସୁଣ ସହ ମିଶାଇ ଉଷୁମ କରି ଲଗାଇଲେ ଏହି ସମସ୍ୟାରୁ ରକ୍ଷା ମିଳିବ।

ହିମାଚଳକୁ ଅଫର୍‌ ଦେଲା କଂଗ୍ରେସ, କ୍ଷମତାକୁ ଆସିଲେ ମିଳିବ ଏହି ସବୁ ସୁବିଧା

ଶିମଲା: ପାଖେଇ ଆସୁଛି ହିମାଚଳ ପ୍ରଦେଶ ନିର୍ବାଚନ । ରାଜ୍ୟରେ କଂଗ୍ରେସର ଜୋରଦାର ପ୍ରଚାର । ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ରାଜ୍ୟ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବାଘେଲ । ହିମାଚଳରେ ଏବେ ଦାରିଦ୍ର୍ୟ, ବେରୋଜଗାରୀ, ପ୍ରିୟାପ୍ରୀତି ତୋଷଣ ଚାଲିଛି । ବିକାଶ ଠାରୁ ରାଜ୍ୟ ଦୂରେଇ ଯାଇଛି । ଛତିଶଗଡ଼ରେ ଯେଉଁସବୁ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି ତାହାର କିୟଦଂଶ ହିମାଚଳରେ କରାଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ଆୟୋଜିତ ନିର୍ବାଚନ ସଭାରେ ସେ କହିଛନ୍ତି- କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀ, ଶ୍ରମିକ, କୃଷକଙ୍କ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯିବ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ଯେଉଁ ସବୁ ବିକାଶ କାର୍ଯ୍ୟ କରିଥିଲା ତାହାକୁ ନେଇ ବିଜେପି ସରକାର ରାଜନୀତି କରୁଛି ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ବାଘେଲ ହିମାଚଳ ପାଇଁ ୧୦ଟି ଗ୍ୟାରେଣ୍ଟି ଜାରି କରିଛନ୍ତି । ପୁରୁଣା ପେନସନ ସ୍କିମ ଲାଗୁ, ମହିଳାଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା, ୩୦୦ ୟୁନିଟ ମାଗଣା ବିଜୁଳି, ୫ ଲକ୍ଷ ଯୁବପୀଢୀଙ୍କୁ ଚାକିରି, ଫଳ ମୂଲ୍ୟ ମାଳି ନିର୍ଦ୍ଧାରଣ କରିବା ନିୟମ, ୟୁବକଙ୍କ ପାଇଁ ୬୮୦ କୋଟି ଟଙ୍କା ଷ୍ଟାର୍ଟ ଅପ ଫଣ୍ଡ, ମୋବାଇଲ କ୍ଲିନିକରେ ପ୍ରତି ଗାଁରେ ମାଗଣା ଚିକିତ୍ସା, ପ୍ରତି ବିଧାନସଭା କ୍ଷେତ୍ରରେ ୪ଟି ଇଂରାଜୀ ମିଡିୟମ ସ୍କୁଲ, ଦୁଗ୍ଧଚାଷୀଙ୍କ ଠୁ ପ୍ରତିଦିନ ୧୦ ଲିଟର ଦୁଗ୍ଧ କିଣା, କିଲୋପିଛା ଦୁଇ ଟଙ୍କା ମୂଲ୍ୟରେ ଗୋବର କ୍ରୟ ଆଦି ସ୍କିମର ପ୍ରତିଶ୍ରୁତି ଦେଇଛନ୍ତି ବାଘେଲ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଟିମ ଘୋଷଣା କଲା ବିସିସିଆଇ, କୋହଲି ରାହୁଲଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ଟି ୨୦ ବିଶ୍ବକପ ୨୦୨୨ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷରେ କମାଣ ସମ୍ଭାଳିବେ ଭାରତୀୟ ଯୁବ ବ୍ରିଗ୍ରେଡ୍ । ନ୍ୟୁଜିଲାଣ୍ଡ ବିପକ୍ଷରେ ତିନୋଟି ଟି ୨୦ ଓ ତିନୋଟି ଦିନିକିଆ ସିରିଜ ଖେଳିବ ଭାରତ । ଟି-୨୦ କ୍ରିକେଟ୍ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍ । ରୋହିତଙ୍କ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିବ ଅଧିନାୟକ ଦାୟିତ୍ବ । ସେହିପରି ଦିନିକିଆ ପାଇଁ ଶିଖର ଧଓ୍ବନ ଅଧିନାୟକ ଭାର ସମ୍ଭାଳିବେ । ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଟି-୨୦ ବିଶ୍ବକପ ପରେ ନଭେମ୍ବରରେ ଆରମ୍ଭ ହେବ ନ୍ୟୁଜିଲାଣ୍ଡ ସିରିଜ । ଭାରତୀୟ ଟିମ ନଭେମ୍ୱର ୧୮ରେ ପ୍ରଥମ ଟି-୨୦ ମ୍ୟାଚ ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଶୃଙ୍ଖଳା ଆରମ୍ଭ କରିବ । ପ୍ରଥମ ମ୍ୟାଚ ୱେଲିଟନରେ ଖେଳାଯିବ ।

ଏହାପରେ ନଭେମ୍ୱର ୨୫, ୨୭ ଏବଂ ୩୦ରେ ଦିନିକିଆ ମ୍ୟାଚ ଖେଳିବ । ଟି-୨୦ ପାଇଁ ଘୋଷିତ ୧୬ ଜଣିଆ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଓ ଋଷଭ ପନ୍ଥ ଉପ ଅଧିନାୟକ ରହିବେ । ସେହିପରି ଦିନିକିଆ ଟିମରେ ଶିଖର ଧାଓ୍ବନ ଅଧିନାୟକ ଓ ଋଷଭ ପନ୍ଥ ଉପ ଅଧିନାୟକ ଦାୟିତ୍ବ ତୁଲାଇବେ । ବିସିସିଆଇ ଏହି ଗସ୍ତ ପାଇଁ ଟିମ ଇଣ୍ଡିଆ ଦଳର ଘୋଷଣା କରିଛି ।

ବିଜେପି ଟାର୍ଗେଟରେ ସାମ୍ବାଦିକ ! ଦୁଇ ସମ୍ପାଦକଙ୍କ ଘରେ ପୋଲିସର ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ: ଟାର୍ଗେଟରେ ସାମ୍ବାଦିକ । ଦି ଓ୍ବାଇରର ଦୁଇ ଜଣ ସମ୍ପାଦକଙ୍କ ଘରେ ଦିଲ୍ଲୀ ପୋଲିସର ସର୍ଚ୍ଚ ଅପରେସନ । ଦି ଓ୍ବାଇରର ଦୁଇ ସମ୍ପାଦକ ସିଦ୍ଧାର୍ଥ ବର୍ଦ୍ଧରାଜନ ଓ ଏମକେ ଭେନୁଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢାଉ କରିଛି ପୋଲିସ । ବିଜେପିର ଇସାରା କ୍ରମେ ଏହି ରେଡ୍‌ ହୋଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ଫୋନ୍‌ ଓ ଲାପଟପ୍‌ ପୋଲିସ ନେଇଯାଇଥିବା ଅଭିଯୋଗ ହୋଇଛି । ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କ ଦ୍ବାରା ଦାୟର ହୋଇଥିବା ଠକେଇ ଓ ଜାଲିଆତି ଅଭିଯୋଗ କ୍ରମେ ଏହି ରେଡ୍‌ ହୋଇଥିବା ଅଭିଯୋଗ ହୋଇଛି ।

ମାଲବ୍ୟଙ୍କୁ ହ୍ବାଟସଆପ, ଫେସବୁକ ଓ ଇନଷ୍ଟାଗ୍ରାମ ଅନେକ ସ୍ବତନ୍ତ୍ର ସୁବିଧା ଦେଇଛି ବୋଲି ଦି ଓ୍ବାଇରରେ ପ୍ରକାଶ ପାଇଥିଲା । ସେପଟେ ମାଲବ୍ୟ ଅଭିଯୋଗ କରିଥିଲେ- ତାଙ୍କ ନାମରେ ଭ୍ରାନ୍ତ ଖବର ଦି ଓ୍ବାଇରରେ ପ୍ରକାଶ ପାଇଥିଲା । ଓ୍ବାଇର ପକ୍ଷରୁ କୁହାଯାଇଛି ଇଣ୍ଟରନାଲ ଏଡିଟୋରିଆଲ ପ୍ରୋସେସ ଜରିଆରେ ଖବର ପ୍ରସାରିତ କରାଯାଇଥିଲା । ସେପଟେ କପୋଳକଳ୍ପିତ ତଥ୍ୟ ଦେଇଥିବା ଅଭିଯୋଗ କରି ପୂର୍ବତନ କନସଲଟାଣ୍ଟ ଦେବେଶ କୁମାର ନାମରେ ଅଭିଯୋଗ ଦାୟର କରିଛି ଦି ଓ୍ବାଇର ।