ପଦମପୁର ଉପନିର୍ବାଚନ: ଜୟନାରାୟଣଙ୍କୁ ପ୍ରଚାରରୁ ବାଦ ଦେବାକୁ ବିଜେଡିର ଦାବି

ଭୁବନେଶ୍ବର: କଥାରେ ଅଛି କୁକୁର ଲାଙ୍ଗୁଡ଼ ୧୨ ବର୍ଷ ନଳିରେ ପୂରାଇଲେ ଯେଉଁ ବଙ୍କାକୁ ସେଇ ବଙ୍ଗା । ଧାମନଗର ଉପନିର୍ବାଚନରେ ମହିଳାଙ୍କୁ ବିଜେପି ନେତାମାନେ ଅପମାନିତ କରିବା ତ ମନେ ଥିବ । ବାରମ୍ବାର ମହିଳାଙ୍କୁ ଅପମାନ କରିବା ଯେମିତି ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି । ଏହି କ୍ରମରେ ଏବେ ପଦମପୁର ଉପନିର୍ମାଚନରେ ପୁଣି ସେହି ଘୃଣ୍ୟ କାର୍ଯ୍ୟକୁ ଦୋହରାଇଛି ବିଜେପି । ପ୍ରଚାର ବେଳେ ମହିଳାଙ୍କ ବିରୋଧରେ ବିଜେପି ବିଧାୟକ ଜନନାରାୟଣ ମିଶ୍ର ଦେଇଛନ୍ତି ଆଶାଳୀନ ମନ୍ତବ୍ୟ । ଯାହାକୁ ନେଇ ରାଜ୍ୟ ରାଜନୀତି ତାତି ଥିବା ବେଳେ ଜୟନାରାୟଣଙ୍କୁ ପଦମପୁର ପ୍ରଚାରରୁ ବାଦ ଦେବାକୁ ଦାବି କରିଛି ବିଜେଡି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି ବିଜେଡି ଟିମ୍ ।

ଗତକାଲି ପଦମପୁର ଉପନିର୍ବାଚନ ରାଲିରେ ଜୟନାରାୟଣ ମହିଳାଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏହାର ପ୍ରମାଣ ବିଜେଡି ସିଇଓଙ୍କ ନିକଟରେ ଦାଖଲ କରିଛି । ଜୟନାରାୟଣ ଅଭ୍ୟାସଗତ ଭାବେ ଏଭଳି ଅଶାଳୀନ ମନ୍ତବ୍ୟ ଦିଅନ୍ତି । ଏଥିସହ ଅପରାଧିକ କାର୍ଯ୍ୟକଳାପରେ ମଧ୍ୟ ସେ ସଂପୃକ୍ତ । ବିଜେପୁର ଉପନିର୍ବାଚନ ବେଳେ ହତ୍ୟା ମାମଲାରେ ଜୟନାରାୟଣ ଗିରଫ ହୋଇ ଜେଲ୍ ଯାଇଥିଲେ । ଏବେ ସେ ବେଲରେ ଅଛନ୍ତି । ତେଣୁ ତାଙ୍କୁ ପଦମପୁର ଉପନିର୍ବାଚନରେ ପ୍ରଚାରରୁ ବାଦ୍ ଦେବାକୁ ବିଜେଡି ଦାବି କରିଛି । ଏହାସହ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛନ୍ତି ବିଜେଡି ଟିମ୍ ।