‘କେବେ ଜାଗା ପାଇଁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ, କହିପାରିବେ ?’

1 min read

ବରଗଡ଼: ବିଜେଡି ନେତା ପ୍ରଶନ୍ନ ଆଚାର୍ଯ୍ୟଙ୍କ ସାମ୍ବାଦିକ ସମ୍ମିଳନୀ  । ପଦମପୁର ନିର୍ବାଚନୀ ସଭାରେ ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ଉଲ୍ଲେଖ କଲେ ପ୍ରଶନ୍ନ ଆଚାର୍ଯ୍ୟ  । ନୂଆପଡା-ବରଗଡ଼ ରେଳ ପ୍ରକଳ୍ପକୁ ନେଇ ଯେଉଁ ବିଭ୍ରାନ୍ତିକର ବୟାନ ଦେଲେ, ତାହା ଅତ୍ୟନ୍ତ ଦୁଃଖ ଦାୟାକ  । କେନ୍ଦ୍ର ରେଳ ମନ୍ତ୍ରୀ କହିଲେ ଆଜି ଜାଗା ଦେଲେ, କାଲି କାମ ହେବ  । କିନ୍ତୁ ରେଳ ପ୍ରକଳ୍ପ ପାଇଁ ଜାଗା ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ କେବେ ରାଜ୍ୟ ସରକରାଙ୍କୁ ଚିଠି ଲେଖିଥିଲ ବୋଲି ପ୍ରଶ୍ନ ପଚାରିଲେ ବିଜେଡିର ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟ  ।

ପମପୁରରେ ଦୁଇ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ଜିତିବାକୁ ମିଛ କହୁଛନ୍ତି । ପଦମପୁର ଜନ ସାଧାରଣଙ୍କୁ ବିଭ୍ରାନ୍ତୀକର ମନ୍ତବ୍ୟ ଦେଉଛନ୍ତି । ପଦମପୁର ଜନତାକୁ ବୋକା ଭାବୁଛନ୍ତି । କାରଣ ପୂର୍ବରୁ ରାଜ୍ୟ ସରକାର ରେଳ ପ୍ରକଳ୍ପ ପାଇଁ ସ୍ଥାନ ସହ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି  । କିନ୍ତୁ ରେଳ ପ୍ରକଳ୍ପକୁ ଖାରଜ କରିଛନ୍ତି କେନ୍ଦ୍ର ସରକାର  । ସେ କହିଛନ୍ତି ଏହି ରେଳ ପ୍ରକକଳ୍ପ ଦ୍ୱାରା କିଛି ଲାଭ ହେବ ନାହିଁ  । ଏହି ପ୍ରକଳ୍ପର ସର୍ଭେ ୧୭ ପ୍ରତିଶତ ଥିବାବେଳେ ଏହାକୁ ଖାରଜ କରାଯାଇଛି  । ପ୍ରକଳ୍ପ ସର୍ବାଧିକ ମତ ପ୍ରକାଶ ସ୍ୱତେ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି  ।

ଅନ୍ୟପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଯେଉଁ କଥା ପଦମପୁରରେ ଉଲ୍ଲେଖ କଲେ ତାହା ଅସତ୍ୟ ଏବଂ ମିଥ୍ୟା  ।  ତଥ୍ୟପୂର୍ଣ୍ଣ ନୁହେଁ କେନ୍ଦ୍ରମନ୍ତ୍ରୀଙ୍କ ବୟାନ  । ପ୍ରଧାନମନ୍ତ୍ରୀ ଫସଲ ବୀମା ହେଉ କିମ୍ବା ଚାଷୀଙ୍କ ଇନପୁଟ ସବସିଡି କଥା  । ପଦମପୁର ବାସୀଙ୍କୁ ବୋକା ବନେଇବା ପାଇଁ କେନ୍ଦ୍ରମନ୍ତ୍ରୀ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି  । କିନ୍ତୁ ହକ୍ ଦେଲା ବେଳକୁ ଅବହେଳା କରୁଛନ୍ତି  ବୋଲି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେଡି ନେତା ପ୍ରଶନ୍ନ ଆଚାର୍ଯ୍ୟ  ।