spot_img
Home Blog Page 3900

୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ପାଇଲା ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ରାଶି

ଭୁବନେଶ୍ୱର: ବଢ଼ିଲା ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ରାଶି। ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ପାଇଲା ବୀମା ରାଶି । ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ। ସ୍ୱାସ୍ଥ୍ୟସେବାର ବ୍ୟୟବୃଦ୍ଧି ହୋଇଥିବାରୁ ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି କରିବାକୁ ବାରମ୍ବାର ଦାବି କରିଆସୁଥିଲେ ବିଧାୟକ। ଏନେଇ ଏହି ରାଶି ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିବା ପ୍ରସ୍ତାବ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟସରକାରଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା। ଏହି ପ୍ରସ୍ତାବକୁ ରାଜ୍ୟସରକାରଙ୍କ ଅର୍ଥ ବିଭାଗର ସହମତି ପରେ ସ୍ୱାସ୍ଥ୍ୟବୀମା ନବୀକରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବାଚସ୍ପତି। ଫଳରେ ୭୭୪ ଜଣ ପୂର୍ବତନ ଓ ବର୍ତ୍ତମାନର ବିଧାୟକ ଓ ସେମାନଙ୍କ ପତି-ପତ୍ନୀ ସ୍ବାସ୍ଥ୍ୟବୀମା ରାଶି ବୃଦ୍ଧିର ଲାଭ ପାଇପାରିବେ।

ଆସିଲା ବିଚାରପତି ସୁବାସ ବିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧ ହେବା ଯୋଗୁ ହୋଇଛି ମୃତ୍ୟୁ

0

ଭୁବନେଶ୍ୱର: ଆସିଲା ବିଚାରପତି ସୁବାସ ବିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ।  ବେକରେ ଦଉଡ଼ି ଲଗାଇ ଝୁଲିବା ଫଳରେ ହୋଇଛି ମୃତ୍ୟୁ। ପୋଷ୍ଟମର୍ଟମ ରିପୋର୍ଟରେ ଏହାର ଖୁଲାସା ହୋଇଛି। SCB ମେଡ଼ିକାଲ କର୍ତ୍ତୃପକ୍ଷ କମିଶନରେଟ ପୋଲିସକୁ ରିପୋର୍ଟ ହସ୍ତାନ୍ତର କରିଛନ୍ତି।

ତେବେ ଏହି ରିପୋର୍ଟରେ ଶ୍ୱାସରୁଦ୍ଧ ହେବା ଯୋଗୁ ବିଚାରପତିଙ୍କ ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି ବୋଲି ଡିସିପି କହିଛନ୍ତି। ଏଥିସହ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ ତଦନ୍ତ ଜାରି ରହିଥିବା ମଧ୍ୟ କହିଛନ୍ତି ଡିସିପି। ଗତ ୨ ତାରିଖ ଦିନ କଟକ ସିଡିଏ ସେକ୍ଟର ୯ ସ୍ଥିତ ସରକାରୀ ବାସ ଭବନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ମର୍କତନଗର ଥାନା ପୋଲିସ। ତେବେ ଭିସେରା ରିପୋର୍ଟକୁ ଅପେକ୍ଷା କରିବା ସହ ପରିବାର ଲୋକଙ୍କ ଅଭିଯୋଗ ସହିତ ପ୍ରତ୍ୟେକ ଦିଗରୁ ଆଇନ ମୁତାବକ ତଦନ୍ତ ଉପରେ ଗୁରୁତ୍ୱାରୋପ କରିଛନ୍ତି ଆଇନଜୀବୀ।

ଓଡ଼ିଶାରେ ବଢ଼ଇବ ଖୋ ଖୋ କ୍ରେଜ୍; ନିର୍ମାଣ ହେବ ଷ୍ଟାଡିୟମ ଓ ହାଇପରଫର୍ମାନ୍ସ ସେଣ୍ଟର

ଭୁବନେଶ୍ୱର: ଭୁବନେଶ୍ୱର: ଓଡ଼ିଶାରେ ନିର୍ମାଣ ହେବ ଖୋ ଖୋ ଷ୍ଟାଡିୟମ ଓ ହାଇପରଫର୍ମାନ୍ସ ସେଣ୍ଟର। ଅଲଟିମେଟ୍ ଖୋ ଖୋ ଲିଗ୍ ଚାମ୍ପିଅନ ‘ଓଡ଼ିଶା ଜଗରନଟ୍ସ’କୁ ସମ୍ବର୍ଦ୍ଧିତ କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମରେ ଚାମ୍ପିଅନ ଟିମକୁ ସମ୍ବର୍ଦ୍ଧିତ କରିଛନ୍ତି ନବୀନ । ଏହି ସମୟରେ ପୂର୍ବରୁ ଘୋଷଣା କରିଥିବା ଏକ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖେଳାଳିଙ୍କ ସହିତ ଟିମର ମ୍ୟାନେଜର ଓ ସପୋର୍ଟ ଷ୍ଟାଫଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ସମସ୍ତଙ୍କ ଆଲୋଚନା କରିବା ସହ ଫଟୋ ଉଠାଇଛନ୍ତି ନବୀନ। ଆଗକୁ ଭଲ ଖେଳି ରାଜ୍ୟ ପାଇଁ ଗୌରବ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବେ ରାଜ୍ୟ ସରକାର ।

ସମ୍ବର୍ଦ୍ଧନା ଉତ୍ସବରେ ଫାଇଭ-ଟି ସଚିବ ଭି କେ ପାଣ୍ଡିଆନଙ୍କ ସହିତ କ୍ରୀଡା ସଚିବ, ହକି ଓଡ଼ିଶା ପ୍ରମୋସନ କାଉନସିଲ ଚେୟାରମ୍ୟାନ , ଅଲଟିମେଟ ଖୋ ଖୋ ଲିଗର ସିଇଓ, ଖୋ ଖୋ ଫେଡରେସନ ଇଣ୍ଡିଆର ସଭାପତି ଉପସ୍ଥିତ ଥିଲେ । ଅଲଟିମେଟ୍ ଖୋ ଖୋର ପ୍ରଥମ ସଂସ୍କରଣରେ ଚାମ୍ପିଅନ ହୋଇଛି ଓଡ଼ିଶା । ତେଲୁଗୁ ଯୋଦ୍ଧାକୁ ହରାଇ ଟ୍ରଫି ହାତେଇଛି ଓଡ଼ିଶା ଜଗରନଟ୍ସ ।

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା; ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । ଫାମିଲି କୋର୍ଟରେ ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ହାଇକୋର୍ଟରେ କରିଥିବା ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି ବର୍ଷା । ଫ୍ୟାମିଲି କୋର୍ଟରେ ଉଭୟଙ୍କ ପାଇଁ ସାକ୍ଷ୍ୟ ଗ୍ରହଣର ଏକାଧିକ ତାରିଖ ଧାର୍ଯ୍ୟ ହୋଇଥିଲା । ଏପରିକି ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା ।

ତେବେ ବର୍ଷା ସାନି ସାକ୍ଷ୍ୟ ଗ୍ରହଣ ପାଇଁ ଆବେଦନ କରିବାରୁ ଏହାକୁ ଗ୍ରହଣ କରି ନଥିଲେ ଫ୍ୟାମିଲି କୋର୍ଟ । ଫଳରେ ବର୍ଷା ସମାନ ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଆଜି ସେ ନିଜର ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି ।

ଓଡ଼ିଶାରେ ପ୍ରଥମ ଥର ରିଲିଜ୍ ହେଲା ବଲିଉଡ ଫିଲ୍ମ ଟ୍ରେଲର

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ରିଲିଜ୍ ହେଲା ବଲିଉଡ ଚଳଚ୍ଚିତ୍ରର ଟ୍ରେଲର। ଚର୍ଚ୍ଚାରେ ଥିବା ହ୍ରିତିକ୍ ରୋଶନ୍ ଷ୍ଟାରର୍ ଫିଲ୍ମ ‘ବିକ୍ରମ ବେଦା’ର ଟ୍ରେଲର ଭୁବନେଶ୍ୱର ମହାରାଜା ଫିଲ୍ମ ହଲରେ ରିଲିଜ ହୋଇଛି। ଭାରତର ୯ଟି ହଲ ମଧ୍ୟରୁ ଓଡ଼ିଶାର ଗୋଟିଏ ହଲରେ ଫିଲ୍ମ ବିକ୍ରମ ବେଦାର ଟ୍ରେଲର ରିଲିଜ ହୋଇଛି। ଅଭିନେତା ହ୍ରିତିକ୍ ରୋଶନ୍ ଫ୍ୟାନ କ୍ଳବ ପକ୍ଷରୁ ଫ୍ୟାନମାନେ ଟ୍ରେଲର ଦେଖିବା ସହ ସେଲିବ୍ରେସନ୍ କରିଛନ୍ତି।

ସିନେମା ବେଶ୍ ଲୋକାଦୃତ ହେବାସହ ଭଲ ଲାଭ ହେବ ବୋଲି ସିନେମା ହଲ ପକ୍ଷରୁ ଆଶା କରାଯାଇଛି । ଫିଲ୍ମ ବିକ୍ରମ ବେଦାର ଟ୍ରେଲର ଦୁବାଇର ଗୋଟିଏ ହଲରେ ଆଜି ମଧ୍ୟ ରିଲିଜ୍ ହୋଇଛି । ଆସନ୍ତାକାଲି ଦେଶର ଅନ୍ୟାନ୍ୟ ସିନେମା ହଲରେ ରିଲିଜ୍ ହେବ । ସୁପର ଥାର୍ଟି ଓ ୱାର ଭଳି ବ୍ଲକ ବଷ୍ଟର ଫିଲ୍ମ ସୁପର ହିଟ୍ ହୋଇଥିଲା ବେଳେ, ଆସନ୍ତା ୩୦ ତାରିଖରେ ସାରା ବିଶ୍ୱରେ ରିଲିଜ୍ ହେଉଛି ଆକ୍ସନ୍ ଓ ସସପେନ୍ସ ଭରା ସିନେମା ବିକ୍ରମ ବେଦା । ଏହି ସିନେମାରେ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ହ୍ରିତିକ୍ ରୋଶନଙ୍କ ଦମଦାର ଆକ୍ସନ ଦର୍ଶକ ବେଖିବାକୁ ପାଇବେ ।

ବନ୍ୟା କ୍ଷୟକ୍ଷତି ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ, ଖୁବ ଶୀଘ୍ର ଦିଆଯିବ ସହାୟତା

ଭୁବନେଶ୍ୱର: ଖୁବଶୀଘ୍ର ବନ୍ୟା କ୍ଷୟକ୍ଷତି ବାବଦ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତଙ୍କୁ ରିଲିଫ୍ କୋଡ୍‌ ଅନୁସାରେ ରାଜ୍ୟ ସରକାର ସହାୟତା ରାଶି ଯୋଗାଇ ଦେବେ। ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି ।

ଗତ ବନ୍ୟାରେ ୨୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା। ୧ ଲକ୍ଷ ୨୦ ହଜାର ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି । ବନ୍ୟାରେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି ୫ ଜିଲ୍ଲା । ତେବେ ସମସ୍ତ ପ୍ରଭାବିତଙ୍କୁ ସାହାୟତା ଯୋଗାଇଦିଆୟିବ ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି।

ନନ୍ଦିଘୋଷ ଟିଭିର ମହାପ୍ରଭାବ; ରାଜଧାନୀରେ ନକଲି ଔଷଧ କାରବାର ଖବର ପ୍ରସାରଣ ପରେ ରାଜ୍ୟବ୍ୟାପୀ ଚଢ଼ାଉ

ଭୁବନେଶ୍ୱର: ନନ୍ଦିଘୋଷ ଟିଭିର ମହାପ୍ରଭାବ। ରାଜଧାନୀରେ ନକଲି ଔଷଧ କାରବାର ଘଟଣା ସମ୍ପର୍କିତ ଖବର ପ୍ରକାଶ ପରେ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ। ଗଲେନମାର୍କ ଭଳି ପ୍ରତିଷ୍ଠିତ କମ୍ପାନୀର ଔଷଧକୁ ନକଲି କରି ଚାଲିଛି କାରବାର। କାରବାରର ଚେର ବିହାର ଓ ବେଙ୍ଗାଳୁରୁ ପର୍ଯ୍ୟନ୍ତ ଲମ୍ବିଛି। ଗତ ରାତିରେ କଟକରେ ଚଢ଼ାଉ ହୋଇ ଅନେକ ଔଷଧ ଜବତ ହୋଇଥିବା ବେଳେ ଆଜି ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଔଷଧ ସମ୍ପର୍କରେ ଯାଞ୍ଚ ଚାଲିଛି ।

ଭୁବନେଶ୍ୱରସ୍ଥିତ ଶୈଳଶ୍ରୀ ବିହାରର ଏକ ଔଷଧ ଦୋକାନରୁ ଜଣେ ଗ୍ରାହକ ବ୍ଲଡପ୍ରେସର ପାଇଁ ଔଷଧ କିଣିଥିଲେ। ସେହି ଔଷଧ ସେବନ କରିବା ପରେ କିଛି କାମ ନକରିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ସେହି ଔଷଧକୁ ଅନ୍ୟ ଏକ ଔଷଧ ଦୋକାନରୁ କିଣି ଉଭୟ ଔଷଧର ମାନ ପରଖିଥିଲେ । ସନ୍ଦେହ ହେବା ପରେ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଔଷଧ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରୁ ଏକ ସ୍ୱତନ୍ତ୍ର ଟିମ୍ ସମ୍ପୃକ୍ତ ଦୋକାନରେ ଚଢ଼ାଉ କରି ସେହି ଔଷଧକୁ ସିଜ୍ କରିଥିଲେ। ବର୍ତ୍ମାନ ରାଜଧାନୀ ସମେତ ରାଜ୍ୟର ଭିନ୍ନ ସ୍ଥାନରେ ଏ ନେଇ ଯାଞ୍ଚ ଚାଲିଛି  ।

 

ଦିଲ୍ଲୀ ସେଣ୍ଟର ଫର ପଲିସି ରିସର୍ଚ୍ଚ(ସିପିଆର) କାର୍ଯ୍ୟାଳୟରେ ଆୟକର ବିଭାଗ ଚଢ଼ାଉ

0

ନୂଆଦିଲ୍ଲୀ: ରାଜନୈତିକ ଦଳଙ୍କୁ ପାଣ୍ଠି ଯୋଗାଣ ମାମଲା । ଦିଲ୍ଲୀସ୍ଥିତ ସେଣ୍ଟର ଫର ପଲିସି ରିସର୍ଚ୍ଚ ବା ସିପିଆର କାର୍ଯ୍ୟାଳୟରେ ଆୟକର ବିଭାଗ ଚଢାଉ । ଦିଲ୍ଲୀ ସମେତ ହରିଆଣା, ମହାରାଷ୍ଟ୍ର ଓ ଗୁଜରାଟରେ ମଧ୍ୟ ରେଡ ହୋଇଛି । ୨୦ଟି ପଞ୍ଜିକୃତ କିନ୍ତୁ ଅଣସ୍ୱୀକୃତ ରାଜନୈତିକ ଦଳଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏହି ରେଡ ହୋଇଛି ।

ପୂର୍ବରୁ ସିପିଆରର ମୁଖ୍ୟ ପ୍ରତାପ ଭାନୁ ମେହେଟ୍ଟା ଥିଲେ । ସେ ବିଜେପି ବିରୋଧୀ ଭାବେ ଜଣାଶୁଣା ଥିଲେ । ତାଙ୍କ ପରେ ବର୍ତ୍ତମାନ ସିପିଆରର ମୁଖ୍ୟ ଅଛନ୍ତି ମୀନାକ୍ଷୀ ଗୋପିନାଥ। ସେ ଜବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପିକା ଥିବାବେଳେ ଲେଡି ଶ୍ରୀରାମ କଲେଜର ଅଧ୍ୟକ୍ଷା ଅଛନ୍ତି । ଦେଶର ଅନ୍ୟତମ ପ୍ରମୁଖ ଥିଙ୍କଟ୍ୟାଙ୍କ ଭାବେ ସିପିଆର ୧୯୭୩ରେ ପ୍ରତିଷ୍ଠା ହୋଇଥିଲା । ଉନ୍ନତ ନୀତି ନିର୍ଦ୍ଧାରଣ, ଉଚ୍ଚମାନର ଗବେଷଣା ଓ ଜନବାଦୀ ନୀତି ନିର୍ଦ୍ଧାରଣ କରିବାରେ ସିପିଆର ପ୍ରମୁଖ ଭୂମିକା ନେଉଛି ।

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୪ଘଣ୍ଟା ମଧ୍ୟରେ ଲଘୁଚାପ !

ଭୁବନେଶ୍ୱର:  ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ରପତ୍ତନ ଠାରୁ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ଏହା ବ୍ୟାପିଛି। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ ଆରମ୍ଭ ହେବ ବର୍ଷା । ୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୧୩ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିଭଳି ୯ ରୁ ୧୦ ତାରିଖ ମଧ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବା ସହ ବିସ୍ତୃତି ବଢିବ। ଏଥିପାଇଁ ଉପକୂଳ ଓଡ଼ିଶାର ୮ ଜିଲ୍ଲା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତିନି ଦିନ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ଭାରତରେ ଅତ୍ୟଧିକ ବ୍ୟବହାର ହେଉଛି ଆଣ୍ଟିବାୟୋଟିକ ଟାବଲେଟ

ନୂଆଦିଲ୍ଲୀ: ଭାରତୀୟମାନେ ଅତ୍ୟଧିକ ଆଣ୍ଟିବାୟୋଟିକ୍ ଟାବଲେଟ ବ୍ୟବହାର କରନ୍ତି । ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ବ୍ୟବହାର ହେଉଛି ଅତ୍ୟଧିକ ଆଣ୍ଟିବାୟୋଟିକ୍ ଟାବଲେଟ । କରୋନା ମହାମାରୀ ଓ ଏହା ପୂର୍ବରୁ ଆଜିଥ୍ରୋମାଇସନ ଓ ଅନ୍ୟ ମେଡିସିନ ଅତ୍ୟଧିକ ବ୍ୟବହାର କରିଛନ୍ତି ଭାରତୀୟ । ଭାରତରେ ବ୍ୟବହୃତ ଆଣ୍ଟିବାୟୋଟିକଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ସେଣ୍ଟ୍ରାଲ ଡ୍ରଗସ ରେଗୁଲେଟୋରୀ ମଞ୍ଜୁରୀ ମିଳିନି । ଏ ସମ୍ପର୍କିତ ରିପୋର୍ଟ ଦେଇଛି ଲାନସେଟ ଜର୍ଣ୍ଣାଲ ।

ନୂଆଦିଲ୍ଲୀସ୍ଥିତ ପବ୍ଲିକ ହେଲଥ୍ ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ଏକ ଷ୍ଟଡିରୁ ଏହି ସୂଚନା ମିଳିଛି । ଏହାଛଡ଼ା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରେଗୁଲେଟୋରୀ ପାଓ୍ବାର ମଧ୍ୟରେ ତାଳମେଳ ରହୁ ନଥିବାରୁ ଆଣ୍ଟିବାୟୋଟିକ୍ ମେଡିସିନର ଉପଲବ୍ଧତା ଓ ବିକ୍ରି ବଢୁଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ୯ ହଜାର ଫାର୍ମା ଟ୍ରାକ୍, ଘରୋଇ ମେଡିସିନ ଷ୍ଟୋର ଡାଟାକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି ଦିଲ୍ଲୀର ପବ୍ଲିକ ହେଲଥ ଫାଉଣ୍ଡେସନ ।