ଗଳି ପଡିଲା ଫୁଟ୍ ଓଭରବ୍ରିଜ୍, ୬୦ ଫୁଟ ତଳେ ପଡିଲେ ୨୦ଜଣ ଯାତ୍ରୀ

1 min read

ମୁମ୍ବାଇ: ମହାରାଷ୍ଠ୍ରର ଚନ୍ଦ୍ରପୁର ଅଞ୍ଚଳରେ ଥିବା କଲ୍ଲାରଶାହ ରେଲୱେ ଷ୍ଟେଷନରେ ଘଟିଛି ଅଘଟଣ  । ଗଳି ପଡିଛି ଫୁଟ ଓଭରବ୍ରିଜ୍  । ଯେଉଁ ସମୟରେ ଫୁଟ ଓଭରବ୍ରିଜ ଭୁସୁଡି ପଡିଲା, ସେହି ସମୟରେ ବ୍ରିଜ ଉପରେ ଅନେକ ଯାତ୍ରୀ ରହିଥିଲେ  । ଫଳରେ ଓଭରବ୍ରିଜ ଦୁର୍ଘଟଣା ଯୋଗୁଁ ଅନେକ ଯାତ୍ରୀ ୬୦ ଫୁଟ ତଳେ ଟ୍ରେନ୍ ଟ୍ରାକରେ ଗଳି ପଡିଲେ  । ଯଦ୍ୱାରା ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି  ।

ସେପଟେ ରେଲୱେ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଏବଂ ଆହତକୁ ମେଡିକାଲରେ ଭର୍ତ୍ତି କରିଯାଇଛି  । ମିଳିଥିବା ସୂଚନା ମୁତାବକ ଅନେକ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି  । ଘଟଣା ଘଟିବା ପରେ ରେଳ ବିଭାଗ ପକ୍ଷରୁ ମଧ୍ୟ ଅନୁକମ୍ପା ରାଷି ଘୋଷଣା କରାଯାଇଛି  । ଗୁରୁତର ଆହତ ହୋଇଥିବା ଯାତ୍ରୀଙ୍କୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଏବଂ ଗୁରୁତରଙ୍କୁ ୫୦ ହଜାର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି  ।

ଷ୍ଟେଶନରେ ଥିବା ଫୁଟ୍ ଓଭର ବ୍ରିଜର ଗୋଟିଏ ଭାଗ ଭୁଶୁଡି ପଡିବା ଯୋଗୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୬୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଫୁଟ୍ ବ୍ରିଜ୍ ଭୁଶୁଡି଼ ପଡି ରେଳ ଟ୍ରାକ୍ ଉପରେ ପଡ଼ିଥିଲା । ଘଟଣାସ୍ଥଳରେ ତୁରନ୍ତ ଉଧାରକାର୍ଯ୍ୟ ଆରମ୍ଭ ହୋଇଛି । ମିଳୁଥିବା ସୂଚନା ଅନୁସାରେ ଦୁର୍ଘଟଣା ଘଟିବା ସମୟରେ କାଜିପେଟ୍-ପୁନା ଏକ୍ସପ୍ରେସ୍ ଷ୍ଟେଶନରେ ଲାଗିଥିଲା ।

ଯାତ୍ରୀ ଫୁଟ୍ ବ୍ରିଜ୍ ଦେଇ ପ୍ଲାଟଫର୍ମ ନମ୍ବର ୧ରୁ ପ୍ଲାଟଫର୍ମ ନମ୍ବର ୪କୁ ଯିବା ବେଳେ ଦୁର୍ଘଟଣା ଘଟିଥିଲା । କୁହାଯାଉଛି ଯେ, ଅଚାନକ ବ୍ରିଜର ମଧ୍ୟସ୍ଥଳରେ ଥିବା ସ୍ଲାବ୍ ଭାଙ୍ଗି ଯାଇଥିଲା । ଫଳରେ ବ୍ରିଜ୍ ଉପର ଦେଇ ଯାଉଥିବା ଯାତ୍ରୀ ତଳକୁ ଖସି ପଡ଼ିଥିଲେ । ଆହତଙ୍କ ଚିକିତ୍ସା ନିକଟବର୍ତ୍ତି ହସ୍ପିଟାଲରେ ଚାଲିଛି ।