ଆଲୋଚନା ପାଇଁ ଡାକିଲେ କେନ୍ଦ୍ରମନ୍ତ୍ରୀ, କିନ୍ତୁ ଚାଷୀଙ୍କୁ ଭେଟିଲେନି..

ବରଗଡ଼: ଆନ୍ଦୋଳନରତ ଚାଷୀଙ୍କୁ ଆଲୋଚନା ପାଇଁ ଡାକିଲେ, ଚାଷୀମାନେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ଗଲେ । ହେଲେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ଚାଷୀଙ୍କୁ ଆଲୋଚନା ପାଇଁ ସମୟ ଦେଲେନି କୃଷିମନ୍ତ୍ରୀ । ୧୪ମାସ ହେଲା ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲବୀମା ରାଶି ପ୍ରଦାନ ନେଇ ଆନ୍ଦୋଳନ କରୁଛନ୍ତି । ପଦମପୁର ଗସ୍ତ ଅବସରରେ କେନ୍ଦ୍ର ମନ୍ତ୍ରୀ ସେମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ କିନ୍ତୁ ଭେଟିବାକୁ ସମୟ ଦେଲେନାହିଁ । ଯାହା ଚାଷୀଙ୍କ ପ୍ରତି ଅପମାନ ବୋଲି ଅସନ୍ତୋଷ ପ୍ରକାଶ ପାଇଛି  ।

କେନ୍ଦ୍ରମନ୍ତ୍ରୀ ଡାକିବା ସ୍ୱତେ ଆଲୋଚନା କରିବାକୁ ସମୟ ଦେଲେନି । ଯାହାର ପ୍ରତିବାଦରେ ଚାଷୀମାନେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ବିରୋଧରେ ବିଷୋଦଗାର  କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବ୍ୟବହାରରେ କ୍ଷୁବ୍ଧ ହୋଇ ଚାଷୀମାନେ କେନ୍ଦ୍ର ବିରୋଧୀ ନାରାବାଜି କରିବା ସହ, ପୁଣି ଥରେ ଆନ୍ଦୋଳନସ୍ଥଳ ଫେରିଛନ୍ତି । ଫେରିବା ସମୟରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ,କେନ୍ଦ୍ର ମନ୍ତ୍ରୀ ଗୋ ବ୍ୟାକ୍… ନାରା ଦେଇଥିଲେ  ।