ତେଜିଲା ବାବାଙ୍କ ବିବାଦ, କ୍ଷମା ମାଗନ୍ତୁ ରାମଦେବ

1 min read

ନୂଆଦିଲ୍ଲୀ: କ୍ଷମା ମାଗନ୍ତୁ ଯୋଗଗୁରୁ ରାମଦେବ । ତାଙ୍କ ବୟାନକୁ ନେଇ ବଢିଲା ବିବାଦ । ମହାରାଷ୍ଟ୍ର ଠାଣେରେ ଆୟୋଜିତ ଏକ ଶିବିରରେ ଶହ ଶହ ମହିଳାଙ୍କ ଉପସ୍ଥିତିରେ ରାମଦେବ କହିଥିଲେ- ମହିଳାମାନେ ଶାଢ଼ି ପିନ୍ଧିଲେ ସୁନ୍ଦର ଦିଶନ୍ତି । ସାଲଓ୍ବାର ପିନ୍ଧିଲେ ସୁନ୍ଦର ଦିଶନ୍ତି । ମୋ ପରି କିଛି ନପିନ୍ଧିଲେ ବି ସୁନ୍ଦର ଦିଶନ୍ତି । ଏହି ସମାବେଶରେ ବାବାଙ୍କ ଏପରି ଯୁକ୍ତିକୁ ବିରୋଧ କରିବା ବଦଳରେ ସମସ୍ତେ ତାଳିମାଡ଼ କରିବା ଦେଖାଯାଉଛି ।

ବାବାଙ୍କ ଏହି ବିବୃତିକୁ ବିରୋଧ କରିଛନ୍ତି ଦିଲ୍ଲା ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ । ଏଥିଲାଗି କ୍ଷମା ମାଗିବାକୁ ସେ ଦାବି କରିଛନ୍ତି । ରାମଦେବଙ୍କ ଯୋଗ ଶିବିରରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ପତ୍ନୀ ଅମୃତା ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ଏମପି ଶ୍ରୀକାନ୍ତ ସିନ୍ଦେ ବି ଉପସ୍ଥିତ ଥିଲେ । ବାବାଙ୍କ ବିବୃତିକୁ କାହିଁକି ଅମୃତା ବିରୋଧ କଲେ ନାହିଁ ବୋଲି କହିଛନ୍ତି ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଦଳର ନେତା ସଞ୍ଜୟ ରାଓ୍ବତ ।