ସେବାୟତଙ୍କ ଛୁରା ମାଡ଼ରେ ସେବାୟତ ଗୁରୁତର

ଆରଡି: ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ବିଶୃଙ୍ଖଳିତ ସେବାୟତଙ୍କ ଉନ୍ମତ୍ତ କାଣ୍ଡ । ଛୁରା ମାଡରେ ଜଣେ ସେବାୟତ ଗୁରୁତର । ଛୁରାମାଡ କରିଥିବା ସେବାୟତ ଥାନାରେ ଅଟକ ।

ମନ୍ଦିରରେ ଦୀର୍ଘଦିନ ଧରି ବିଶୃଙ୍ଖଳିତ କରିବା ସହ ମନ୍ଦିର ନିୟମକୁ ଉଲଂଘନ କରି ବେଆଇନ ଭାବେ ଆଗନ୍ତୁକ ଭକ୍ତଙ୍କୁ ପାଦୁକ ଚନ୍ଦନ ଦେଇ ଜୋରଜବରଦସ୍ତ ଭେଟି ଆଦାୟ କରି ଆସୁଥିଲେ । ଏପରି ନକରିବାକୁ ଚଳିତମାସ ୧୦ ତାରିଖରେ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯିବା ସହ ଲଟକା ଜାରି କରାଯାଇଥିଲା । ହେଲେ କିଛି ସେବାୟତ ଏହି ନିୟମକୁ ମାନି ନଥିଲେ । ମନ୍ଦିର ଗର୍ଭଗୃହକୁ ଭକ୍ତ ଓ ଅଣସେବାୟତଙ୍କୁ ପ୍ରବେଶ କରାଇବା ସହ ମନ୍ଦିର ବେଢାରେ ବେଆଇନ ଭେଟି ଆଦାୟ କରିଥିଲେ । ଆଜି ୧୨ଟା ବେଳେ ଏପରି ନକରିବାକୁ କିଛି ସେବାୟତ ବାରଣ କରିବାରୁ ତପନ ପାଢୀ ଓ ତାଙ୍କ ସହଯୋଗୀ ଛୁରାମାଡ କରିଥିଲେ । ଫଳରେ ଗଦାଧର ପାଢୀ ଗୁରୁତର ଆହାତ ହୋଇ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରିକି ଗତ ୨୩ରେ ୩୩ ଜଣ ବିଶୃଙ୍ଖଳିତ ସେବାୟତଙ୍କ ନାଁରେ ମନ୍ଦିର ପ୍ରଶାସନ ପକ୍ଷରୁ ଧୁଷୁରୀ ଥାନାରେ ଏତଲା କରାଯାଇଥିଲା ।