spot_img
Home Blog Page 3865

ବାଲିଯାତ୍ରା ଦେଖିବାକୁ ଯାଇଥିଲେ, ଶେଷଯାତ୍ରାରେ ଶ୍ମଶାନ ଗଲେ ଦୁଇ ସାଙ୍ଗ

0

କଟକ: ବାଲିଯାତ୍ରା ହେଲା ଜୀବନର ଶେଷଯାତ୍ରା। ପାରାଦ୍ବୀପରୁ ବାଲିଯାତ୍ରା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ଚଣ୍ଡିଖୋଲ-ପାରାଦ୍ବୀପ ୫୩ ନମ୍ବର ଜାତୀୟ ରାଜପଥର କଳାଗଡ-ଜୟଚନ୍ଦ୍ରପୁର ମଝିରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି ।

ମୃତକ କରଞ୍ଜ ଗାଁର ରଞ୍ଜନ ଶତପଥୀଙ୍କ ପୁଅ ମହେନ୍ଦ୍ର ଶତପଥୀ ଓ କରୁଣାକର ଦାସଙ୍କ ପୁଅ ଚତୁର୍ଭୁଜ ଦାସ ବୋଲି ଜଣାପଡିଛି । ଦୁଇଜଣ ସାଙ୍ଗ ହୋଇ ପାରାଦ୍ୱୀପ ବାଲିଯାତ୍ରା ଦେଖିବାକୁ ଯାଇଥିଲେ । ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ପଛପଟରୁ ଧକ୍କା ଦେଲା ଅଜଣା ଗାଡି । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଛି ।

ଖବରପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଦୁଇ ମୃତକଙ୍କ ଘର କରଞ୍ଜ ହୋଇଥିବାରୁ ଗାଁରେ ଏବେ ଶୋକର ଛାୟା ଖେଳିଯାଇଛି ।

୧୫ ଯାଏଁ ବନ୍ଦ ଲିଙ୍ଗରାଜଙ୍କ ସିଂହଦ୍ୱାର, ହଟିଲା ମୁଖ୍ୟ କବାଟ

ଭୁବନେଶ୍ବର: ହଟିଲା ଲିଙ୍ଗରାଜ ମନ୍ଦିର ସିଂହଦ୍ଵାରର ବହୁ ବର୍ଷ ପୁରୁଣା ମୁଖ୍ୟ କବାଟ। ଦୀର୍ଘଦିନ ଧରି ବିପଦଶଙ୍କୁଳ ଅବସ୍ଥାରେ ଥିଲା ଏହି କବାଟ। ସିଂହଦ୍ୱାରରେ ଲଗାଗଲା ଅସ୍ଥାୟୀ କବାଟ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଚାଲିଛି ମରାମତି କାର୍ଯ୍ୟ।

ଗତ ୯ ତାରିଖ ଠାରୁ ସିଂହଦ୍ଵାର ବନ୍ଦ ରହିଛି। ଉତ୍ତର ଦ୍ୱାର ଦେଇ ଭକ୍ତ କରୁଛନ୍ତି ମନ୍ଦିର ଭିତରକୁ ପ୍ରବେଶ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସିଂହଦ୍ଵାର। ୧୬ ତାରିଖ ସୁଦ୍ଧା ମରାମତି କାର୍ଯ୍ୟ ଶେଷ କରି ନୂଆ କବାଟ ଲଗାଯିବାକୁ ରହିଛି ଲକ୍ଷ୍ୟ। 16ତାରିଖରେ ପଢ଼ୁଆଁ ଅଷ୍ଟମୀରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ନୀତିକାନ୍ତି।

ବିପଦଶଙ୍କୁଳ କବାଟକୁ ହଟାଇବାକୁ ଦୀର୍ଘଦିନରୁ ହେଉଥିଲା ଦାବି। ବିଳମ୍ବରେ ହେଲେବି ASIର ପଦକ୍ଷେପକୁ ସେବାୟତ ଓ ଭକ୍ତ ସ୍ୱାଗତ କରିଛନ୍ତି ।

ଶିବସେନା ଉଦ୍ଧବ ଗୋଷ୍ଠୀକୁ ଝଟକା, ଏକନାଥ କ୍ୟାମ୍ପରେ ସାମିଲ ସାଂସଦ ଗଜାନନ

0

ମୁମ୍ବାଇ: ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀକୁ ପୁଣି ବଡ଼ ଧରଣର ଧକ୍କା । ଏକନାଥ ସିନ୍ଦେ କ୍ୟାମ୍ପରେ ସାମିଲ ହେଲେ ସାଂସଦ ଗଜାନନ କୀର୍ତ୍ତିକାର । ସିନ୍ଦେ ନେତୃତ୍ବାଧୀନ ବାଲାସାହେବ ଶିବସେନା ଦଳରେ ସାମିଲ ହେବାରେ ମୁମ୍ବାଇ ନର୍ଥ ଓ୍ବେଷ୍ଟ ଏମପି ଗଜାନନ ହେଉଛନ୍ତି ତ୍ରୟୋଦଶ ସାଂସଦ । ଶିବସେନାର ମୋଟ ୧୮ ଜଣ ସାଂସଦ ନିର୍ବାଚିତ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୧୩ ଜଣ ସାଂସଦ ସିନ୍ଦେ ଶିବିରରେ ସାମିଲ ହେଲେଣି ।

ସେହିପରି ଶିବସେନାର ମୋଟ ୫୬ ବିଧାୟକଙ୍କ ମଧ୍ୟରୁ ସିନ୍ଦେଙ୍କ ଗୋଷ୍ଠୀରେ ରହିଛନ୍ତି ୪୦ ବିଧାୟକ । କିଛି ମାସ ଧରି ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଆସୁଥିଲେ ଗଜାନନ । ସେ କହିଥିଲେ, ଏକନାଥ ସିନ୍ଦେଙ୍କୁ ଉଦ୍ଧବ ବୁଝିବାର ଆବଶ୍ୟକ ରହିଛି । ଶିବସେନାର ୩ ରାଜ୍ୟସଭା ସାଂସଦ ଉଦ୍ଧବ ଗୋଷ୍ଠୀ ସହ ଏବେ ରହିଛନ୍ତି ।

ସାବାଡ୍‌ ହେବେ ବେଆଇନ କ୍ଲିନିକ୍‌: ଅଭିଯୁକ୍ତଙ୍କୁ ଦଣ୍ଡ, ସୂଚନାଦାତାଙ୍କୁ ପୁରସ୍କାର

0

ଭୁବନେଶ୍ବର: ବେଆଇନ ଲିଙ୍ଗ ନିରୂପଣ ରୋକିବାକୁ ନୂଆ ପ୍ରୟାସ । ବେଆଇନ କ୍ଲିନିକ ସଂପର୍କରେ ତଥ୍ୟ ଦେଲେ ମିଳିବ ପୁରସ୍କାର । ତଥ୍ୟ ପ୍ରଦାନକାରୀଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ୩ଟି ପର୍ଯ୍ୟାୟରେ ଦିଆଯିବ ପୁରସ୍କାର ରାଶି । ସୂଚନାର ସଠିକତା ଯାଞ୍ଚ ପରେ ମିଳିବ ୧୦ହଜାର ଟଙ୍କା । ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ ହେଲେ ମିଳିବ ଆଉ ୧୦ ହଜାର ।

ଦୋଷୀ ସାବ୍ୟସ୍ତ ହେବା ପରେ ସୂଚନାଦାତାଙ୍କୁ ମିଳିବ ତୃତୀୟ କିସ୍ତି । ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସବୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ତଥ୍ୟ ପ୍ରଦାନକାରୀଙ୍କ ପାଇଁ ସୃଷ୍ଟି କରାଯିବ ବିଶ୍ବସ୍ତ ନେଟଓ୍ବର୍କ । ଜଣେ ନିର୍ଦ୍ଦିଷ୍ଟ ଅଧିକାରୀ ଏହି ଦାୟିତ୍ୱରେ ରହିବେ । ସୂଚନା ମିଳିବା ପରେ ଜିଲ୍ଲା ଟାସ୍କ ଫୋର୍ସ ନେବ ପଦକ୍ଷେପ । ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଉଦବେଗଜନକ ଭାବେ କମୁଛି ।

NFHS ରିପୋର୍ଟ ଅନୁସାରେ ପ୍ରତି ହଜାରେ ପୁଅରେ ଓଡ଼ିଶାରେ ରହିଛନ୍ତି ୮୯୪ ଜଣ ଝିଅ । କନ୍ୟାଭୃଣ ହତ୍ୟା ରୋକିବାକୁ ଏପରି ପଦକ୍ଷେପ ନିଆଯାଇଛି ।

ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ସଚିବ, ଶ୍ରୀସେତୁ ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ପୁରୀ: ଆଜି 5ଟି ସଚିବ ଭି କେ ପାଣ୍ଡିଆନ ଶ୍ରୀମନ୍ଦିର ଆସିଥିବା ବେଳେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ପରେ ସେ ଶ୍ରୀସେତୁର ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଉନ୍ନତି ମୂଳକ ପ୍ରକଳ୍ପ ମଧ୍ୟରେ ଶ୍ରୀସେତୁ ପ୍ରକଳ୍ପ ଏକ ପ୍ରମୁଖ ପ୍ରକଳ୍ପ  । ଏହି କାର୍ଯ୍ୟର ଅଗ୍ରଗତି ନେଇ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି।

ଜଗନ୍ନାଥ ବଲ୍ଲଭ ଭିତରେ ନିର୍ମାଣ ହେଉଥିବା ପ୍ରକଳ୍ପକୁ ମଧ୍ୟ ସେ ବୁଲି ଦେଖିଥିବା ବେଳେ ସାଙ୍ଗରେ ପୁରୀ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଥିଲେ। ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି।

ମତଦାନ କରି ସରକାର ବାଛୁଛି ହିମାଚଳ ପ୍ରଦେଶ, ୬୮ଟି ଆସନରେ ଚାଲିଛି ଭୋଟିଂ

ଶିମଲା: ଆଜି ଭୋଟ ଦେଉଛି ହିମାଚଳ ପ୍ରଦେଶ । ୬୮ଟି ବିଧାନସଭା ଆସନ ପାଇଁ ମତଦାନ କରିବେ ଜନତା । ସକାଳ ୮ଟାରୁ ଭୋଟଦାନ ଆରମ୍ଭ ହୋଇ ସଂଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଚାଲିବ । ଶାନ୍ତି ଶୃଙ୍ଖଳା ପାଇଁ ବୁଥ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କିଏ ଗଢ଼ିବ ହିମାଚଳରେ ସରକାର ? କାହାର ପଲ୍ଲା ଭାରି ରହିବ ଆଜି ନିର୍ଦ୍ଧାରଣ କରିବେ ଭୋଟର ।

ହିମାଚଳ ଇତିହାସ ଅନୁସାରେ ହିମାଚଳରେ ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳାଇଛନ୍ତି ଏଠାକାର ଜନତା । ଥରେ ବିଜେପି ଶାସନ କଲେ ଥରେ କଂଗ୍ରେସ ସରକାର ଗଢିଛି । ଏଥର କିନ୍ତୁ ଏହି ପ୍ରଥାରେ ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଆମ ଆଦମୀ ପାର୍ଟି କହିଛି । 37 ପ୍ରତିଶତ ଭୋଟର ରାଜପୁତ ସମ୍ପ୍ରଦାୟରୁ ଥିବା ବେଳେ ୧୮ ପ୍ରତିଶତ ବ୍ରାହ୍ମଣ, ୨୫ ପ୍ରତିଶତ ଦଳିତ ଏବଂ ଅନ୍ୟାନ୍ୟ ୧୬ ପ୍ରତିଶତ ଅଛନ୍ତି । ସବୁ ରାଜନୈତିକ ଦଳର କସରତ ରାଜପୁତ ଭୋଟ୍ ହାତେଇବା ପାଇଁ ରହିଛି । ୨୦୧୭ରେ ବିଜେପି ୪୪ଟି ଆସନ ପାଇଥିବା ବେଳେ କଂଗ୍ରେସ ୨୧ ସ୍ବାଧିନ ୨ ସିପିଆଇଏମ ଗୋଟିଏ ଆସନରେ ବିଜୟ ଲାଭ କରିଥିଲେ ।

ପଞ୍ଚମ ଦିନରେ ବାଲିଯାତ୍ରା, କଟକ-ଇନ-କଟକ ଦେଖିବାକୁ ଆଗ୍ରହ ଦେଖଣାହାରୀ

କଟକ: ଜମୁଛି କଟକର ଐତିହାସିକ ବାଲିଯାତ୍ରା । ଆଜି ଯାତ୍ରାର ପଞ୍ଚମ ଦିନ । ଉପର ଓ ତଳ ବାଲିଯାତ୍ରା ପଡିଆରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ତଳ ପଡିଆରେ ନୂଆ କରି ହୋଇଥିବା କଟକ- ଇନ-କଟକ ଦେଖିବାକୁ ଲୋକ ବେଶି ଆଗ୍ରହ ଦେଖାଉଛନ୍ତି । ଏଥିରେ କଟକ ସହରର ଚଣ୍ଡୀ ମନ୍ଦିର, ଧବଳେଶ୍ବର ମନ୍ଦିର, କଦମୀ ରସୁଲ, ଯୋବ୍ରାର ଗୁରୁଦ୍ବାର , ଚର୍ଚ୍ଚ ଭଳି ଅନେକ ଧାର୍ମିକ ପୀଠର ପ୍ରତିକୃତି ପ୍ରତିଷ୍ଠା କରାଯାଇଛି ।

ଏଥି ସହିତ ଏହା ଭିତରେ ଏକ ସବୁଜ ବଳୟ ସୃଷ୍ଟି କରାଯାଇଛି ଯେଉଁଠି ଲୋକମାନେ ବୁଲାବୁଲି କରି ବେଶ କିଛି ସମୟ କଟାଉଛନ୍ତି । ସଂଧ୍ୟା ହେବା କ୍ଷଣି ସାଂସ୍କୃତିକ କାର୍ଯ୍ୟକ୍ରମରେ ବେଶ ମସଗୁଲ ହେଉଛନ୍ତି ଦର୍ଶକ ।

ଚଳିତବର୍ଷ ଉପର ଏବଂ ତଳ ବାଲିଯାତ୍ରା ପଡିଆରେ ୧୭ ଶହ ଷ୍ଟଲ ବସିଛି । ମୁଖ୍ୟ ଆକର୍ଷଣ ସାଜିଛି ଦୋଳି, ମୀନା ବଜାର ଓ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା । ପଲ୍ଲୀଶ୍ରୀ ମେଳାର ୪୫୯ ଷ୍ଟଲରେ ୧ହଜାରରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରୁଛନ୍ତି । ୨ବର୍ଷ ପରେ ଯାତ୍ରା ହେଉଥିବାରୁ ଭଲ ବ୍ୟବସାୟ ହେବାନେଇ ସମସ୍ତେ ଆଶାବାଦୀ । ଅଧିକ ଗହଳି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ ଫୋର୍ସ । ସିସିଟିଭି କ୍ୟାମେରା ସାଙ୍ଗକୁ ତଳ ଓ ଉପର ଯାତ୍ରା ପଡ଼ିଆରେ ୧୧ଟି ପୋଲିସ ସହାୟତା କେନ୍ଦ୍ର ରହିଛି ।

ଡିସେମ୍ବର ୭ରୁ ସଂସଦର ଶୀତ ଅଧିବେଶନ, ସରକାରଙ୍କୁ ଘେରିବାକୁ କଂଗ୍ରେସ ପାଖରେ ୧୫ ପ୍ରସଙ୍ଗ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ । ୨୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ଅଧିବେଶନ । କିଭଳି ସୁରୁଖୁରୁରେ ଗୃହ କାର୍ଯ୍ୟ ଚାଲିବ, ସେ ନେଇ ତା ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ବିନା କୌଣସି ହୋ-ହାଲ୍ଲାରେ କିଭଳି ସୁରୁଖୁରରେ ସଂସଦ ଚାଲିବ ସେନେଇ ଏଥର ମୁଖ୍ୟ ଏଜେଣ୍ଡା ରହିବ । ଗୃହ ସ୍ୱାଭାବିକ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ସରକାର ।

ଦରଦାମ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି । ପଡୋଶୀ ରାଷ୍ଟ୍ର ସହ ସୀମା ବିବାଦ ମଧ୍ୟ ଲାଗି ରହିଛି । ବିରୋଧୀ କଂଗ୍ରେସ ଏଥର ୧୫ରୁ ୧୬ଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିପାରେ । ଅନ୍ୟପଟେ ଟିଏମସି, ଆରଜେଡି, ଶିବସେନା, ଏନସିପି ମଧ୍ୟ ନିଜ ନିଜର ରଣନୀତି ପ୍ରସ୍ତୁତ କରିବେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡ୍ରାଇଭର ମହାସଂଘ, ଆନ୍ଦୋଳନରେ ପଡିଲା ପୂର୍ଣ୍ଣଛେଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ମହାସଂଘ । ଗତ ଦୁଇ ଦିନ ଧରି ଭୁବନେଶ୍ବରରେ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଚାଲିଥିଲା । ଆଜି ମହାସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଓଡ଼ିଆରେ କଥା ହୋଇଥିଲେ ।

ମାସକ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା ପରେ ମହାସଂଘର କର୍ମକର୍ତ୍ତମାନେ ଲିଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି । ଏଥିସହ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସକାରାତ୍ମକ ପ୍ରତିଶ୍ରୁତି ମିଳିଥିବାରୁ ଆନ୍ଦୋଳନ ସ୍ଥଳରେ ସେମାନେ ଉତ୍ସବ ମନାଇଛନ୍ତି । ଦଣ୍ଡବତ ଯାତ୍ରା ସଫଳ ହୋଇଛି ବୋଲି ଡ୍ରାଇଭର ସଂଘ କହିଛନ୍ତି । ଏଥିସହ ସରକାର ଓ ଜଗନ୍ନାଥଙ୍କ ଉପରେ ଆମ ସମ୍ପୂର୍ଣ୍ଣ ବିଶ୍ବାସ ଅଛି ବୋଲି କହିଛନ୍ତି ।

ଲାଲ ବାହିନୀକୁ ଲାଗିଲା ଶକ୍ତ ଧକ୍କା, ପୋଲିସ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ

କୋରାପୁଟ: ବୈପାରୀଗୁଡାରେ ବଡ଼ ଧରଣର ଏନକାଉଣ୍ଟର । ପୋଲିସ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଲାଲ ବାହିନୀକୁ ଲାଗିଛି ଶକ୍ତ ଧକ୍କା । ମାଳିପଦର ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ବେଳେ, ଚଢ଼ାଉ କରିଥିଲା ପୋଲିସ । ପୋଲିସକୁ ଦେଖି ସେମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ  । ଯାହାର ଜବାବ ଦେଇଛନ୍ତି ପୋଲିସ ଅଧିକାରୀ  ।

ଫଳରେ ପୋଲିସକୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ । ପୋଲିସର ଜବାବି ଗୁଳି ମାଡ଼ରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ ।