ନୀଳଗିରି କୁଳଡିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ବର ନୀଳଗିରି କୁଳଡିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ । ନୀଳଗିରି ପଞ୍ଚଲିଙ୍ଗେଶ୍ବର ଫରେଷ୍ଟ ସେକ୍ସନ୍ ବାବନ୍ଧ ବିଟ୍ ଅଧିନ କଦମଶୋଳରେ ଏକ ମାଇ ହାତୀର ମୃତଦେହ ଉଦ୍ଧାର କରିଛି କୁଳଡିହା ବନ ବିଭାଗ। ଗତକାଲି ରାତିରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଗର୍ଭ ଯନ୍ତ୍ରଣା ଯୋଗୁ ମାଇ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ଅସଲ କାରଣ ଅସ୍ପଷ୍ଟ ଥିବା ବେଳେ, ଘଟଣାସ୍ଥଳରେ ନୀଳଗିରି କୁଳଡିହା ରେଞ୍ଜର ଓ ସବୁଜ ବାହିନୀ କର୍ମଚାରୀ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି । ଏହାକୁ ମିଶାଇ ଚଳିତ ବର୍ଷ କୁଳଡିହା ଅଭୟାରଣ୍ୟରେ ଛୋଟବଡ କରି ମୋଟ ୫ଟି ହାତୀର ମୃତ୍ୟୁ ହୋଇ ସାରିଲାଣି ।