ପଞ୍ଜାବରେ ପୁଣି ରକେଟ୍ ଲଞ୍ଚରରେ ଆକ୍ରମଣ

ଚଣ୍ଡିଗଡ଼: ପଞ୍ଜାବରେ ପୁଣି ରକେଟ୍ ଲଞ୍ଚରରେ ଆକ୍ରମଣ ହୋଇଛି । ତରନତାନ ଜିଲ୍ଲା ଥାନା ସରହାୱଲିରେ ଶୁକ୍ରବାର ବିଳମ୍ବିତ ରାତିରେ ରକେଟ୍ ଲଞ୍ଚର ମାଡ଼ କରାଯାଇଛି । ଅବଶ୍ୟ ଏହି ରକେଟ୍ ଲଞ୍ଚର ମାଡ଼ରେ କୌଣସି ବଡ଼ କ୍ଷତି ହୋଇନାହିଁ । କିନ୍ତୁ ଥାନା ସରୱାଲିର ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ଥାନାର କବାଟ ଓ ଝରକା କାଚ ସବୁ ଭାଙ୍ଗିଯାଇଛି । କୁହାଯାଉଛି ଯେ, ଲଞ୍ଚର ପ୍ରଥମେ ଏହା ଅନ୍ୟ ସ୍ଥାନରେ ପଡ଼ିଥିଲା ଏବଂ ପରେ ଡାଇଭର୍ଟ ହୋଇ ପୋଲିସ ଥାନା ଉପରେ ପଡ଼ିଥିଲା ।

ଏହି ଲଞ୍ଚର ମାଡ଼ ପରେ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ପ୍ରକାଶଯୋଗ୍ୟ, ଏହା ସେହି ସ୍ଥାନ ଅଟେ ଯେଉଁଠାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହରଭିନ୍ଦର ସିଂହ ଓରଫ ରିନ୍ଦାଙ୍କ ପୈତୃକ ଘର ରହିଛି । ଗୁଇନ୍ଦା ବିଭାଗ ମଧ୍ୟ ଏହି ମାମଲାକୁ କନଫର୍ମ କରିଛି । ଆଶଙ୍କା କରାଯାଉଛି ଯେ, ସିଧା ମାଡ଼ ନହୋଇଥିବା କାରଣରୁ ଏହାର ପ୍ରଭାବ କମ୍ ହୋଇଛି । କୁହାଯାଉଛି, ମୋହାଲିରେ ପଞ୍ଜାବ ଇଣ୍ଟେଲିଜେନ୍ସର କାର୍ଯ୍ୟାଳୟରେ ଯେଉଁ ପ୍ରକାରର ଆକ୍ରମଣ ହୋଇଥିଲା ସେହିପରି ଆକ୍ରମଣ ଏଠାରେ ହୋଇଛି । ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ଆତଙ୍କୀ ସଂଗଠନ ଏଥିରେ ନିଜକୁ ଦାୟୀ କରିନାହିଁ ।