spot_img
Home Blog Page 3715

ଭଗବାନ ବିର୍ସା ମୁଣ୍ଡା: ପାହାଡ ସେପାଖର ବିଦ୍ରୋହୀ ନାୟକ

ଭୁବନେଶ୍ୱର: ଆଦିବାସୀ ଜୀବନ, ​​ସଂସ୍କୃତି ଏବଂ ସଫଳତାର ଗୌରବମୟ ଇତିହାସକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଦେଶ ନଭେମ୍ବର ୧୫ ରେ ଜନଜାତୀର ଗୌରବ ଦିବସ ଭାବରେ ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀ ପାଳନ କରୁଛି। ଆଜି ହେଉଛି ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱାଧୀନତାର ଲଢ଼େଇ ଆରମ୍ଭ କରିଥିବା ବିର୍ସାମୁଣ୍ଡାଙ୍କ ଜୟନ୍ତୀ।

ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏକାଠି କରି ଏକ ବଡ ଧରଣର ବିପ୍ଲବ ଆରମ୍ଭ କରିଥିଲେ। ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ୍ଦ ଯୋଡ଼ିସାରିଥିଲେ । ସେ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ।

ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତର ପୁର୍ବାଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଲବର ସ୍ୱର ଝଙ୍କୁତ ହୋଇଥିଲା, ‘ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା’ (ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ)। ଯାହା ଥିଲା ବ୍ରିଟିଶ୍ ରାଜ୍ ପ୍ରତିଷ୍ଠା ବିରୁଦ୍ଧରେ ପ୍ରତିବାଦର ସ୍ୱର। ଏହି ଅନ୍ଦୋଳନର ମୁଖ୍ୟ ସୂତ୍ରଧର ଥିଲେ ମହାନ୍ ସ୍ୱତନ୍ତ୍ରତା ସେନାନୀ ବିର୍ସା ମୁଣ୍ଡା। ଯାହାଙ୍କୁ ଅନେକ ଭଗବାନ ବିର୍ସା ମୁଣ୍ଡା ବୋଲି କୁହନ୍ତି। ବିର୍ସା ମୁଣ୍ଡା ଜଣେ ମହାନ୍ ସ୍ୱତନ୍ତ୍ରତା ସେନାନୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଲବ ଆରମ୍ଭ କରିଥିଲେ।

ବିର୍ସା ମୁଣ୍ଡା ୧୮୫୭ ମସିହା ନଭେମ୍ବର ୧୫ ତାରିଖ ରେ ଝାରଖଣ୍ଡର ରାଞ୍ଚି ଜିଲ୍ଲାର ଉଲିହାଟୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମୁଣ୍ଡା ଜନଜାତିରେ ଜନ୍ମ ହୋଇଥିଲେ, ବିର୍ସା ମୁଣ୍ଡା ଚାଇବାସାର ଇଂରାଜୀ ମଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ୦୧ ଅକ୍ଟୋବର ୧୮୯୪ ରେ ସମସ୍ତ ମୁଣ୍ଡା ଜନଜାତିର ଲୋକଙ୍କୁ ସଂଗ୍ରହ କରି ବିର୍ସା ମୁଣ୍ଡା ଦୁର୍ଭିକ୍ଷ ଏବଂ ମହାମାରୀ ବିନାଶ ହେତୁ ବ୍ରିଟିଶମାନଙ୍କଠାରୁ କର ଛାଡ କରିବାକୁ ଆନ୍ଦୋଳନ କରିଥିଲେ।  ଦୁର୍ଭିକ୍ଷର ଶିକାର ହେଇଥିବା ଲୋକଙ୍କୁ ସାହାଯ୍ୟ କରୁଥିବା  ବିର୍ସା ମୁଣ୍ଡାଙ୍କ ଖ୍ୟାତି ଏବଂ ଲୋକପ୍ରିୟତା ବଢି ବାକୁ ଲାଗିଥିଲା। ଲୋକମାନେ ତାଙ୍କୁ “ଧର୍ମ ବାବା” ବୋଲି କହିବା ଆରମ୍ଭ କରିଦେଇଥିଲେ ।

ବ୍ରିଟିଶ ଶାସନ ବିରୋଧରେ କୁହୁଳୁଥିବା ଅସନ୍ତୋଷର ନିଆଁକୁ ବିର୍ସା ଅଧିକ ଉଜ୍ଜିବିତ କରିଥିଲେ ।  ଏହା ପରେ ବିର୍ସା ସ୍ୱାଧୀନତା ପାଇଁ ଆନ୍ଦୋଳନର ରାସ୍ତା ବାଛିଥିଲେ। ୧୮୯୭ ରୁ ୧୯୦୦ ମଧ୍ୟରେ ବିର୍ସା ମୁଣ୍ଡା ଏବଂ ତାଙ୍କ ଦଳ ବ୍ରିଟିଶ ସମର୍ଥକ, ପୋଲିସ ଏବଂ ଇଂରାଜୀ ସୈନ୍ୟ ଙ୍କ ସହିତ ଲଢ଼ି ଥିଲେ। ଅଗଷ୍ଟ ୧୮୯୭ ରେ ବିର୍ସା ମୁଣ୍ଡା, ତାଙ୍କର ୪୦୦ ଜଣ ସାଥୀ ବାଣରେ ସଜ୍ଜିତ ହୋଇ ଖୁଣ୍ଟି ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ଏହା ପରେ ୧୮୯୮ ମସିହାରେ ଟାଙ୍ଗା ନଦୀ ଉପକୂଳ କୂଳରେ ବ୍ରିଟିଶ ସୈନ୍ୟ ଙ୍କ ସହିତ ସେମାନେ ମୁହାଁମୁହିଁ ହୋଇଥିଲେ। ଜାନୁଆରୀ ୧୯୦୦ ରେ ସେମାନେ ପୁନର୍ବାର ଡୋମ୍ବାଡି ପାହାଡ ଉପରେ ଲଢ଼ି ଥିଲେ। ବ୍ରିଟିଶ ରାଜକୁ ଅସୁବିଧାରେ ପକାଉଥିବା ବିର୍ସା ମୁଣ୍ଡା ବ୍ରିଟିଶମାନଙ୍କ ପାଇଁ ଏକ ଅବରୋଧ ଥିଲେ , ଯାହାଙ୍କ ଦମନ ଥିଲା ସେତେବେଳେ ବ୍ରିଟିଶ ଶାସନର ପ୍ରମ୍ମୁଖ ଲକ୍ଷ୍ୟ ।

ବିର୍ସା ମୁଣ୍ଡାଙ୍କୁ ୦୩ ମାର୍ଚ୍ଚ ୧୯୦୦ ରେ ଗିରଫ କରାଯାଇଥିଲା ଏବଂ ତାଙ୍କୁ ରାଞ୍ଚି ଜେଲରେ ରଖାଯାଇଥିଲା। ଜେଲରେ କଲେରା ରୋଗର ଶିକାର ହୋଇଥିବା ବିର୍ସା ମୁଣ୍ଡା ୦୯ ଜୁନ୍ ୧୯୦୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅଦୃଶ୍ୟ ମାର୍କମ୍ୟାନ୍ସିପ୍, ଚମତ୍କାର ବ୍ୟକ୍ତିତ୍ୱ, ମାତ୍ର ୨୫ ବର୍ଷ ବୟସରେ ଇଂରାଜୀ ଶାସନରୁ ମୁକ୍ତ ହେବାକୁ ଇଚ୍ଛା କରି ବିର୍ସା ମୁଣ୍ଡା ଆଜି ସମଗ୍ର ଆଦିବାସୀ ଅଞ୍ଚଳରେ ପ୍ରଭୁ ବିର୍ସା ମୁଣ୍ଡା ଭାବରେ ସମ୍ମାନିତ।

ବିର୍ସା ମୁଣ୍ଡା ଦ୍ୱାରା ସଂଗଠିତ ରୂପରେ ଧନୁ ତୀର ଯୁଦ୍ଧ ବ୍ରିଟିଶ ରାଜକୁ ଭାରି ପଡିଥିଲା। ଆଦିବାସୀ ସମାଜ ବ୍ରିଟିଶ ତୋପ ଏବଂ ବନ୍ଧୁକକୁ ଖାତିର କରୁନଥିଲେ ଏବଂ ଆଦିବାସୀ ମୁଣ୍ଡା ସମାଜ କୁ ଦମନ କରିପାରୁନଥିଲେ କାରଣ ଥିଲା ବିର୍ସା ମୁଣ୍ଡାଙ୍କ ନେତୃତ୍ୱ। ଯେତେବେଳେ ବ୍ରିଟିଶମାନେ ବିର୍ସା ମୁଣ୍ଡାକୁ ଧରିବା କିମ୍ବା ହତ୍ୟା କରିବାରେ ଅସମର୍ଥ ହେଲେ, ସେତେବେଳେ ବିର୍ସା ମୁଣ୍ଡାଙ୍କ ଉପରେ ୫୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଏହି ୫୦୦ ଟଙ୍କା ତୋପ ବନ୍ଧୁକକୁ ପିଟିବା ଭଳି କାମ କରିଥିଲା ଏବଂ କିଛି ଆଦିବାସୀଙ୍କ ଲୋଭ ରେ ବିର୍ସା ମୁଣ୍ଡା ଙ୍କ ସୂଚନା ଦେଇ ତାଙ୍କୁ ଧରାଇ ଦେଇଥିଲେ। ବିର୍ସା ମୁଣ୍ଡା ରାଞ୍ଚି ଜେଲରେ କାରାଗାରରେ ଥିଲେ ଯେଉଁଠାରେ ବାଡିଣ୍ଟଜାମି ତାଙ୍କ ଜୀବନ ନେଇଥିଲେ। ଆଦିବାସୀ ସମାଜ ସେମାନଙ୍କ ଅଧିକାର ଓ ସମାଜ ପାଇଁ ସଂଗ୍ରାମ କରି ଶହୀଦ ହୋଇଥିଲେ, ବ୍ରିଟିଶ ରାଜ ଏବଂ ଆଜି ମଧ୍ୟ ନକ୍ସଲମାନେ ଜଳ-ଜଙ୍ଗଲ ଜମି ଉପରେ ସେମାନଙ୍କର ଅଧିକାରକୁ ନେଇ ଯୁଦ୍ଧ କରୁଛନ୍ତି।

ଆଜି G20 ସମ୍ମିଳନୀ, ମୁହାଁମୁହିଁ ହେବେ ସୁପରପାୱାର

ବାଲି: ଆଜିଠୁ ବାଲିରେ ଗ୍ରୁପ-G2 ସମ୍ମିଳନୀ । ଯୋଗ ଦେଇଛନ୍ତି ଭାରତ ସମେତ ବିଶ୍ବର ୨୦ ରାଷ୍ଟ୍ରର ପ୍ରତିନିଧି । ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ପ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ ସମ୍ମିଳନୀରେ ହେଉଛନ୍ତି ସାମିଲ । ସେହିପରି ମେକ୍ସିକୋ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ୍, ଆମେରିକା ସମେତ ୟୁରୋପିଓ ସଙ୍ଘ ଏଥିରେ ସାମିଲ ହେବେ । ସମ୍ମିଳନୀରେ ମୁଖ୍ୟତଃ ଶାନ୍ତି, ସ୍ଥିରତା, ବାଣିଜ୍ୟ, ନିରାପତ୍ତା ଆଦି ପ୍ରସଙ୍ଗରେ ହେବ ଆଲୋଚନା ।

ସମ୍ମିଳନୀରେ ଯୋଗଦେବାକୁ ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ହୋଇଥିବା ଏକ ହାଇପ୍ରୋଫାଇଲ ବୈଠକରେ ସାମ୍ନାସାମ୍ନି ହୋଇଥିଲେ ଦୁଇ ସୁପରପାଓ୍ବାର ମୁଖ୍ୟ । ତାଇଓ୍ବାନ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଓ୍ବାର୍ଣ୍ଣିଂ ଦେଇଥିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।

କିଛି ଦିନ ଧରି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଟେନସନ ଥମିବା ଆଶା ଦେଖାଯାଉନାହିଁ । ବିବାଦ ଓ ମତପାର୍ଥକ୍ୟ ଦୂର କରି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ଦୁଇ ନେତା ଗୁରୁତ୍ବାରୋପ କରିଥିଲେ ବି ତାଇଓ୍ବାନକୁ ନେଇ ଜିନପିଙ୍ଗ କ୍ଷୁବ୍ଧ ଥିବା ସୂଚନା ମିଳିଛି ।

‘ମେକ ଇନ ଓଡ଼ିଶା କନକ୍ଲେଭ’ ପୂର୍ବରୁ ମିଶନ ଶକ୍ତିର ମା’ଙ୍କ ପାଇଁ ସ୍ୱତନ୍ତ୍ର ନିବେଶକ ସମ୍ମିଳନୀ

ସୁନ୍ଦରଗଡ଼: ମିଶନ ଶକ୍ତି ଅଧୀନରେ ପରିଚାଳିତ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ବିକାଶର ଏକ ନୂଆ ଉଚ୍ଚତାକୁ ନେବା ଲାଗି ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଆଗାମୀ ଦିନରେ ‘ଏସଏଚଜି’ରୁ ‘ଏସଏମଇ’ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମିଶନ ଶକ୍ତିର ମା’ମାନଙ୍କୁ ପ୍ରସ୍ତୁତ କରାଯାଉଛି। ଏହି ଲକ୍ଷ୍ୟ ନେଇ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨’ ପୂର୍ବରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ‘ନିବେଶକ ସମ୍ମିଳନୀ’ କରାଯାଉଛି। ସୋମବାର ଦିନ ସୁନ୍ଦରଗଡ଼ଠାରେ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ସୁନ୍ଦରଗଡ଼ସ୍ଥିତ ବିକାଶ ଭବନଠାରେ ମିଶନ ଶକ୍ତି ବିଭାଗ ଏବଂ ଫିକି ଆନୁକୂଲ୍ୟରେ ଏହି ଜିଲ୍ଲାସ୍ତରୀୟ ନିବେଶକ ସମ୍ମିଳନୀ କରାଯାଇଥିଲା। ଏଥିରେ ବିଭାଗୀୟ ସଚିବ  ସୁଜାତା ଆର୍ କାର୍ତ୍ତିକେୟନ୍ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ଭିତରେ ‘ଉଦ୍ୟୋଗୀ’ ମନୋଭାବ ବଢ଼ାଇବା ଲାଗି କ୍ଷେତ୍ର ପ୍ରସ୍ତୁତ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମା’ମାନେ ବିଭିନ୍ନ କ୍ଷେତ୍ରରେ ଭଲ କାମ କରୁଥିବାରୁ ଶ୍ରୀମତୀ କାର୍ତ୍ତିକେୟନ୍ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୮୦ଟି ଏସଏଚଜିର ସଦସ୍ୟାମାନେ ଏଥିରେ ଯୋଗ ଦେଇଥିଲେ।

‘‘ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଜି ବିଭିନ୍ନ ଜୀବିକା କ୍ଷେତ୍ରରେ ପାରଦର୍ଶିତା ଦେଖାଇଛନ୍ତି। ବିଶେଷକରି ଅଣପାରମ୍ପରିକ କ୍ଷେତ୍ର ସହିତ ନୂଆ ନୂଆ ଦାୟିତ୍ୱ ନେଇ ସେମାନଙ୍କର ଅଭିନବ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଫଳରେ ଆଜି ମିଶନ ଶକ୍ତିର ସଦସ୍ୟମାନେ ରାଜ୍ୟର ଆର୍ଥିକ ବିକାଶରେ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ତେଣୁ ‘ଏସଏଚଜି ଟୁ ଏସଏମଇ’ ଲକ୍ଷ୍ୟ ମାଧ୍ୟମରେ ଆଗାମୀ ଦିନରେ ସେମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ପ୍ରସ୍ତୁତ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ମହିଳାମାନେ ଆର୍ଥିକ ଭାବେ ଆହୁରି ସଶକ୍ତ ହେଲେ ନୂତନ ଓଡ଼ିଶା ଗଠନ ସମ୍ଭବ ହୋଇପାରିବ’’, ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମା’ମାନଙ୍କୁ ସମ୍ବୋଧନ କରି କହିଛନ୍ତି ଶ୍ରୀମତୀ ସୁଜାତା ଆର୍ କାର୍ତ୍ତିକେୟନ୍।

ଶ୍ରୀମତୀ କାର୍ତ୍ତିକେୟନ୍ ଆହୁରି କହିଥିଲେ, ‘‘ରାଜ୍ୟର ଗାଁ ଗହଳିରେ ଥିବା ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏସଏମଇରେ ପରିଣତ କରିବାର ସମ୍ଭାବନା ରହିଛି। ଏଥିପାଇଁ ଉପଯୁକ୍ତ ନିବେଶର ଆବଶ୍ୟକତା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ବ୍ୟବସାୟକୁ ସୁଦୃଢ଼ କରିବା ପାଇଁ ବ୍ୟାଙ୍କ ମାଧ୍ୟମରେ ୩୦୦ କୋଟି ଟଙ୍କାର ୠଣ ବ୍ୟବସ୍ଥା କରାଯାଇଛି। ତା’ଛଡ଼ା ଏହି ମହିଳା ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ତାଲିମ ଦେବା ସହିତ ସେମାନଙ୍କର ଉତ୍ପାଦର ବଜାର ସଂଯୋଗୀକରଣ ଲାଗି ପଦକ୍ଷେପ ନିଆଯାଉଛି। ଏହିସବୁ ଦିଗରେ ପ୍ରଶାସନ ସହିତ ସ୍ଥାନୀୟ ଶିଳ୍ପ ସଙ୍ଗଠନ, ବିଭିନ୍ନ ଘରୋଇ ଶିଳ୍ପ ଏବଂ ଫିକିର ସଦସ୍ୟମାନେ ସହଯୋଗର ହାତ ବଢ଼ାଇଲେ ଏସଏଚଜି ମା’ମାନେ ନିଜକୁ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିପାରିବେ।’’

ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ଭୁବନେଶ୍ୱରରେ ହେବାକୁ ଥିବା ମେକ ଇନ ଓଡ଼ିଶା କନକ୍ଲେଭରେ ମିଶନ ଶକ୍ତିର ମା’ମାନଙ୍କ ପାଇଁ ସ୍ୱତନ୍ତ୍ର ଅଧିବେଶନ କରାଯାଉଛି। ଏହା ସହିତ ସେଠାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏସଏଚଜିର ଉତ୍ପାଦ ପ୍ରଦର୍ଶନ କରାଯିବ। ତେଣୁ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମର ଭୂମିକା ସମ୍ପର୍କରେ ଜିଲ୍ଲାର ଏସଏଚଜି ମହିଳାମାନଙ୍କୁ ଧାରଣା ଦେବା ଥିଲା ଏହି ସମ୍ମିଳନୀର ଅନ୍ୟତମ ଉଦ୍ଦେଶ୍ୟ।

‘‘ମେକ ଇନ ଓଡ଼ିଶା କନକ୍ଲେଭ ପୂର୍ବରୁ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ନିବେଶକ କାର୍ଯ୍ୟକ୍ରମରେ ଆଜି ବହୁ ସଂଖ୍ୟାରେ ଏସଏଚଜି ମହିଳା ଯୋଗ ଦେଇଥିଲେ। ସେମାନେ ସ୍ଥାନୀୟ ଉଦ୍ୟୋଗୀ ତଥା ଶିଳ୍ପ ସଙ୍ଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଉଦ୍ୟୋଗ ବିକାଶ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ପାଇଁ କ’ଣ ସବୁ ସୁଯୋଗ ରହିଛି ସେ ବିଷୟରେ ସେଠାରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏହା ସହିତ ଏସଏଚଜି ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀର କିପରି ଉଚିତ ବଜାର ସଂଯୋଗୀକରଣ କରାଯାଇପାରିବ ତା’ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲାର ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ପରିଚାଳନା କ୍ଷେତ୍ରରେ ନୂଆ ଦିଗ ଦେଖାଇପାରିବ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ବିନୋଦ ଜେନା, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ କମଲ ଲାକ୍ରା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଉପଜିଲ୍ଲାପାଳ ଦାଶରଥି ସରାବୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଲମ୍ବୋଦର ବାସ୍କେ ଏବଂ ରାଉରକେଲା ଚାମ୍ବର ଅଫ କମର୍ସର ସଭାପତି ସୁବ୍ରତ ପଟ୍ଟନାୟକଙ୍କ ସହିତ ଫିକିର ଅଧିକାରୀମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ଅବସରରେ ବିଶ୍ରା ବ୍ଲକର ଦିବ୍ୟଜ୍ୟୋତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଟାଙ୍ଗରପାଲି ବ୍ଲକର ଧନଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ସଫଳ ଏସଏଚଜି ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସେଠାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ଏସଏଚଜିକୁ ବିଶେଷ ସଫଳତା ପାଇଁ ସମ୍ବର୍ଦ୍ଧିତ କରିଥିଲେ। ଉପସ୍ଥିତ ସଦସ୍ୟମାନଙ୍କୁ ଉତ୍ସାହିତ କରିବାକୁ ଯାଇ ରାଜ୍ୟରେ ମିଶନ ଶକ୍ତି ମହିଳାମାନଙ୍କର ସଫଳ ଯାତ୍ରାକୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା।

ନଭେମ୍ବର ୨୧ରୁ ବରଗଡ, ୨୨ରୁ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ

ସମ୍ବଲପୁର: ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଅନୁକୂଳ ପାଣିପାଗ ହେତୁ ଧାନ ଅମଳ ଶୀଘ୍ର ହୋଇଥିବାରୁ ଖରିଫ ଋତୁ ୨୦୨୨-୨୩ ପାଇଁ ଚାଷୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଚଳିତ ନଭେମ୍ବର ୨୧ରୁ ବରଗଡ ଓ ୨୨ରୁ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା ସ୍ତରର ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏଥି ସହିତ ଜିଲ୍ଲା ସ୍ତରରେ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେଉଥିବା ସମବାୟ ସମିତି, ସ୍ୱୟଂ ସହାୟିକା ଗୋଷ୍ଠି ଆଦିଙ୍କୁ ପ୍ରସ୍ତୁତ ରହିବା ସହ ଚାଷୀଙ୍କ ଧାନ ଉଠାଣ କରୁଥିବା ମିଲର୍ସମାନେ ଯେଭଳି ମଣ୍ଡିରୁ ତୁରନ୍ତ ଧାନ ସଂଗ୍ରହ କରିବେ ସେ ଦିଗରେ ଯୋଗାଣ ଅଧିକାରୀମାନେ ପଦକ୍ଷେପ ନେବାକୁ କୁହାଯାଇଛି ।

ଏଥି ସହିତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ନିମେନ୍ତ ଯେଭଳି ନିର୍ଭୁଲ ଟୋକନ ପ୍ରଦାନ ଉପରେ ସତର୍କ ଦୃଷ୍ଟି ରଖିବାପାଇଁ ରାଜ୍ୟ ସରକାର ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ଦୁଇ ଜିଲ୍ଲାର ବାସ୍ତବ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ପ୍ରସ୍ତାବ କ୍ରମେ ଏହି ନଷ୍ପତି ନିଆଯାଇଥିବା ବିଶ୍ବସ୍ତ ସୁତ୍ରରୁ ଜଣା ପଡିଛି  ।

ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ତାରେ ଜମିନ୍ ପର୍ କାର୍ଯ୍ୟକ୍ରମ..

ଭୁବନେଶ୍ୱର: ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ତାରେ ଜମିନ୍ ପର୍ ”  ନିଆରା କାର୍ଯ୍ୟକ୍ରମ ଆୟୋଜିତ । ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଗେମ୍ ଜୋନ ଠାରେ ଆୟୋଜନ କରାଯାଇଛି । ଟ୍ରଷ୍ଟର ସଭ୍ୟାମାନେ ମଧୁରମୟୀ ଆଶ୍ରମର ପିଲାମାନଙ୍କୁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଦିନସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସେଠାରେ ଥିବା ଗେମ୍ ଜୋନ୍‌ରେ ପିଲାମାନେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଖେଳ ସାମଗ୍ରୀର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ ।

ମଲ୍ ରେ ଥିବା ହଟ୍ ଓ ଡୋମିନେଟ୍‌ରେ ପିଲାମାନେ ନିଜ ମନପସନ୍ଦର ଖାଦ୍ୟ ଖାଇଥିଲେ । ‘ ଉଡ୍ର ’ ଚାରିଟେବୁଲ୍ ଟ୍ରଷ୍ଟ ଅନେକ ସମୟରେ ଏହିପରି ସମାଜର ମୁଖ୍ୟ ସ୍ରୋତରେ ଯେଉଁମାନେ ନାହାଁନ୍ତି , ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଅନେକ ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଥାଏ ।

ଆଶ୍ରମର ପିଲାମାନେ ଏହି କାର୍ଯ୍ୟକ୍ରମର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ ।ଉଡ୍ର ‘ ଚାରିଟେବୁଲ ଟ୍ରଷ୍ଟର ସଂପାଦିକା ଶୁଭ୍ରାଂଜ୍ୟୋତି ଦାସନାୟକ , ଉପସଭାପତି ଡଃ . ସୂର୍ଯ୍ୟ ପ୍ରକାଶ ଏସ୍ . ଚୌଧୁରୀ , ଆଦିତ୍ୟ ଚୌଧୁରୀ , ଏବଂ ‘ ଉଡ୍ର ‘ ଚାରିଟେବୁଲ ଟ୍ରଷ୍ଟର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

ପଦମପୁରରେ ବିଜେପି ଗାଡି ଧକ୍କାରେ ବିଜେପି କର୍ମୀ ଗୁରୁତର

ବରଗଡ଼: ବିଜେପି ଗାଡି ଧକ୍କାରେ ବିଜେପି କର୍ମୀ ଗୁରୁତର । ପଦ୍ମପୁର ଉପ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିବାକୁ ବିଜେପି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।କର୍ମୀମାନେ ପୁରା ଦମରେ ଥିଲେ । ପ୍ରତ୍ୟେକ ରୁଟରେ କର୍ମୀମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା ଭଣ୍ତାରପୁରୀ, ଭୈଷାଦର୍ହା, କୁର୍ଲୁପାଲି, ଜଗଦଲପୁର, ପୁରେନା, ଲଖମରା, ଚର୍ଦାପାଲି ଗ୍ରାମ ପଂଚାୟତର କର୍ମିମାନଙ୍କ ପାଇଁ ସତୀଭଟା ଖେଳ ପଡିଆରେ ଭୋଜନର ବ୍ୟବସ୍ଥା କରାଯାଇଥିଲା ।

ଭଣ୍ତାରପୁରୀ ଗ୍ରାମ ପଂଚାୟତର ହେମନ୍ତ ଠାକୁର ନାମକ ଜୈନିକ ଭାଜପା କର୍ମୀ ଖାଇସାରି ରାସ୍ତାକୁ ଆସୁଥିବା ବେଳେ ଭାଜପା କର୍ମୀକୁ ଆଣୁଥିବା ଏକ ବଲେରୋ ଦୁର୍ଘଟଣା କରିଥିଲା । ଫଳରେ ସେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପଦ୍ମପୁର ଉପ ଖଣ୍ତ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । କିନ୍ତୁ ନିର୍ବାଚନର ବିଗୁଲ ବାଜିବା ମାତ୍ରେ ଏପରି ଏକ ଘଟଣା ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଖେଳାଇଛି  ।

ଆଉ ଦୁଇ ଦିନ ବଢିପାରେ ଐତିହାସିକ କଟକ ବାଲିଯାତ୍ରା

କଟକ: ଆଉ ଦୁଇ ଦିନ ବଢିପାରେ ବାଲିଯାତ୍ରା । ଐତିହାସିକ ବାଲିଯାତ୍ରାକୁ ଆଉ ଦୁଇ ଦିନ ବୃଦ୍ଧି କରିବାକୁ କଟକ ମହାନଗର ନିଗମର ସ୍ବତନ୍ତ୍ର ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । ଏନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି କଟକ ମହାନଗର ନିଗମ ।

ଛୋଟ ବଡ ବ୍ୟବସାୟ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା କରିବା ପାଇଁ ଏହି ପ୍ରସ୍ତାବ ପାଳିତ ହୋଇଛି । କଟକ ମେୟର ସୁବାସ ସିଂ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ୧୬ ତାରିଖ ରେ ବାଲିଯାତ୍ରା ଶେଷ ହେବାକୁ ଥିଲା କଟକ ବାଲିଯାତ୍ରା ।

ବିଜେଡିର ମିଶ୍ରଣ ପର୍ବ, ଯୋଗଦେଲେ ଶତାଧିକ ବିଜେପି କର୍ମୀ

ପାଇକମାଳ: ପଦ୍ମପୁର ଉପ ନିର୍ବାଚନ ଡିସେମ୍ବର ୫ ତାରିଖ ହେବାକୁ ଥିବା ବେଳେ ରାଜନୈତିକ ଉଷ୍ମତା ବଢିବାକୁ ଲାଗିଛି । ସୋମବାର ଜାମସେଠ ଠାରେ ସରପଞ୍ଚ ଆର୍ତ୍ତତ୍ରାଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡ଼ି ମିଶ୍ରଣ ପର୍ବ ରେ ଜାମସେଠ ପଞ୍ଚାୟତ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଥିବା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ରାଜ୍ୟ ଯୁବ ଜନତା ଦଳର ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ ଯୋଗ ଦେଇଛନ୍ତି  ।  କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଜାମସେଠ ପଞ୍ଚାୟତର ୩୧ଜଣ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି।

ମିଶ୍ରଣ ପର୍ବରେ ନରୋତ୍ତମ ମାଝୀ,ଶରତ ତାଣ୍ଡି,ରବି ରଣା,ମଦନ ଭୋଇ, ଜିତୁନ ପଟ୍ଟନାୟକ, ଅକ୍ଷୟ ପ୍ରଧାନ, ନଟବର ପ୍ରଧାନ, ଗଙ୍ଗାଧର ମାଝୀ, ରତ୍ନାକର ମାଝୀ,ତପ ପ୍ରଧାନ, ସୁରେଶ ରଣା, ପ୍ରସନ୍ନ ରଣା ସମେତ ଦଳୀୟ କର୍ମୀ ସହଯୋଗ କରିଥିଲେ। ବିଜେଡି ଯୋଗ ଦେଇଥିବା କର୍ମୀମାନଙ୍କୁ ବିଧାୟକ ସ୍ବାଗତ କରିଥିଲେ। ଆଗାମୀ ଦିନରେ ଆହୁରି ବିଜେପି କର୍ମୀ ଯୋଗ ଦେବେ ବୋଲି ଚର୍ଚ୍ଚା ଧରିଛି ।

ବିଜେପି ଉପରେ ବର୍ଷିଲେ ସୁର, କହିଲେ ଚାଷୀଙ୍କୁ ନେଇ ରାଜନୀତି କରନି

ଭୁବନେଶ୍ୱର: ପଦମପୁରରେ ବିଜେପିର ନାମାଙ୍କନ ରାଜନୀତିକୁ ସବୁଆଡ଼ୁ ନିନ୍ଦା । ବିଜେପିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି ଯଦି ଚାଷୀଙ୍କ ପାଇଁ ହୃଦୟ ପୋଡ଼ି ଯାଉଥିଲା ତେବେ କଣ ପାଇଁ ରାଲି କରି ନାମାଙ୍କନ ଭରିବାକୁ ଗଲ । ଆଜି ଗୋଟିଏ ଦିନ ନାମାଙ୍କନ ସ୍ଥଗିତ ରଖିବାର ଅର୍ଥ କଣ ।

ଯଦି ଚାଷୀଙ୍କ ପାଇଁ ଦରଦ ଥିଲା ତେବେ କାହିଁକି ନାମାଙ୍କନ ଭରିବାକୁ ଯାଉଥିଲ ବୋଲି ପ୍ରଶ୍ନ କରିଛନ୍ତି ସୁର । ଯଦି ବାସ୍ତବରେ ଚାଷୀଙ୍କ ପାଇଁ ଦୁଃଖ ଲାଗୁଛି ତେବେ ଜମାରୁ ନାମାଙ୍କନ ନକରିବାକୁ ସେ ଆହ୍ବାନ ଦେଇଛନ୍ତି । ଚାଷୀଙ୍କୁ ନେଇ ରାଜନୀତି କରାଯାଉଛି । ନାମାଙ୍କନ କରିବାକୁ ଯାଇ ଚାଷୀଙ୍କ ନାଁ ନେଇ ଫେରିଆସିବା ବିଜେପି ଡ୍ରାମା କରୁଥିବା ପ୍ରମାଣ ହୋଇଛି ବୋଲି ସୁର କହିଛନ୍ତି ।

 

ରିଲିଜ୍ ହେଲା ’ସଲାମ ଭେଙ୍କି’ର ଟ୍ରେଲର

0

ମୁମ୍ବାଇ: ସୋମବାର ରିଲିଜ୍‌ ହେଲା ’ସଲାମ ଭେଙ୍କି’ର ଟ୍ରେଲର । ଟ୍ରେଲରରେ କାଜୋଲଙ୍କୁ ମା’ ଚରିତ୍ରରେ ଦେଖିବାକୁ ମିଳିଛି । ଅଭିନେତ୍ରୀ ରେବତୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଏଭଳି ମା’-ପୁଅଙ୍କ କାହାଣୀ ଦେଖିବାକୁ ମିଳିବ ଯାହା ଖୁବ୍‌ ହୃଦୟସ୍ପର୍ଶୀ । ଉଭୟ ତାଙ୍କ ଜୀବନରେ କିଭଳି କଠିନ ସମୟର ସାମ୍ନା କରିଛନ୍ତି ତାହା ଏହି ଚଳଚ୍ଚତ୍ରରେ ନଜର ଆସିବ ।

ଓ୍ୱର୍କଫ୍ରଣ୍ଟ କଥା ଯଦି ଆଲୋଚନା କରିବା ତେବେ କାଜୋଲଙ୍କୁ ଶେଷ ଥର ପାଇଁ ନେଟଫ୍ଲିକ୍ସ ଫିଲ୍ମ ତ୍ରିଭାଙ୍ଗାରେ ଦେଖିବାକୁ ମିଳିଥିଲା । ରୂପେଲି ପରଦାରେ ଶେଷଥର ପାଇଁ ଫିଲ୍ମ ତାହ୍ନାଜୀରେ ନଜର ଆସିଥିଲେ କାଜୋଲ । ଫିଲ୍ମରେ କାଜୋଲଙ୍କ ବିପକ୍ଷରେ ନଜର ଆସିଥିଲେ ଅଜୟ ଦେବଗନ୍‌ । ତେବେ ଫିଲ୍ମ ’ସଲାମ ଭେଙ୍କି’ରେ ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଖାନଙ୍କୁ କ୍ୟାମିଓରେ ଦେଖିବାକୁ ମିଳିବ । ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ରାଜେଶ ଖନ୍ନା ଷ୍ଟାରର ଫିଲ୍ମ ‘ଆନନ୍ଦ’ର ବେଶ୍‌ ଲୋକପ୍ରିୟ ଡାଏଲଗ୍‌ ‘ଜିନ୍ଦେଗୀ ଲମ୍ବି ନହିଁ ବଡ଼ି ହୋନି ଚାହିଏ’ ଶୁଣିବାକୁ ପାଇବେ ଦର୍ଶକ ।

ସୂଚନାଯୋଗ୍ୟ, ‘ସଲାମ ଭେଙ୍କି’ ହେଉଛି ରେବତୀଙ୍କ ଦ୍ୱିତୀୟ ଲମ୍ବା ଫିଚର ଫିଲ୍ମ । ରେବତୀ ଭାଇରସ୍‌,ମେଜର,ଅବ୍‌ ତକ୍‌ ଛପନ,ଟୁ ଷ୍ଟେଟସ୍‌ ଏବଂ ମାର୍ଗାରିଟାରେ ରେବତୀଙ୍କୁ ଦେଖିବାକୁ ମିଳିଥିଲା ।