ଟ୍ରକ୍ ସହ ଜୀବନ୍ତ ଜଳିଗଲେ ଡ୍ରାଇଭର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଅଘଟଣ । ଟ୍ରକ ସହ ଜୀବନ୍ତ ଜଳିଗଲେ ଡ୍ରାଇଭର । ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ ଟ୍ରକ ସହ ଡ୍ରାଇଭର ଜୀବନ୍ତ ଦଗ୍ଧ । ତାଳଚେରରୁ ଡୁବୁରି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କୋଇଲା ବୋଝେଇ ଟ୍ରକ । ଆଦର୍ଶ ବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିବା ପରେ ଟ୍ରକରେ ଲାଗିଥିଲା ନିଆଁ । ଡ୍ରାଇଭର ଟ୍ରକ୍ ଭିତରୁ ବାହାରକୁ ବାହାରି ପାରିନଥିଲେ । ଟ୍ରକ୍ ସହ ସେ ଜୀବନ୍ତ ଜଳିଯାଇଛନ୍ତି । ନିଆଁକୁ ଆୟତ୍ତ କରିଛି ପରଜଙ୍ଗ ଅଗ୍ନିଶମ ବାହିନୀ ।