ନବ ଦାସଙ୍କୁ ଗୁଳିମାଡ଼ ମାମଲା; କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାର ଗଲା ଅଭିଯୁକ୍ତ

ଝାରସୁଗୁଡ଼ା: ନବ କିଶୋର ଦାସଙ୍କୁ ଗୁଳିମାଡ଼ ମାମଲା । ବିଚାରବିଭାଗୀୟ ହାଜତକୁ ଗଲା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ । ଝାରସୁଗୁଡ଼ା ଜେଏମଏଫସିଙ୍କ ଆବାସିକ କୋର୍ଟରେ ହାଜର ପରେ କଡ଼ା ସୁରକ୍ଷା ମଧ୍ୟରେ ଝାରସୁଗୁଡ଼ା ସବଜେଲକୁ ଯାଇଛି ଅଭିଯୁକ୍ତ ଗୋପାଳ । କଡ଼ା ସୁରକ୍ଷା ବଳୟରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ନିଆଗଲା ସବଜେଲ୍ । ଖୁବଶୀଘ୍ର ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଞ୍ଚ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗତକାଲି ଗୁଳିମାରିଥିଲା ଏଏସଆଇ ଗୋପାଳକୃଷ୍ଣ ଦାସ । ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା । ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସନ୍ଧ୍ୟାରେ ଗୋପାଳକୁ ଚାକିରିରୁ ବହିଷ୍କୃତ କରାଯାଇଥିଲା । ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳକୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ ।