ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ

1 min read

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ । ଫେବ୍ରୁଆରୀ ୧ ରେ ଆସିବ ସାଧାରଣ ବଜେଟ । 2024 ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣକାଳୀନ ବଜେଟ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହୋଇଛି । ପ୍ରଥମ ଦିନରେ ସେଣ୍ଟ୍ରାଲ ହଲରେ ଉଭୟ ସଦନର ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି । ପରେ ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଫେବ୍ରୁଆରୀ 1ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ 2023-2024 ଲାଗି ସାଧାରଣ ବଜେଟ ।

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ 13 ଯାଏ ଚାଲିବ । ଦ୍ବିତୀୟ ଅଧିବେଶନ ମାର୍ଚ୍ଚ 13ରୁ ଆରମ୍ଭ ହୋଇ ଏପ୍ରିଲ 6 ଯାଏ ଚାଲିବ । ଅଧିବେଶନର ପ୍ରଥମ ଦୁଇଦିନରେ ରହିବନି ଶୂନ୍ୟକାଳ ଓ ପ୍ରଶ୍ନକାଳ । କୌଣସି ପ୍ରକାର ଜରୁରୀ ସାଧାରଣ ପ୍ରସଙ୍ଗ ଫେବ୍ରୁଆରୀ 2ରୁ ପ୍ରଶ୍ନକାଳ ମଧ୍ୟରେ ଉତଥାପନ କରାଯାଇପାରିବ । ଫେବ୍ରୁଆରୀ 2ରୁ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ନେଇ ଉଭୟ ସଦନରେ ଆଲୋଚନା ହେବ ।

ପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏନେଇ ପ୍ରଧାନମନ୍ତ୍ରୀ ଉତ୍ତର ରଖିବେ । କେନ୍ଦ୍ର ସରକାରଙ୍କ ବଜେଟରେ ଅନୁଦାନ, ବିକାଶମୂଳକ ପ୍ରକଳ୍ପ, ରେଳ ପ୍ରକଳ୍ପ, ଜନକଲ୍ୟାଣକାରୀ ଯୋଜନା, ଆୟକର ସୀମା ଆଦି ଉପରେ ଦେଶବାସୀଙ୍କ ରହିଛି । ବଜେଟ ଅଧିବେଶନକୁ ନେଇ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ଏଥିରେ ଅଧିକାଂଶ ରାଜନୈତିକ ଦଳର ନେତା ଯୋଗଦେଇଥିଲେ ।