ଆକାଶ ମାର୍ଗରେ ଭୁବନେଶ୍ବର ସହ ଯୋଡ଼ିହେଲା ଜାମସେଦପୁର

ଜାମସେଦପୁର : ଆକାଶ ମାର୍ଗରେ ଭୁବନେଶ୍ବର ସହ ଯୋଡ଼ିହେଲା ଜାମସେଦପୁର । ସିଧାସଳଖ ଜାମସେଦପୁରକୁ ଉଡାଣ ଭରିଛନ୍ତି ଯାତ୍ରୀ । ଆଜିଠୁ ଭୁବନେଶ୍ବରରୁ ଜାମସେଦପୁର ଓ ଜାମସେଦପୁରରୁ କୋଲକତାକୁ ବିମାନ ସେବା ଯୋଗାଇଛି ଇଣ୍ଡିଆ ଓ୍ବାନ ଏୟାର । ଏହା ହେଉଛି ଏକ ନୂତନ ଏବଂ ଅନନ୍ୟ ମାର୍ଗ ।

ପ୍ରତିଦିନ ସକାଳ ୬ଟା ୩୦ରୁ ଜାମସେଦପୁରକୁ ବିମାନ ଉଡାଣ କରିବ ବିମାନ । ସେବା ଭଡା ବାବଦରେ 14 ଫେବ୍ରୁଆରୀ 2023 ପର୍ଯ୍ୟନ୍ତ ବୈଧ ଅଫର୍ ରହିଛି । ଇଣ୍ଡିଆ ଓ୍ବାନ ଏୟାର ବିମାନ ଦ୍ବାରା ଧାର୍ଯ୍ୟ ଦର ଅନୁସାରେ ଭୁବନେଶ୍ବରରୁ ଜାମସେଦପୁରକୁ 2 ହଜାର 999 ଟଙ୍କା ।

ଜାମସେଦପୁରରୁ କୋଲକାତା ପାଇଁ ୧ ହଜାର ୯୯୯ ଟଙ୍କା ରହିଛି । ଏହି ଅଫର୍ କେବଳ ଫେବ୍ରୁଆରି ୧୪ତାରିଖ ପର୍ଯ୍ୟନ୍ତ ରହିଛି । ଭୁବନେଶ୍ୱରରୁ ଜାମସେଦପୁରକୁ ୧ଘଣ୍ଟା ୨୦ ମିନିଟ ଲାଗୁଥିବା ବେଳେ, ଜାମସେଦପୁରରୁ କୋଲକାତା ୧ଘଣ୍ଟା ୫ ମିନିଟ ଲାଗିବ । ପ୍ରଥମ ବିମାନରେ ଜାମସେଦପୁରକୁ ୫ ଜଣ ଓ ଜାମସେଦପୁରରୁ କୋଲକାତାକୁ ୭ ଜଣ ଯାତ୍ରୀ ଯାଇଛନ୍ତି ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି ।